ଆସନ୍ତୁ ଜାଣିବା, କାଙ୍କଡ଼ କେତେ ହିତକାରୀ - Utkal Odisha

ଆସନ୍ତୁ ଜାଣିବା, କାଙ୍କଡ଼ କେତେ ହିତକାରୀ

kantola
Reading Time: 2 minutes

ଆମେ ସାଧାରଣତଃ ବ୍ୟବହାର କରୁଥିବା ପନିପରିବା ମଧ୍ୟରେ କାଙ୍କଡ଼କୁ ଗୋଟିଏ ଉତ୍ତମ ପରିବା ଭାବରେ ବିବେଚନା କରାଯାଏ।  କାଙ୍କଡ଼ରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ଥାଏ ଏବଂ ଏହା କମ୍‌ କ୍ୟାଲୋରୀ ବିଶିଷ୍ଟ ଅଟେ। କାଙ୍କଡ଼ ତନ୍ତୁଯୁକ୍ତ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଯୁକ୍ତ ହୋଇଥିବାରୁ ଏହା ସହଜରେ ହଜମ ହୋଇପାରେ । ବର୍ଷାଦିନରେ ଏହା ଆପଣଙ୍କର ପାଚନତନ୍ତ୍ରକୁ ସଂକ୍ରମଣ ଠାରୁ ଦୁରେଇ ରଖେ ଏବଂ କୋଷ୍ଠକାଠିନ୍ୟକୁ ନିୟନ୍ତ୍ରଣ କରେ। କାଙ୍କଡ଼ର କେତେକ ବିଶିଷ୍ଟ ଗୁଣାବଳୀ ନିମ୍ନରେ ବର୍ଣ୍ଣନା କରାଗଲା।

୧. କାଙ୍କଡ଼ର ରସ ଉଚ୍ଚ ରକ୍ତଚାପ ରୋଗୀଙ୍କ ନିମନ୍ତେ ଉପାଦେୟ ଅଟେ। ଏହା ରକ୍ତ ସଂଚାଳନକୁ ସକ୍ରିୟ କରେ।

୨. ଖାଦ୍ୟରେ କାଙ୍କଡ଼ ଖାଇବା ଦ୍ୱାରା ଋତୁକାଳୀନ ସଂକ୍ରମଣ ହୋଇନଥାଏ। ସାଧାରଣତଃ ବର୍ଷାଦିନରେ ବିଭିନ୍ନ ଭୁତାଣୁଜନିତ ରୋଗ ସଂକ୍ରମଣ କରେ, ଯଥା; ଜ୍ୱର, ଶର୍ଦ୍ଦି, ଏବଂ କାଶ।ଏ ସବୁ ସଂକ୍ରମଣଗୁଡିକୁ ପ୍ରତିରୋଧ କରିବା ନିମନ୍ତେ ପ୍ରକୃତିର ଅବଦାନ ହେଉଛି କାଙ୍କଡ଼।

୩. କାଙ୍କଡ଼ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। କାଙ୍କଡ଼ରେ ପ୍ରଚୁର ପରିମାଣରେ ଆଣ୍ଟି-ଆଲର୍ଜିକ, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବାକ୍ଟେରିଆଲ, ଆନାଲଜେସୀକ, ଏବଂ ଆଣ୍ଟି-ଇନଫ୍ଲେମେଟୋରି ତତ୍ତ୍ୱ ରହିଛି।

୪.  କାଙ୍କଡ଼ ଏକଜିମା ଏବଂ ବିଭିନ୍ନ ପ୍ରକାରର ଚର୍ମ ରୋଗକୁ ଆରୋଗ୍ୟ କରିବାରେ ସାହାଯ୍ୟ କରେ । ଚର୍ମର ବ୍ରଣ କୁ ହ୍ରାସ କରିବା ନିମନ୍ତେ କଷି କାଙ୍କଡ଼ ରସ ବ୍ୟବହାର କରାଯାଏ ।

୫.  କାଙ୍କଡ଼ ଯକୃତ (।iver) କୁ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରେ । ଫ୍ୟାଟି ଲିଭର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନିମନ୍ତେ କାଙ୍କଡ଼ ବହୁତ ଉପକାରୀ ଅଟେ ।

୬. ଶ୍ୱାସକ୍ରିୟାଜନିତ ସମସ୍ୟାଗୁଡ଼ିକୁ ଦୂରକରେ, ତେଣୁକରି ଆଜମା, ବ୍ରୋଙ୍କାଇଟିସ ପ୍ରଭୃତି ରୋଗର ଆରୋଗ୍ୟ ନିମନ୍ତେ ଆୟୁର୍ବେଦରେ କାଙ୍କଡ଼ର ଉପଯୋଗୀତା ବହୁତ ବେଶୀ ଅଟେ ।

୭. ମନୁଷ୍ୟର କେନ୍ଦ୍ରୀୟ ସ୍ନାୟବିକ ବ୍ୟବସ୍ଥାକୁ ସୁରକ୍ଷା ପ୍ରଦାନ କରିବାର ଏବଂ ସାହାଯ୍ୟ କରିବାର ଗୁଣାବଳୀ କାଙ୍କଡ଼ର ଅଛି । ମସ୍ତିସ୍କର କାର୍ଯ୍ୟକ୍ଷମତା ବୃଦ୍ଧିକରିବା ନିମନ୍ତେ କାଙ୍କଡ଼କୁ ଭୋଜନରେ ସାମିଲ କରନ୍ତୁ । ଆୟୁର୍ବେଦରେ ମାନସିକ ରୋଗର ଆରୋଗ୍ୟ ନିମନ୍ତେ କାଙ୍କଡ଼କୁ ବ୍ୟବହାର କରିବାର ବିଧି ରହିଛି ।

୮. କାଙ୍କଡ଼ର ହାଇପୋଗ୍ଲାଇସେମିକ ଗୁଣାବଳୀ ରହିଛି, ସେଥିପାଇଁ ଏହା ମଧୁମେହ ରୋଗୀମାନଙ୍କ ନିମନ୍ତେ ଅତ୍ୟନ୍ତ ଉତ୍ତମ ଅଟେ ।  କାଙ୍କଡ଼ ଅଗ୍ନାଶୟର ବିଟା-କୋଷିକାକୁ ସୃଷ୍ଟି କରିବାରେ ସାହାଯ୍ୟ କରେ ଏବଂ ଏହି ବିଟା-କୋଷିକାକୁ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରେ । ଏହା ସଂଗେ ସଂଗେ ଇନ୍ସୁଲିନ କ୍ଷରଣରେ ସାହାଯ୍ୟ କରେ । ଯାହାକି ଡାୟାବେଟିସକୁ ସମସ୍ତ ସ୍ତରରେ ପରିଚାଳନା କରିବାରେ ସାହାଯ୍ୟ କରେ । ମଧୁମେହ ରୋଗର ଆରୋଗ୍ୟ ନିମନ୍ତେ ଏହାକୁ ଭାଜି କରି ଖାଇବା ଆବଶ୍ୟକ କିମ୍ବା ଏହାର ରସକୁ ପିଇବା ଆବଶ୍ୟକ ।

୯. କାଙ୍କଡ଼ ଗୋଟିଏ ସହଜରେ ହଜମ ହୋଇପାରୁଥିବା ପରିବା ହୋଇଥିବାରୁ ଆମମାନଙ୍କର ପାଚନ ତନ୍ତ୍ରକୁ ଏହା ସାହାଯ୍ୟ କରେ । କାଙ୍କଡ଼ର ରେଚକ ଗୁଣ ରହିଛି । ଗ୍ୟାସ୍ଟ୍ରିକ ଅଲସର ଏବଂ କୋଷ୍ଠକାଠିନ୍ୟ ରୋଗରେ କାଙ୍କଡ଼ ଖାଇବା ନିମନ୍ତେ କୁହାଯାଏ ।

୧୦. କାଙ୍କଡ଼ ଗୋଟିଏ କମ କ୍ୟାଲୋରୀ ବିଶିଷ୍ଟ ପରିବା ହୋଇଥିବାରୁ ଏହାକୁ ଶରୀରର ଓଜନ ନିୟନ୍ତ୍ରଣ ନିମନ୍ତେ ଭୋଜନରେ ଅନ୍ତର୍ଭୁକ୍ତ କରନ୍ତୁ । ତେଣୁ ଏବେ ଆପଣଙ୍କର ଅତିରିକ୍ତ ମୋଟାପଣିଆ କମାଇବା ପାଇଁ କାଙ୍କଡ଼ ଖାଇବା ଆରମ୍ଭ କରିଦିଅନ୍ତୁ ।

୧୧.  ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି ଯେ, କାଙ୍କଡ଼ରେ କେତେକ ପ୍ରମୁଖ ଆଣ୍ଟିଅକ୍ସିଡାଣ୍ଟ ଅଛି ଯାହା କି, କର୍କଟ ରୋଗକୁ ଦୂରକରିବାରେ ସାହାଯ୍ୟ କରେ । ଭବିଷ୍ୟତର ଗବେଷଣା ଆହୁରି ଅନେକ ତଥ୍ୟ ଉନ୍ମୋଚନ କରିବ ।

୧୨. ପେପଟିକ୍‌ ଅଲସର୍‌ ଏବଂ ପାଇଲସ୍‌ ସମସ୍ୟାରେ କାଙ୍କଡ଼କୁ ସିଝାଇ ତରକାରୀ ଭାବରେ ଭୋଜନରେ ବ୍ୟବହାର କରନ୍ତୁ । ଏହାର ଉପରି ଭାଗର ଚୋପାକୁ ନଛଡ଼ାଇ ଭୋଜନରେ ବ୍ୟବହାର କରନ୍ତୁ, କାରଣ ଏହାର ଚୋପା ହିଁ ଉତ୍ତମ ଫଳାଫଳ ପ୍ରଦାନ କରେ ।

୧୩.  ସାଧାରଣତଃ ଋତୁ ପରିବର୍ତ୍ତନ କିମ୍ବା ଭୁତାଣୁ କିମ୍ବା ଜୀବାଣୁ ଯୋଗୁଁ ପିଲା ଏବଂ ବୟସ୍କ ବ୍ୟକ୍ତି ମାନଙ୍କଠାରେ କଫ ଦେଖାଯାଏ । ୩ ଗ୍ରାମର କାଙ୍କଡ଼ ଗୁଣ୍ଡ ଦିନକୁ ତିନିଥର କରି ସେବନ କରିଲେ କଫ ସମସ୍ୟାରୁ ଉପଶମ ମିଳେ ।

୧୪. ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ିବା ସଂଗେ ସଂଗେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ମଧ୍ୟ ବଢ଼ି ଚାଲିଛି ।  ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆମକୁ ଭୋଜନରେ କାଙ୍କଡ଼କୁ ସାମିଲ କରିବାକୁ ପଡ଼ିବ । କାଙ୍କଡ଼ ଚେରର ଚୂର୍ଣ୍ଣ ୨୫୦ ରୁ ୫୦୦ ମି.ଗ୍ରା. ସହିତ ଗୋଟିଏ ଚାମଚ ମହୁ ଏବଂ ଗୋଟିଏ ଚାମଚ ଅଦା ରସ ମିଶାଇ ସେବନ କରିଲେ ଯେ କୌଣସି ପ୍ରକାରର ନିଶ୍ୱାସ ପ୍ରଶ୍ୱାସ ସମସ୍ୟାର ତୁରନ୍ତ ଉପଶମ ମିଳେ ।

୧୫. ବୃକକର ପଥୁରୀ ସମସ୍ୟାରେ ମଧ୍ୟ କାଙ୍କଡ଼ ଉପଯୋଗୀ ଅଟେ । ବୃକକର ପଥୁରୀରେ ଆକ୍ରାନ୍ତ ବ୍ୟକ୍ତି ପ୍ରତିଦିନ ୧୦ ଗ୍ରାମ କାଙ୍କଡ଼ ଚୂର୍ଣ୍ଣକୁ ଗୋଟିଏ ଗ୍ଲାସ୍‌ ଜଳ କିମ୍ବା କ୍ଷୀର ସହିତ ସେବନ କରିଲେ ଉପଶମ ମିଳେ ।

୧୬. ଗର୍ଭବତୀ ମହିଳାମାନଙ୍କ ନିମନ୍ତେ କାଙ୍କଡ଼ ବହୁତ ଦରକାରୀ ଅଟେ । ଗର୍ଭାବସ୍ଥାରେ କାଙ୍କଡ଼ ଖାଇବା ଦ୍ୱାରା ନ୍ୟୂରାଲ ଟ୍ୟୁବ ସମସ୍ୟାରୁ ଉପଶମ ମିଳିଥାଏ ।

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x