
ଅଜଣା ଗାଡି ଧକ୍କାରେ ଛଟପଟ ହେଟା । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ତହସିଲ ଦାରୁଭଦ୍ର ଗ୍ରାମ ନିକଟରେ ଆହତ ଅବସ୍ଥାରେ ପଡି ଛଟପଟ ହେଉଛି ହେଟା ।
ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ ଧର୍ମରାଜ ପାତ୍ର ଓ ସମ୍ପାଦକ ବିଜେନ୍ଦ୍ର ମାଝୀ ଘଟଣାସ୍ଥଳରେ ପହଞ୍ଚି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ ।
ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା ବନ ବିଭାଗର ଉଦ୍ଧାର କାରୀ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେମାନେ ଆହତ ହେଟାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିବା ସୂଚନା ମିଳିଛି ।