ଥମୁନି ଅନୁଭବ-ବର୍ଷା ବିବାଦ

Anubhav Barsha Case
Reading Time: < 1 minute

ସାମ୍ନାକୁ ଆସିଲା ଆଉ ଏକ ଭିଡିଓ, ବର୍ଷାଙ୍କୁ ଖାଇବା ପରଷୁଛନ୍ତି ରୋଷେୟା

ଅନୁଭବ-ବର୍ଷା ପାରିବାରିକ ବିବାଦ ଥମିନାହିଁ । ଯେଉଁଦନ ବର୍ଷା ଅସୁରକ୍ଷିତ ମନେକରି ପୁଲିସକୁ ଫୋନ କରି ସୁରକ୍ଷା ମାଗିଥିଲେ, ସେଦିନର ଆଉ ଏକ ଭିଡିଏ ଏବେ ସାମ୍ନାକୁ ଆସିଛି । ଏଥିରେ ବର୍ଷାଙ୍କୁ ଖାଇବାକୁ ଦେଉଛନ୍ତି ରୋଷେୟା । ଭିଡିଓରେ ରୋଷେୟା କହୁଛନ୍ତି, ପ୍ରତିଦିନ ଘରେ ଯାହା ରୋଷେଇ ହୁଏ ତାହା ଘରର ପ୍ରତିଟି ସଦସ୍ୟ ଖାଇଥାନ୍ତି । ଅନୁମାନ କରାଯାଉଛି, ପୂର୍ବରୁ ଆସିଥିବା ଭିଡିଓଟି ବର୍ଷାଙ୍କ ମୋବାଇଲରୁ ରେକର୍ଡ ହୋଇଥିବାବେଳ ଆଜିର ଭିଡିଓଟି ଅନୁଭବଙ୍କ ସହଯୋଗୀ ରେକର୍ଡ କରିଥାଇପାରନ୍ତି । ବିବାଦ ଭିତରେ ଚଳିତ ମାସ ୭ ତାରିଖରେ ପୁଲିସକୁ ସୁରକ୍ଷା ମାଗିଥିଲେ ବର୍ଷା ପ୍ରିୟଦର୍ଶିନୀ ।

ଅଭିଯୋଗ ଅନୁସାରେ ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଅନିଚ୍ଛା ସତ୍ତ୍ବେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହାକୁ ନେଇ ପୁଲିସର ସହାୟତା ଲୋଡିଥିଲେ ବର୍ଷା । ବର୍ଷା ପ୍ରିୟଦର୍ଶିନୀ ସୁରକ୍ଷା ମାଗିବା ପରେ ଅନୁଭବ ମହାନ୍ତିଙ୍କ ଘରେ ପହଞ୍ଚିଥିଲା ପୁଲିସ । ବର୍ଷା ଖାଇବା ସମୟର ୨ ଜଣ ଯୁବକ ଅନୁଭବଙ୍କ କଥାରେ ଭିଡିଓ ସୁଟ କରୁଥିଲେ । ରୁମ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ବର୍ଷାଙ୍କ ଓକିଲ କହିଥିଲେ । ଏ ନେଇ ବର୍ଷା ୧୦୦କୁ ଡାଏଲ କରି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଘଟଣା ବିଷୟରେ ଜଣେଇ ଥିଲେ।

 

ରେଡ଼୍‌ କାର୍ପେଟର ରାଣୀ: ନୁସରତ୍ ଭାରୁଚା

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x