
➡️୧-ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା, ଆହୁରି ୨ ଦିନ ଥରାଇବ, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା ।
➡️୨-ଜାନୁଆରୀ ୩ରେ ଖୋଲିବ ମା ଶାରଳା ଓ ଗୋରେଖନାଥ ମନ୍ଦିର, ଦିନକୁ ଏତିକି ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ । ପ୍ରଥମେ ପୁରୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ପରେ ଏବେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ମନ୍ଦିର ଖୋଲିବାକୁ ଯାଉଛି।
➡️୩-ଏଏନଏମଙ୍କ ଆନ୍ଦୋଳନ ୨୪ ଦିନରେ : ଶୀତ କାକର ରାତିରେ ରାଜଧାନୀରେ ଜାରି ରଖିଛନ୍ତି ଧାରଣା ।
➡️୪-ଆସନ୍ତା କାଲି ଖୋଲିବ ବାବା ଅଲାରନାଥ ମନ୍ଦିର, ଏହି ଏହି ତାରିଖ ବନ୍ଦ ରହିବ, ରାଜ୍ୟରେ କରୋନା ସଂକ୍ରମଣ ଭୟ ଦୂର ପରେ ଏବେ ମନ୍ଦିର ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କଠୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ପ୍ରସ୍ତୁତି କରିଛନ୍ତି।
➡️୫-ପରୀ ହତ୍ୟାକାଣ୍ଡରେ ଯଦୁପୁର ଗ୍ରାମର ଗିରଫ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀକୁ ନୟାଗଡ଼ ସବ୍ଜେଲକୁ ପଠାଇ ଦିଆଯାଇଛି। ଅଭିଯୁକ୍ତକୁ ୪ ଦିନ ଲାଗି ରିମାଣ୍ଡରେ ନେବାକୁ ଏସ୍ଆଇଟି ଆବେଦନ କରିଥିବାବେଳେ ଅଦାଲତଙ୍କ ପକ୍ଷରୁ ୩ ଦିନିଆ ରିମାଣ୍ଡ ଅନୁମତି ଦିଆଯାଇଛି।
➡️୬-ନୂଆ ରୂପ ନେବ ୪୬ ପର୍ଯ୍ୟଟନ ସ୍ଥଳ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା, ରାଜ୍ୟର ୩୬୦ ପର୍ଯ୍ୟଟନସ୍ଥଳରୁ ୪୬ଟି ପର୍ଯ୍ୟଟନସ୍ଥଳକୁ ଫୋକସ୍ରେ ରଖିଛି ପର୍ଯ୍ୟଟନ ବିଭାଗ।
➡️୭-ଜୟଦେବ ବାଟିକାରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ହତ୍ୟା ଅଭିଯୋଗରେ କମିସନର୍ଙ୍କୁ ଭେଟିଲେ ।
➡️୮-ଆଜି ଜାତୀୟ ଗଣିତ ଦିବସ । ବିଶିଷ୍ଟ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ (ଡିସେମ୍ବର ୨୨)କୁ ଜାତୀୟ ଗଣିତ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ବିଶିଷ୍ଟ ବ୍ୟକ୍ତି ୧୮୮୭ ମସିହାର ଏହି ଦିନରେ ତାମିଲନାଡୁର କୁମ୍ବାକୋନମସ୍ଥିତ ଇରୋଡ୍ରେ ଭୂମିଷ୍ଠ ହୋଇଥିଲେ।
➡️୯-କରୋନାର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱରେ ଆତଙ୍କ, ଏପଟେ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉପରେ ରୋକ ଲଗାଇଲା ଭାରତ ।
➡️୧୦-ମହାରାଷ୍ଟ୍ରରେ ଆଜିଠୁ ଜାନୁଆରୀ ୫ ଯାଏଁ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ; ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ ।
➡️୧୧-କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି : ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ନେଲେ ୭୮ ବର୍ଷୀୟ ଜୋ ବାଇଡେନ। ଏହାକୁ ସ୍ୱତନ୍ତ୍ର ଭାବେ ଟିଭିରେ ଲାଇଭ୍ ଦେଖାଯାଇଥିଲା ।
➡️୧୨-ବିଦ୍ୟୁତ ଗ୍ରାହକଙ୍କ ପାଇଁ କେନ୍ଦ୍ର ସରକାର ଆଣିଲେ ନୂଆ ନିୟମ, ପ୍ରଥମ ଥର ପାଇଁ ଉପଭୋକ୍ତା ଅଧିକାରକୁ ମିଳିଲା ସ୍ବୀକୃତି ।
➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।
ପୃଥ୍ବୀ-୨ କ୍ଷେପଣାସ୍ତ୍ର ରାତ୍ରି ପରୀକ୍ଷା; ଗୋଟିଏ ଲକ୍ଷ୍ୟଭେଦ, ଅନ୍ୟଟି ଲକ୍ଷ୍ୟଭ୍ରଷ୍ଟ