କରୋନା ପାଇଁ ଚଳିତ ବର୍ଷ ହେବନି ବାଲିଯାତ୍ରା; ପାଳନ ହେବନି ବଡଓଷା

Baalijatra
Reading Time: < 1 minute

👉କଟକ : କାହିଁ କେତେ ବର୍ଷରୁ ପାଳନ ହୋଇ ଆସୁଛି ବାଲିଯାତ୍ରା। ମାତ୍ର ଚଳିତ ବର୍ଷ କରୋନା ମହମାରୀ କାରଣରୁ କଟକରେ ହେବନି ଐତିହାସିକ ବାଲିଯାତ୍ରା। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି। ସହରରେ କୋଭିଡ଼ ସ୍ଥିତି ପାଇଁ ପ୍ରସିଦ୍ଧ ବାଲିଯାତ୍ରା ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସେଭଳି ସାମୂହିକ ଭାବେ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ମଧ୍ୟ ବାରଣ କରାଯାଇଛି। କୋଭିଡ କାରଣରୁ ଧବଳେଶ୍ୱରରେ ମଧ୍ୟ ବଡ଼ଓଷା ପାଳନ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି। ବାଲିଯାତ୍ରା, ବୋଇତ ବନ୍ଦାଣ, ବଡଓଷାରେ ଅଧିକ ଜନ ସମାଗମ ହେଉଥିବାରୁ ଓ ସହରରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି , ସଂକ୍ରମଣ ବୃଦ୍ଧି ନହେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବାଲିଯାତ୍ରା ବନ୍ଦ ଫଳରେ ଓଡିଶାବାସୀ ମନ ଦୁଃଖ ହେଲେ ମଧ୍ୟ ବାଲିଯାତ୍ରାରେ ବିଭିନ୍ନ ସ୍ଥାନରୁ ଦୋକାନୀ ଆସିବା ସହ ଏହା ବନ୍ଦ ହେଲେ କୋଟି କୋଟି ଟଙ୍କାର ବ୍ୟବସାୟରେ କ୍ଷତି ହେବ। ମାତ୍ର କୋଭିଡ଼ ନିୟମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିରେ ସଭିଁଙ୍କ ସହମତି ବୋଲି ସୂଚନା ମିଳିଛି।

 

ଅନୁଗୋଳ ମଦମୃତ୍ୟୁ : ଆଉ ଜଣେ ମୃତ, ଆଖିବୁଜିଲେଣି ୪ ଶ୍ରମିକ, ୩ ଚିକିତ୍ସାଧୀନ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.