
ଶରୀରର ପ୍ରତ୍ୟେକ ଇଶାରା ମହତ୍ୱପୂର୍ଣ୍ଣ ହୋଇଥାଏ ।
ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା କିଡନୀ ଫେଲ୍ ହେବାଠାରୁ କର୍କଟ ରୋଗ ପର୍ଯ୍ୟନ୍ତ ଇଶାରା ଦେଇଥାଏ । ଡାକ୍ତରଙ୍କ ମୁତାବକ, ଭୋକ ନଲାଗିବାର ଅନେକ କାରଣ ହୋଇପାରେ ।
ଯେଉଁଥିରେ କୋଷ୍ଟକାଠିନ୍ୟ, ପାଚନ ସମ୍ବନ୍ଧୀୟ ସମସ୍ୟା, ଖରାପ ଖାଦ୍ୟପାନୀୟ, ଭୁଲ ସମୟରେ ଖାଦ୍ୟ ଖାଇବାର ଅଭ୍ୟାସ ସାମିଲ ଅଛି । ସେହିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ନଲାଗିବାର ସ୍ଥିତିକୁ ଡାକ୍ତରୀ ଭାଷାରେ ଏନୋରେକ୍ସିଆ କୁହାଯାଏ ।
👉ଭୋକ ନଲାଗିବାର କେତେକ ସଂକେତ👇👇
👉ଖାଦ୍ୟ ପ୍ରତି ଆଗ୍ରହ ନହେବା
👉ସାମାନ୍ୟ ଖାଇବା ପରେ ପେଟ ଭରିଯିବା
👉ନିଜ ମନପସନ୍ଦର ଖାଦ୍ୟ ଦେଖିଲା ପରେ ଉତ୍ସାହ ନହେବା
👉ଖାଦ୍ୟ ଗିଳିବା ଏବଂ ଚୋବାଇବାରେ ସମସ୍ୟା
👉ଭୋକ ନହେବାର ପ୍ରମୁଖ କାରଣ ଚିନ୍ତା । ଏହାସହିତ ନିମୋନିୟା, ହେପାଟାଇଟିସ୍, ଲିଭର ଫୁଲିବା ବା ଜଳାପୋଡା ହେବା, କଡନୀ କର୍କଟର ଲକ୍ଷଣ ହେବାର ସମ୍ଭାବନା ରହିଛି । ସେଥିପାଇଁ ଭୋକ ବଢାଇବା ପାଇଁ କିଛି ଉପାୟ ଆପଣାନ୍ତୁ ।
👉ସବୁଠାରୁ ମହତ୍ୱପୂର୍ଣ୍ଣ ହେଉଛି ନିୟମିତ ସକାଳୁ ବ୍ୟାୟାମ କରିବା । ବ୍ୟାୟାମ କରୁଥିବା ବ୍ୟକ୍ତି କଦାପି ଭୋକ ନହେବାର ଅନୁଭବ କରନ୍ତି ନାହିଁ । ଖାଦ୍ୟ ଖାଇବାର ସମୟ ଏବଂ ମାତ୍ରା ନିର୍ଦ୍ଧାରି କରନ୍ତୁ । ଏହି ନିୟମକୁ ପାଳନ କରିବା ଦ୍ୱାରା ଠିକ୍ ସମୟରେ ଭୋକ ଲାଗିଥାଏ ।
👉ଭୋକ ବଢାଇବା ଜିନିଷ ସେବନ କରନ୍ତୁ । ଯେପରିକି ସେଓ ଜୁସ୍, ମୂଳା, ଜୁଆଣି, କଳାଲୁଣ, ଗୁଜୁରାତି ।
👉ମସ୍ତିଷ୍କର ହାଇପୋଥ୍ୟାଲେମସ ବିଶିଷ୍ଟ ଅଂଶ ହିଁ ଭୋକ ନିୟନ୍ତ୍ରଣ କରିଥାଏ । ଏହି ଅଂଶକୁ ଜାଗୃତ ରଖିବା ପାଇଁ ପ୍ରାଣାୟମ କରନ୍ତୁ । ଯଦି ଏଭଳି କରିବା ପରେ ବି ଭୋକ ଲାଗୁ ନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଭୋକ ବଢାଇବା ପାଇଁ ମେଡିସିନ୍ ଦୋକାନରେ ଅନେକ ଟନିକ୍ ଉପଲବ୍ଧ ଅଛି । କିନ୍ତୁ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ନିଅନ୍ତୁ ।
❀꧁ ଡଃ ହିମାଂଶୁ ମହାନ୍ତ ଆୟୁର୍ବେଦ ꧂❀🌿ଆୟୁର୍ବେଦ 🌿