
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ;
ପାସ୍ କଲେ ୧୫ହଜାର ୨୪୪ ଛାତ୍ରଛାତ୍ରୀ
ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି।
ଚଳିତଥର ୨୧ ହଜାର ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲାବେଳେ ସେଥିମଧ୍ୟରୁ ମୋଟ ୧୫ ହଜାର ୨୪୪ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ସପ୍ଲିମେଣ୍ଟାରୀ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କୁ ଏ-୧ ଗ୍ରେଡ୍ ମିଳିନାହିଁ। ଏ -୨ରେ ୧୦ ଜଣ, ବି-୧ରେ ୧୯୫ ଜଣ, ବି-୨ରେ ୯୩୦ଜଣ, ସିରେ ୧୯୦୨ ଜଣ, ଡ଼ିରେ ୩୧୪୦, ଇରେ ୯୦୬୭, ଏଫ୍ରେ ୬୨୧୮ ଜଣ ପିଲା ଉତ୍ତିର୍ଣ୍ଣ ହୋଇଛନ୍ତି।