ଅକ୍ଟୋବର ୧୫ରୁ ରାଜ୍ୟ ସ୍ଥିର କରିବେ ସ୍କୁଲ ଖୋଲିବ କି ନାହିଁ!

Odisha Unlock 5.0
Reading Time: < 1 minute

ଜାଣନ୍ତୁ Unlock 5ର ୧୦ ପ୍ରମୁଖ କଥା…

ନୂଆଦିଲ୍ଲୀ: କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଦେଶ ଏବେ ଅନଲକ୍‌ର ପଞ୍ଚମ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି।

ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଅନଲକ୍‌-୫ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା ଆଜି ମାର୍ଗଦର୍ଶିକା ଜାରି କରାଯାଇଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଅନଲକ-୫ରେ ସିନେମାଘର ୫୦ ପ୍ରତିଶତ ସିଟ୍ ସହିତ ଖୋଲିବାକୁ ଅନୁମତି ଦିଆଯାଇଛି।

ଅକ୍ଟୋବର ୧୫ ପରେ ଅନଲକ-୫ରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଏଥିପାଇଁ ଅଭିଭାବକଙ୍କ ସହମତି ଜରୁରୀ। ସ୍ଵିମିଂ ପୁଲ୍ କେବଳ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ଖୋଲାଯିବ।

ଅନଲକ୍‌-୫ର ୧୦ ପ୍ରମୁଖ କଥା…

୧ – କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ମଲ୍‌ଟିପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହା ସହିତ କ୍ରୀଡାବିତ୍‌ଙ୍କ ପାଇଁ ସ୍ଵିମିଂ ପୁଲ ମଧ୍ୟ ଖୋଲାଯିବ।

୨ – ଅନଲକ-୫ରେ ମନୋରଞ୍ଜନ ପାର୍କ ଖୋଲିବାକୁ ମଞ୍ଜୁରୀ ମିଳିଛି।

୩ – କେନ୍ଦ୍ର ସରକାର ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି। ଅକ୍ଟୋବର ୧୫ ପରେ ରାଜ୍ୟ ସରକାର ଏହି ସଂଦର୍ଭରେ ନିଷ୍ପତ୍ତି ନେଇ ପାରିବେ। ଏନେଇ ଅଭିଭାବକଙ୍କ ସହମତି ଜରୁରୀ।

୪ – ସାମାଜିକ, ଶିକ୍ଷାନୁଷ୍ଠାନ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟ କାର୍ଯ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ସାମିଲ କରିବାକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ମନା।

୫ – ବିଜନେସ୍ ଟୁ ବିଜନେସ୍ ଏଗଜିବିସନକୁ ଗୃହ ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌ ସହିତ ଅନୁମତି ଦେଇଛନ୍ତି।

୬ – ଅନଲକ୍‌-୫ରେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ କଡାକଡି ଜାରି ରହିବ।

୭ – ମହାରାଷ୍ଟ୍ରରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ୍‌ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢା ଯାଇଛି। କିନ୍ତୁ ଅକ୍ଟୋବର ୫ରୁ ହୋଟେଲ୍, ରେସ୍ତୋରାଁ, ଫୁଡ୍ ପାର୍କ ଓ ବାର୍‌ ୫୦ ପ୍ରତିଶତ ବସିବା କ୍ଷମତା ସହିତ ଖୋଲାଯାଇ ପାରିବ।

୮ – ଉଚ୍ଚ ଶିକ୍ଷାନୁଷ୍ଠାନରେ କେବଳ ପିଏଚଡି ଓ ବିଜ୍ଞାନ ଓ ଅଦୌଗିକି ବିଷୟରେ ସ୍ନାତକୋତ୍ତର ବିଦ୍ୟାର୍ଥୀଙ୍କ ପାଇଁ ପ୍ରୟୋଗଶାଳା ଓ ଗବେଷଣାତ୍ମକ କାମକୁ ଅନୁମତି ମିଳିବ। ଏସବୁ ଅକ୍ଟୋବର ୧୫ରୁ ଖୋଲିବାକୁ ଅନୁମତି ଦିଆଯାଇଛି।

୯ – କେନ୍ଦ୍ର ସରକାରଙ୍କ ତରଫରୁ ଅନଲକ୍‌-୫ରେ ସ୍ଵିମିଂ ପୁଲ୍ ସାଧାରଣ ଜନତାଙ୍କ ପାଇଁ ଅନୁମତି ନାହିଁ।

୧୦ – ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୂର୍ବବତ୍ତ କଟକଣା ଜାରି ରହିବ।

 

#OdishaFightsCoronavirus

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.