ମାର୍କେଟ୍ କମ୍ପ୍ଲେକ୍ସ‌ରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ପ୍ରାୟ କୋଟିଏ ଟଙ୍କାର ସାମଗ୍ରୀ

Rairangpur Fire Incident
Reading Time: < 1 minute

ରାଇରଙ୍ଗପୁର ସହରର ଏକ ମାର୍କେଟ୍ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ଜଳିଗଲା ପ୍ରାୟ କୋଟିଏ ଟଙ୍କାର ସାମଗ୍ରୀ ।

ରାଇରଙ୍ଗପୁର ସହର ମୁଖ୍ୟ ଗୋଲେଇ ଛକ ନିକଟ ଫ୍ରେଣ୍ଡସ କର୍ଣ୍ଣର ମାର୍କେଟ କମ୍ପ୍ଲେସରେ ଏହି ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ୨ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । କିଛି ସମୟ ପରେ ସ୍ଥାନୀୟ ଲୋକେ ଦୋକାନ ଘରୁ ନିଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଲୋକେ ଭୟଭୀତ ହୋଇପଡିଥିଲେ ।

ଫ୍ରେଣ୍ଡସ କର୍ଣ୍ଣର ସହରର ବହୁ ପୁରୁଣା ଓ ବହୁତ ବଡ଼ ଦୋକାନ । ଛୁଞ୍ଚିରୁ ନେଇ ଇଲେକ୍ଟ୍ରୋନିକ ସାମଗ୍ରୀ, ଡ୍ରେସରୁ ଗ୍ରୋସରୀ ସବୁ କିଛି ଏହି ଦୋକାନରେ ଉପଲବ୍ଧ ଥାଏ । ଅଗ୍ନିଶମ ବିଭାଗ ଖବର ପାଇ ଆସିଲା ବେଳକୁ ନିଆଁ ପୁରା ଦୋକାନକୁ ବ୍ୟାପି ସାରିଥିଲା । ଫ୍ରିଜ, ଏସି ଫାଟିବାକୁ ଆରମ୍ଭ କରିଥିଲା । କମ୍ପ୍ଲେକ୍ସ ପଛପଟେ ଏକ ପଟ୍ରୋଲ ପମ୍ପ୍ ରହଥିଲା । ଯାହା ଫଳରେ ଲୋକଙ୍କ ଭୟ ଆହୁରି ବଢି ଯାଇଥିଲା ।

ଉପଖଣ୍ଡର ବିଭିନ୍ନ ସ୍ଥାନରୁ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଛନ୍ତି । ଏସଡିପିଓ, ତହସିଲଦାର ଘଟଣା ଉପରେ ନଜର ରଖିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହଁ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

 

କଳାହାଣ୍ଡିର ବିରଳ ଛତରଯାତ୍ରାରେ ପଶୁବଳି ନିଷେଧ ମାମଲା

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.