ଦୀପାବଳି ପରେ ଖୋଲିବ ସ୍କୁଲ !

Schools to open soon
Reading Time: < 1 minute

ଦୀପାବଳି ପରେ ଖୋଲିବ ସ୍କୁଲ ! ଏନେଇ ରାଜ୍ୟ ସରକାରଙ୍କ ବିଚାର ବିମର୍ଷ ଜାରି ; ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇପାରେ ବିଜ୍ଞପ୍ତି ।

ଦୀପାବଳି ପରେ ଖୋଲିବ ସ୍କୁଲ । କନକ ନ୍ୟୁଜକୁ ବିଶ୍ୱସ୍ତ ସୂତ୍ରରୁ ମିଳିଲା ସୂଚନା । ଏନେଇ ରାଜ୍ୟ ସରକାର ବିଚାର ବିମର୍ଷ ଜାରି ରଖିଛନ୍ତି । ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷାବିତଙ୍କ ସହ ଆଲୋଚନା କରାଯାଇଛି । ସ୍କୁଲ ଖୋଲିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । ଖୁବଶୀଘ୍ର  ରାଜଯ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇପାରେ ବିଜ୍ଞପ୍ତି ।

ପ୍ରଥମେ ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା ହେଉଛି । ହେଲେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ‌ଏବେ କିଛି ସ୍କୁଲ, କଲେଜକୁ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଆସୁଛନ୍ତି । ତେଣୁ ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ । ହେଲେ ଏହା ପୂର୍ବରୁ ସ୍କୁଲ, କଲେଜ କର୍ତ୍ତୃପକ୍ଷ ଚାହିଁଲେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ । ରାଜଧାନୀର କେତୋଟି ସ୍କୁଲରେ କ୍ୟାମ୍ପ କରି ଏହାର ନିକଟବର୍ତ୍ତୀ ସ୍କୁଲକୁ ଟ୍ୟାଗ୍‌ କରାଯିବ ।

 

ବନ୍ୟା କ୍ଷୟକ୍ଷତି: କେନ୍ଦ୍ରକୁ ୧୫୬୯.୫୧ କୋଟିର ସହାୟତା ମାଗିଲେ ରାଜ୍ୟ ସରକାର

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.