ପୁରୀ ବ୍ଲୁଫ୍ଲାଗ ବିଚ୍‌ରୁ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

News Odia
Reading Time: < 1 minute

ପୁରୀ ପିଙ୍କ୍ ହାଉସ ନିକଟ ସମୁଦ୍ରରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।  ଗତକାଲି ବ୍ଲୁଫ୍ଲାଗ ବିଚ୍‌ର ବାଥିଂ ଜୋନରେ ପରିବାର ସହ ଗାଧୋଉଥିବା ସମୟରେ ସମୁଦ୍ରରେ ଭାସି ଯାଇଥିଲେ ପର୍ଯ୍ୟଟକ।

ସୂଚନାଅନୁସାରେ ଝାଡଖଣ୍ଡରୁ ପୁରୀ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଜଣଙ୍କ ପୁରୀ ବ୍ଲୁଫ୍ଲାଗ ବିଚ୍‌ରେ ପରିବାର ସହ ଗାଧୋଉଥିବା ସମୟରେ ସମୁଦ୍ରରେ ଭାସିଯାଇଥିଲେ। ଗତକାଲିଠୁ ଅଗ୍ନିଶମ ବିଭାଗ ନିଖୋଜ ପର୍ଯ୍ୟଟକଙ୍କୁ ଖୋଜା ଖୋଜି କରୁଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ।

ତେବେ ଆଜି ପିଙ୍କ୍ ହାଉସ ନିକଟ ସମୁଦ୍ରରେ ଏକ ମୃତଦେହ ଭାସୁଥିବା କିଛି ମତ୍ସ୍ୟଜୀବୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ଉକ୍ତ ମୃତଦେହଟି ଗତକାଲି ବ୍ଲଫ୍ଲାଗ ବିଚ୍‌ରୁ ଭାସିଯାଇଥିବା ପର୍ଯ୍ୟଟକ ବୋଲି ଜଣାପଡିଛି।

 

୨ଦିନିଆ କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.