ଖବର ଆଜିର ତାରିଖ ୦୫-୧୧-୨୦ ଗୁରୁବାର

khabar aajira
Reading Time: < 1 minute

➡️୧-ଆଇପିଏଲର ପ୍ଲେ ଅଫ୍ ଚୂଡାନ୍ତ : କାଲି ମୁମ୍ୱାଇ-ଦିଲ୍ଲୀ ଟକ୍କର; ଶୁକ୍ରବାର ବାଙ୍ଗାଲୋର-ହାଇଦ୍ରାବାଦ୍ ମୁକାବିଲା ।

➡️୨-ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା : ସତର୍କ କରାଇଲେ ସରକାର।

➡️୩-‘୨୦୨୧ ଜାନୁଆରୀ ସୁଦ୍ଧା ଦେଶରେ ସୁଲଭ ଉପଲବ୍ଧ ହୋଇପାରେ କୋଭିଡ୍‌ ଟିକା’- ପୁନାଓ୍ବାଲା ।

➡️୪-ଫ୍ରାନ୍‌ସ୍‌ରୁ ଆସି ଭାରତରେ ପହଞ୍ଚିଲା ବାୟୁସେନା ରାଫେଲ୍ ବିମାନର ଦ୍ବିତୀୟ ବ୍ୟାଚ୍‌ ।

➡️୫-ପାଣିପାଗ ପ୍ରାକ୍ ସୂଚନା ଯୋଗୁଁ ୧.୭ କୋଟି କୃଷକମାନଙ୍କର ବୃଦ୍ଧି ହୋଇଛି ଆୟ ।

➡️୬-କରୋନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ପେନ୍‌ସନ୍‌ଭୋଗୀଙ୍କ ଅନୁପସ୍ଥିତିରେ ଦିଆଯିବ ପେନ୍‌ସନ୍‌ ।

➡️୭-ବ୍ରିଟିଶ ଯୁଗର IPC ଏବଂ CrPC ପରିବର୍ତ୍ତନ କରିବାକୁ ଯାଉଛି କେନ୍ଦ୍ର – ଗୃହ ରାଷ୍ଟ୍ରମନ୍ତ୍ରୀ ରେଡ୍ଡି – ‘ପ୍ୟାନେଲ୍ ଗଠିତ’ ।

➡️୮-ଇସ୍ତାନବୁଲ: ତୁର୍କୀରେ ଭୂମିକମ୍ପର ୪ଦିନ ପରେ ଭଙ୍ଗା ଅବଶେଷ ଭିତରୁ ୩ବର୍ଷର ଶିଶୁ କନ୍ୟାଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା।

➡️୮-ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ମତଦାନ ନେଇ ସୂଚନା : ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରହିଛି ଇଭିଏମ; ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ।

➡️୧୦-ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହେଲେ ରିପବ୍ଲିକ ଟେଲିଭିଜନର ମୁଖ୍ୟସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ।14 ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ ।

➡️୧୧-ନଭେମ୍ୱରରେ ଖୋଲିବ ସ୍କୁଲ : ମନ୍ତ୍ରୀ କହିଲେ, ଡ୍ରାଫ୍ଟ ଷ୍ଟେଜରେ ଅଛି ଏସଓପି; ନବମରୁ ଯୁକ୍ତ ଦୁଇ ଯାଏଁ ହେବ ସବୁ କ୍ଲାସ୍ ।

➡️୧୨-ଆହତ ରୋହିତଙ୍କ ଆଇପିଏଲ ଖେଳିବା ନେଇ ଉଠିଲା ପ୍ରଶ୍ନ : ପ୍ରଥମେ ଦେଶ, ନା ପ୍ରଥମେ କ୍ଲବ; ଆଘାତ ପାଇଁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିଛନ୍ତି ରୋହିତ ।

➡️୧୩-ଭୋଟ୍ ଗଣତି ଭିତରେ ରାଷ୍ଟ୍ରପତି ଟ୍ରମ୍ପ ଆଣିଲେ ବଡ ଅଭିଯୋଗ: କହିଲେ, ଫଳାଫଳକୁ ଚୋରି କରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ ।

➡️୧୪-ମାଣିକେରା  ଓ ଉର୍ଲାଦାନି ଅଞ୍ଚଳରେ ମାଓ ପୋଷ୍ଟର, କମ୍ବିଂ ଅପରେସନ ବନ୍ଦ କରିବାକୁ ଏସପିଙ୍କୁ  ଚେତାବନୀ ।

➡️୧୫-ଦୀପାବଳି ପୂର୍ବରୁ ଆଳୁ-ପିଆଜ ଦର ନିୟନ୍ତ୍ରଣ କରିବାକୁ ଆକ୍ସନ୍ ମୋଡରେ ରାଜ୍ୟ ସରକାର: ନିୟମ ଉଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ ।

➡️୧୬-ଆସୁଛନ୍ତି ଝାଡ଼ଖଣ୍ଡୀ ହାତୀ, ଉପଦ୍ରବ ରୋକିବା ପାଇଁ ବନ ବିଭାଗ ଓ ବିଦ୍ୟୁତ ବିଭାଗର ପ୍ରସ୍ତୁତି ବୈଠକ ।

➡️୧୭-ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଦାଖଲ ହୋଇ ପାରିଲାନି ତଦନ୍ତର ଷ୍ଟାଟସ୍ ରିପୋର୍ଟ ।

 

🌅ଶୁଭ ସକାଳ,ସୁପ୍ରଭାତ🌅

 

କରୋନା ପାଇଁ ଚଳିତ ବର୍ଷ ହେବନି ବାଲିଯାତ୍ରା; ପାଳନ ହେବନି ବଡଓଷା

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.