
ଜୁଲାଇ ୨୪ରେ ହେବ ଯୁକ୍ତ ୩ ଫାଇନାଲ ସେମିଷ୍ଟର ଓ ଅଗଷ୍ଟ ୨୦ତାରିଖରେ ପିଜି କ୍ଲାସ୍ ଫାଇନାଲ ସେମିଷ୍ଟର ପରୀକ୍ଷା ହେବ। ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସେହିପରି ସେପ୍ଟେମ୍ବର ଏବଂ ଅକ୍ଟୋବରର ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା। ନଭେମ୍ବର ମାସରେ ସବୁ ପିଜି କ୍ଲାସ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ଲାଇନ୍ ପ୍ରୋଗ୍ରାମ ପାଇଁ ଏକ ସ୍ୱତନ୍ତ୍ର କମିଟି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ।
କାଲିଠାରୁ ସବୁ ବିଶ୍ୱବିଦ୍ୟାଳୟ, ଡିଗ୍ରୀ କଲେଜ ଅଫିସ ଚାଲିବ। ଏକତୃତୀୟାଂଶ କର୍ମଚାରୀରେ ଅଫିସ ଚଳାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୫ ଦିନରେ ଥରେ କୁଳପତିମାନଙ୍କୁ ନେଇ ସମୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି