ଭକ୍ତଙ୍କ ପାଇଁ କେବେ ଖୋଲିବ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ?

Maa Tarini Temple
Reading Time: < 1 minute

👇ଭକ୍ତଙ୍କ ପାଇଁ କେବେ ଖୋଲିବ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ? ମାମଲା ଗଲା ହାଇକୋର୍ଟ👇

👉କେନ୍ଦୁଝର ୦୧/୧୦ : କେନ୍ଦୁଝର ଘଟଗାଁସ୍ଥିତ ପ୍ରସିଦ୍ଧ ପୀଠ ତାରିଣୀ ମନ୍ଦିର ଖୋଲିବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି ।

ତାରିଣୀ ମନ୍ଦିର ଏକ ଖୋଲା ମନ୍ଦିର । ଏଠାରେ କୌଣସି ଗର୍ଭଗୃହ ନାହିଁ । ଭିଡ଼ ଆଶଙ୍କା ନାହିଁ । ତେଣୁ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଲାଗି ଏଠାରେ କୌଣସି ସମସ୍ୟା ହେବନି । ଏଠାରେ ସାମାଜିକ ଦୂରତ୍ୱ ମଧ୍ୟ ରଖାଯାଇ ପାରିବ ।

ତେଣୁ ଏହି ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । କେନ୍ଦୁଝରର ପ୍ରତାପ ଚନ୍ଦ୍ର ରାଉତ ଏହି ମାମଲା ରୁଜୁ କରିଛନ୍ତି । ସେ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, କରୋନା ସଂକ୍ରମଣ ପୃଥିବୀର ପ୍ରାୟ ୨ଶହ ଦେଶରେ ଚାଲିଛି । ସଂକ୍ରମଣର ସ୍ଥିତିକୁ ନେଇ କୌଣସି ବିଶେଷଜ୍ଞ କିଛି ବି ନିଷ୍କର୍ଷରେ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି ।

କିନ୍ତୁ ଏହା ସତ୍ତ୍ୱେ ପ୍ରତ୍ୟେକ ଦେଶରେ ଧର୍ମାନୁଷ୍ଠାନ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିଛି । କେନ୍ଦ୍ର ସରକାର ପୂର୍ବରୁ ମନ୍ଦିର ଆଦି ଖୋଲିବା ଉପରେ କଟକଣା ଜାରି କରିଥିଲାବେଳେ ପରେ ମନ୍ଦିର, ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଏହା ସତ୍ତେ୍ୱ ଓଡ଼ିଶା ସରକାର ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ଜାରି କରିଛନ୍ତି । କେନ୍ଦୁଝରର ଘଟଗାଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟରେ ଆସୁନାହିଁ ।

ଯଦି ଘଟଗାଁ ତାରିଣୀ ମନ୍ଦିରର ସ୍ଥିତିକୁ ଦେଖାଯାଏ ତାହେଲେ ଏହା ଚତୁଃପାଶ୍ୱର୍ରୁ ଏକ ଖୋଲା ମନ୍ଦିର । ଏହାର ଗୋଟିଏ ପ୍ରବେଶ ଦ୍ୱାର ରହିଥିଲା ବେଳେ ଗୋଟିଏ ପ୍ରସ୍ଥାନ ଦ୍ୱାର ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମନ୍ଦିରର କୌଣସି ଗର୍ଭଗୃହ ନାହିଁ ।

ଫଳରେ ମନ୍ଦିରକୁ ପ୍ରବେଶ ବେଳେ ଭିଡ଼ ହେବାର କୌଣସି ସମ୍ଭାବନା ନାହିଁ । ତେଣୁ ମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ପ୍ରଦାନ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଆଇନଜୀବୀ ସୁରଜ କୁମାର ମହାପାତ୍ର ରୁଜୁ କରିଛନ୍ତି ।

 

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଛି

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.