
ପାଖେଇ ଆସୁଛି ବାତ୍ୟା ଅମ୍ଫାନ, ସମୟ ଯେତେ ବଢିବଢି ଚାଲିଛି ଲୋକଙ୍କ ମନରେ ବାତ୍ୟାର ଭୟ ସେତେ ବଢିବଢି ଚାଲିଛି। ତେବେ ବାତ୍ୟା ଅମ୍ଫାନ ବର୍ତ୍ତମାନ ପାରାଦ୍ବୀପ ଠାରୁ ୩୨୦ କିଲୋମିଟରରେ ରହିଛି। ଦୀଘ ଠାରୁ ୪୭ର ଦୂରରେ ରହିଛି ବାତ୍ୟା।ଘଣ୍ଟାକୁ ୧୭ କିଲୋମିଟର ବେଗରେ ଗତି କରୁଛି ଅମ୍ଫାନ୍। ତେବେ ଆଜି ମଧ୍ୟରାତ୍ରିରୁ ବର୍ଷା ଓ ପବନର ବେଗ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଓଡ଼ିଶାର ଉତ୍ତର ଉପକୂଳ ଅଞ୍ଚଳରେ ପବନ ଅଧିକ ରହିବ।
ତେବେ ଓଡିଶାର ୪ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ ସେହି ଜିଲ୍ଲାଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରପଡା। ଏହି ଜିଲ୍ଲା ଗୁଡିକରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ ହୋଇପାରେ।
ଉତ୍ତର ଉପକୂଳ ଓଡ଼ିଶାରେ ସର୍ବାଧିକ ପବନର ବେଗ ୧୨୫ କିଲୋମିଟର ରହିବ।
ତେବେ ଗତକାଲି ସକାଳୁ ପବନର ବେଗ ଆହୁରି ବଢିପାରେ। ଅନ୍ଯ ଦକ୍ଷିଣ ଉପକୂଳ ବର୍ତି ଜିଲ୍ଲା ପୁରୀ, ଗଜପତି, ଗଞ୍ଜାମ ରେ ସଂଧ୍ୟାରୁ ପବନ ଆରମ୍ଭ ହୋଇସାରିଥିବା ବେଳେ ଏହି ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୫୫-୬୫ କିଲୋମିଟର ରୁ ୮୫ କିମି ହୋଇପାରେ।
ଏହାଛଡା ଖୋର୍ଦ୍ଧା, କଟକ ଯାଜପୁରରେ ପବନର ବେଗ ୬୦ କିଲୋମିଟର ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି।