
ଯଦି “ମହାଭାରତ “ପଢିବାକୁ ଆପଣଙ୍କ ପାଖରେ ସମୟ ନାହିଁ ତଥାପି ଏହାର ନଅ ଗୋଟି ସୂତ୍ର ଜୀବନରେ ଉପଯୋଗୀ ସିଦ୍ଧ ହୋଇଥାଏ ।
୧. ସନ୍ତାନଙ୍କ ଭୁଲ୍ ଇଛାକୁ ଏବଂ ଜିଦ୍ କୁ ଯଦି ଠିକ୍ ସମୟରେ ଅଙ୍କୁଶ ନ ଲଗାନ୍ତି , ଶେଷରେ ଆପଣ ଅସହାୟ ହୋଇଯିବେ।(କୌରବ)
୨.ଆପଣ ଯେତେ ବଳବାନ୍ ହୁଅନ୍ତୁ ନା କାହିଁକି, ଯଦି ଆପଣ ଅଧର୍ମର ସାଥିରେ ଅଛନ୍ତି, ତେବେ ଆପଣଙ୍କ ବିଦ୍ୟା, ଅସ୍ତ୍ର-ଶସ୍ତ୍ର,,ଶକ୍ତି ଏବଂ ବରଦାନ ସବୁ ନିଷ୍ଫଳ ହୋଇଯିବ।(କର୍ଣ୍ଣ)
୩.ସନ୍ତାନଙ୍କୁ ଏତେ ମହତ୍ବାକାଂକ୍ଷୀ କରନ୍ତୁ ନାହିଁ ଯେ ସେମାନେ ବିଦ୍ୟାର ଦୁରୁପଯୋଗ କରି ସର୍ବନାଶ କୁ ଆମନ୍ତ୍ରଣ କରିବେ ।(ଅଶ୍ଵତ୍ଥାମା)
୪.ଏପରି କାହାକୁ କିଛି କଥା ଦିଅନ୍ତୁ ନାହିଁ ଯେ ଆପଣଙ୍କୁ ବିଧର୍ମୀଙ୍କ ଆଗରେ ନତମସ୍ତକ ହେବାକୁ ପଡିବ ।(ଭୀଷ୍ମ ପିତାମହ)
୫.ସଂପତ୍ତି, ଶକ୍ତି ଓ ସତ୍ତା ର ଦୁରୁପଯୋଗ ଏବଂ ଦୁରାଚାରୀଙ୍କ ସହ ଶେଷରେ ନିଜର ସର୍ବନାଶ କୁ ଦେଖିବାକୁ ପଡିଥାଏ ।(ଦୁର୍ଯ୍ୟୋଧନ)
୬.ମୁଦ୍ରା, ମଦିରା,ଅଜ୍ଞାନ,ମୋହ ଏବଂ କାୟା ଯଦି ଅଂଧ ବ୍ଯକ୍ତିଙ୍କ ପାଖରେ ଥାଏ, ତାହାହେଲେ ସତ୍ତା ମଧ୍ୟ ବିନାଶ ଆଡକୁ ନେଇଯାଇଥାଏ।(ଧୃତରାଷ୍ଟ)
୭.ଯଦି ବ୍ଯକ୍ତିର ବିଦ୍ୟା …..ବିବେକ ସହ ବନ୍ଧା ହୋଇଥାଏ, ବିଜୟ ସୁନିଶ୍ଚିତ ।(ଅର୍ଜୁନ)
୮.ସବୁ କାର୍ଯ୍ୟରେ ଯଦି ଆପଣ ଛଳ,କପଟ,ପ୍ରପଞ୍ଚ କରନ୍ତି ,ସର୍ବଦା ଅସଫଳତାର ସ୍ବାଦ ଚାଖିବାକୁ ପଡିଥାଏ ।(ଶକୁନି)
୯.ଯଦି ଆପଣ ନୀତି, ଧର୍ମ ଓ କର୍ମ ସଫଳତାପୂର୍ବକ ପାଳନ କରୁଛନ୍ତି, ତେବେ ବିଶ୍ୱର କୌଣସି ଶକ୍ତି ଆପଣଙ୍କୁ ପରାଜିତ କରିପାରିବ ନାହିଁ ।(ଯୁଧିଷ୍ଠିର)
ଯଦି ଏହି ନଅ ଗୋଟି ସୂତ୍ର ଜୀବନରେ ଧାରଣ ନ କରୁଛନ୍ତି ତେବେ ଜୀବନରେ ମହାଭାରତ ସମ୍ଭାବନାକୁ ଏଡ଼ାଇ ଦିଆ ନ ଯାଇପାରେ ।🙏🙏🙏