#ଗ୍ରାହକଙ୍କଠିକଣାନରଖିଲେ_ହଜାରେ ଟଙ୍କା ତଣ୍ଡ

AR
Reading Time: < 1 minute

ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ପରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ। ଫେରନ୍ତା ପ୍ରବାସୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ପ୍ରବାସୀମାନେ
ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ତେବେ ଏହାରି ଭିତରେ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ସବୁ ଦୋକାନୀଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତଦନୁଯାୟୀ,ଏଣିକି ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ ଠିକଣା ସମ୍ପୃକ୍ତ ଦୋକାନୀ ରଖିବେ ଅନ୍ୟଥା ଦୋକାନ ସିଲ ହେବ । ଏହାଛଡ଼ା କରୋନା ଲକଡାଉନ ନିୟମ ନମାନିଲେ ସମ୍ପୃକ୍ତ ଦୋକାନୀ ମାଲିକ ହଜାରେ ଟଙ୍କା ଫାଇନ ବି ଦେବେ । ଗ୍ରାହକଙ୍କ ପାଇଁ ସାନିଟାଇଜର ରହିବ ।

ମାସ୍କ ନାହିଁ ତ ସଉଦା ନାହିଁ ବୋଲି ଲେଖିବେ,ସାମାଜିକ ଦୂରତ୍ବ ମାନିବେ, ମୁହଁରେ ମାସ୍କ ଓ ହାତରେ ଗ୍ଲାଭସ୍ ପିନ୍ଧିବେ । ଦୋକାନ ଆଗରେ ୨ ମିଟର ଦୂରତ୍ବ ରଖି ସର୍କଲ ଚିହ୍ନଟରେ ଠିଆ ହୋଇ ଗ୍ରାହକ ଜିନିଷ କିଣିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ୍ – ଗୁରୁ ପ୍ରସାଦ ପଟ୍ଟନାୟକ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.