admission open colleges without the original certificate

ଅରିଜିନାଲ୍‌ ସାର୍ଟିଫିକେଟ୍‌ ବିନା ହୋଇପାରିବ ଆଡମିଶନ୍!?

Odisha News
Reading Time: < 1 minute

ଅରିଜିନାଲ୍‌ ସାର୍ଟିଫିକେଟ୍‌ ବିନା ହୋଇପାରିବ ଆଡମିଶନ୍‌ : ଯୁକ୍ତ ତିନି ଆଡମିଶନ ନେଇ ଗାଇଡଲାଇନ୍‌ ଜାରି

👉ଭୁବନେଶ୍ବର : ଆଜି ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି ।

ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 2 ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ।ଯୁକ୍ତ ତିନି ଆଡମିଶନ ନେଇ ଗାଇଡଲାଇନ୍‌ ଜାରି କଲେ ରାଜ୍ୟସରକାର । ଅରିଜିନାଲ୍‌ ସାର୍ଟିଫିକେଟ୍‌ ବିନା ଯୁକ୍ତ ତିନି ଆଡ୍‌ମିଶନ ନେଇ ନିର୍ଦ୍ଦେଶ ଜାରି କରାଯାଇଛି ।

ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଛି । କରୋନା କାରଣରୁ ଅରିଜିନାଲ୍‌ ସାର୍ଟିଫିକେଟ୍‌ ବିଳମ୍ବ ହେଉଥିବାରୁ ବ୍ୟବସ୍ଥା କରାଯାଇଛି । ସେଲ୍‌ଫ ଆଟେଷ୍ଟେଡ୍‌ ଡାଉନଲୋଡ୍‌ ମାର୍କସିଟ୍‌ ଗ୍ରହଣ କରାଯିବାକୁ ଚିଠି କରାଯାଇଛି ।

ମାଇଗ୍ରେସନ ସାର୍ଟିଫିକେଟ୍‌ ପାଇଁ ବି ବାଧ୍ୟ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ପରେ ଅରିଜିନାଲ୍‌ ସାର୍ଟିଫିକେଟ୍‌ ଦେବାକୁ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ ।

 

#OdishaFightsCoronavirus

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x