ହଁ ଆମେ ହିଁ ଶେଷ ପିଢ଼ି

download
Reading Time: 2 minutes

★ଆମେ ହେଉଛୁ ସେହି ଶେଷ ପିଢ଼ି ଯିଏ ମାଟି ଘରେ ବସି ଅଜା, ଆଇ, ଜେଜେମା, ଜେଜେବାପା, ବାପା, ବୋଉଙ୍କ ଠାରୁ ପରିରାଇଜ, ଅସୁରଅସୁରୁଣୀ, ରାଜକୁମାର ଗପ ଶୁଣିଛେ, ତଳେ ବସି ଖାଇଛେ, ଗିନା କିମ୍ବା ପ୍ଲେଟରେ ଚା ପିଇଛେ…….।
★ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ ପରମ୍ପରାଗତ ଖେଳ, କବାଡି, ନଟୁ, ବୋହୁଚୋରି, କିତିକିତି ,ଗୁଚିତାଣ୍ଡୁ, ଦାଣ୍ଡିଆ, ଦାହିକି ମାଙ୍କଡ, କଉଡି ଭଳି ଅନେକ ଖେଳ ଖେଳିଛେ ।
★ଆମେ ହିଁ ସେଇ ଶେଷ ପିଢି ଯିଏ ଡିବିରୀ, ଲଣ୍ଠନ, ମିଞ୍ଜିମିଞ୍ଜି ଜଳୁଥିବା ଆଲୁଅରେ ପାଠ ପଢ଼ିଛେ, ଅନେକ ଗପବହି, ଜହ୍ନ ମାମୁଁ,ବୁଢୀ ଅସୁରୁଣୀ ଭଳି ଅନେକ ଗପ ପଢ଼ିଛେ ….।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ନିଜର ମନ କଥା ଦୂର ସମ୍ପର୍କ ଲୋକଙ୍କୁ କହିବା ପାଇଁ ଅନେକ ଚିଠି ଲେଖିଛେ….।
★ଆମେ ହିଁ ସେଇ ଶେଷ ପିଢ଼ି କୁଲର, ଏସି ,ହିଟର ବିନା ଆରାମରେ ଶୋଇ ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ସୋରିଷ, ନଡିଆ, ରାଶି କିମ୍ବା ଜଡ଼ା ତେଲ ମୁଣ୍ଡରେ ଲଗେଇ ସ୍କୁଲ ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ସୀହାଇ ବାଲା କଲମ କି ଦୁଆତରୁ ହାତ, ପେଣ୍ଟ, ସାର୍ଟ କଳା କରୁଥିଲେ ….।
ପରୀକ୍ଷା ଦିନ ତ ମନ୍ଦିରକୁ ଯିବା ନିଶ୍ଚିତ ଥିଲା ।
★ଆମେ ତ ସେଇ ଶେଷ ପିଢ଼ି ଯିଏ ଶିକ୍ଷକ ଙ୍କ ଠାରୁ ମାଡ ଖାଉଥିଲେ ଆଉ ଘରେ ଆସି କହିଲେ ବାପା ମା ପୁଣି ମାରୁଥିଲେ ।
★ଆମେ ହିଁ ସେଇ ଶେଷ ପିଢ଼ି ଦୁଷ୍ଟାମୀ କରୁଥିବା ବେଳେ ବୟୋଜ୍ୟେଷ୍ଠ ଲୋକଙ୍କୁ ଦେଖିଲେ ଦୌଡ଼ି ଯାଇ କେଉଁଠି ଲୁଚି ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯିଏ ସାଇକଲଟେ ପାଇଲେ ସ୍ଵର୍ଗରେ ଉଡିଲା ଭଳି ଭାବୁଥିଲେ ।
★ଆମେ ହିଁ ସେଇ ପିଢ଼ି ଯିଏ ସ୍କୁଲ ରୁ ଆସିବା ପରେ ଖେଳିବା ପାଇଁ, ନଖାଇ ଦୌଡ଼ି ପଳାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯେଉଁମାନଙ୍କୁ ଖାଇବାପାଇଁ ଜଳଖିଆ ହିସାବରେ ମୁଢି କିମ୍ବା ଚୁଡା ମିଳୁଥିଲା ।
★ଆମେ ହିଁ ସେଇ ଶେଷ ପିଢି ଯିଏ ଛୁଟି ଦିନରେ କାଞ୍ଜି ଖୁଦ ସହ ସୋରିଷ ବୋଳା ଶୁଖୁଆ ଖାଇ ବହୁତ ଖୁସି ହେଉଥିଲେ । ଘରେ ମାଛ କିମ୍ବା ମାଂସ ତରକାରି ହେଲେ ଅଧିକ ଭାତ ମାଗୁଥିଲେ । ନିଜଘରେ ବା ସାହିପଡିଶାରେ ଭୋଜିଭାତହେଲେ ଖାଇବାର ଭରପୁର ମଜା ନେଉଥିଲେ । ଦୀପାବଳୀରେ ଫୁଟି ନଥବା ବାଣସବୁକୁ ଆଉଥରେ ନିଆଁ ଲଗାଇ ଫୁଟାଇଲାପରେ ଖୁସିରେ ନାଚୁଥିଲେ । ସ୍କଲରେ ଖେଳଛୁଟିହେଲେ ସ୍କୁଲ ପଛପଟ ବଣବୁଦାରୁ କୋଳି ତୋଳି ଖାଉଥିଲେ ।
★ଆମେ ସେହି ଶେଷ ପିଢି ଯିଏ ଆମ୍ବଗଛରୁ କଞ୍ଚା ଆମ୍ବ ଏବଂ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ତୋଳି ଲୁଣ,ଲଙ୍କା ସହ ଆନନ୍ଦରେ ସାଙ୍ଗମାନଙ୍କସହ ଖାଉଥିଲେ ।
★ଆମେ ସେହି ଶେଷ ପିଢି ଯିଏ ରାତିରେ ଭୁତଗପ ଶୁଣି ଵହୁତ ଡରୁଥିଲେ ।
★ଆମେ ସେହି ଶେଷ ପିଢି ଯିଏ ବର୍ଷାଦିନେ କଙ୍କି ଧରି ତା’ ଲାଙ୍ଗୁଡରେ ସୁତାବାନ୍ଧି ଉଡାଉଥିଲେ ଏବଂ ନାଲି ଟୁକୁଟୁକୁ ସାଧବବୋହୁକୁ ଧରି ଖାଲି ଦିଆସିଲି ଖୋଳ ରେ ପୁରାଇ ରଖୁଥିଲୁ ।
★ଆମେ ହିଁ ସେହି ଶେଷ ପିଢି ଯିଏ ଖେଳଛୁଟିରେ ବରା ସାଙ୍ଗରେ ମିଳୁଥିବା ମାଗଣା ତରକାରୀ ଅଧିକ ଥର ମାଗି ମାଗି ଖାଉଥିଲେ । ଇମିତି ଅନେକ ଅନେକ କଥା।
ସତରେ କେତେ ଭଲଥିଲା ସେଇ ଦିନସଵୁ…….।
ସତରେ କେତେ ଭଲ ଥିଲା ଆମ ପିଢ଼ି ଆଉ ଆମ ମାନଙ୍କ ପରିବାର ଆଉ ପରିବେଶ …..
ହଁ ଆମେ ସେହି ଶେଷ ପିଢ଼ିର ଲୋକ । କେତେ ଖୁସି ଲାଗେ ସେହି ପିଲାଦିନର କଥା ଭାବି ଭାବି । ହଁ ,ଏମିତି ବି ଇଚ୍ଛା ହୁଏ ପୁଣିଥରେ ସେହି ଦିନମାନ ଫେରିଆସି ଆଜିର ଏହି ଅଶାନ୍ତ ଦୁନିଆରେ ଶାନ୍ତି ଫେରାଇ ଆଣନ୍ତା କି । ଏମିତି ଆହୁରି କେତେ—- ।

🌺 Jay Jagannath 🌺

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

1 Comment

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.