ହ୍ୟାଣ୍ଡସେକ୍‌ ନା ନମସ୍କାର ? ସାବଧାନ ବିଶ୍ୱକୁ ଗ୍ରାସୁଛି କରୋନା !!

81714031 indian womans hand greeting posture of namaste vector illustration
Reading Time: 3 minutes

ଆମ ସଂସ୍କୃତି ଆଉ ଆମ ପରମ୍ପରାରେ ଯୋଡ଼ ହସ୍ତରେ ନମସ୍କାର କରିବାର ପ୍ରଥା କାହିଁ କେତେ କାଳରୁ ପ୍ରଚଳିତ l ଆମ ପାଇଁ ନମସ୍କାରର ଅର୍ଥ ହେଉଛି ସମ୍ମାନ ଜଣାଇବା, ଅଭିବାଦନ ଜଣାଇବାର ଏକ ଭାବପୂର୍ଣ୍ଣ ମୁଦ୍ରା l କିନ୍ତୁ ଆମେ ତ ସମସ୍ତେ ପାଶ୍ଚାତ୍ୟ ଅଭିମୁଖୀ l ହ୍ୟାଣ୍ଡସେକ୍‌ ବା କରମର୍ଦ୍ଦନ ନ କରିଲେ ସମାଜରେ ଆମର ପ୍ରତିଷ୍ଠା ଏବଂ ଅଭିଜାତ୍ୟର ଆଞ୍ଚ ଆସିଯିବ ଯେ ! ଆମେ କେମିତି ଗୋଟେ ପ୍ରକାରର ପଛୁଆ ହୋଇଯିବା, ନାଁ କଣ କହୁଛନ୍ତି ? ଆଉ ଯୁଗ ସହିତ ତାଳ ଦେଇ ଚାଲିବାକୁ ଯାଇ ଆଜି ଆମର ନିତିଦିନିଆ ଚଳଣିରେ ହ୍ୟାଣ୍ଡସେକ୍‌ ବା କରମର୍ଦ୍ଦନ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛି l  ହ୍ୟାଣ୍ଡସେକ୍‌ କରିବା ଏକ ବିଦେଶୀ ସଂସ୍କୃତି କିନ୍ତୁ ଆମର ନିଜର ନମସ୍କାର ବା ନମସ୍ତେକୁ ହୀନ ଦୃଷ୍ଟିରେ ଦେଖିବା ଏବଂ ସ୍ଥଳ ବିଶେଷରେ ଭୁଲିଯିବା କେତେ ଦୂର ଠିକ ତାହା ଆପଣ ବିଚାର କରନ୍ତୁ l

hands greeting handshake wallpaper preview

ଆଜି ଏ ସବୁ ଆଲୋଚନା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ସାରା ବିଶ୍ୱ କରୋନା ସଂକ୍ରମଣରେ ଆତଙ୍କିତ l ଦେଶରୁ ଦେଶକୁ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି l ଡାକ୍ତର ଏବଂ ବିଜ୍ଞାନୀ ମାନଙ୍କର ପରାମର୍ଶ ଯେ ସାଧାରଣ ସ୍ଥାନରେ କୌଣସି ପ୍ରକାରର ସ୍ପର୍ଶ କରନ୍ତୁ ନାହିଁ ଏବଂ ହାତକୁ ସାନିଟାଇଜର କିମ୍ବା ସାବୁନରେ ପରିସ୍କାର ଭାବରେ ସଫା ରଖନ୍ତୁ l ଏପରିକି ସିଧାସଳଖ ଭାବରେ ହ୍ୟାଣ୍ଡସେକ୍‌ କରିବାକୁ ଡାକ୍ତର ଏବଂ ବିଜ୍ଞାନୀମାନେ ବାରଣ କରିଛନ୍ତି l ତାହା ହେଲେ ଏବେ ଆପଣ କଣ କରିବେ ତାହା ଆପଣଙ୍କ ଉପରେ ନିର୍ଭର କରୁଛି l

unnamed 1

ନମସ୍କାରର ଉଦାହରଣ ଖୋଜିବା ଆମ ପାଇଁ ଆବଶ୍ୟକ ନାହିଁ l ଆମ ପାଇଁ ଏହା କୌଣସି ପ୍ରକାରେ ନୂଆ ନୁହେଁ l ସକାଳରୁ ସନ୍ଧ୍ୟା ଆଉ ଜନ୍ମରୁ ମୃତ୍ୟୁ ଆମେ ସବୁଠାରେ ଏହା କରି ଆସୁଅଛେ, କିନ୍ତୁ ଏଇ କିଛି ବର୍ଷ ଧରି ଆମକୁ ଆଧୁନିକତାର ନିଶା ଗ୍ରାସ କରିଛି ଆଉ ଆମେ ହ୍ୟାଣ୍ଡସେକ୍‌ର ବହୁତ ଆଦର କରୁଛେ l ପୁରାତନ ମନ୍ଦିର ଗାତ୍ରରେ ଦେବଦେବୀ ମାନଙ୍କର ନମସ୍ତେ ମୁଦ୍ରା ସତରେ କେତେ ଆକର୍ଷଣୀୟ, କେତେ ମନୋମୁଗ୍ଧକର ! ବେଦ, ପୁରାଣ, ଉପନିଷଦରେ ହଜାର ହଜାର ଶ୍ଲୋକର ଆରମ୍ଭ ହୁଏ ନମସ୍ତେ ବା ନମସ୍କାରର ଶୁଦ୍ଧ ଉଚ୍ଚାରଣରୁ l ଭାରତୀୟ ଧର୍ମ ଧାରାରେ ନମସ୍କାରର ବହୁଳ ପ୍ରଚଳନ ରହିଛି l ଏହା ସଙ୍ଗେ ଦକ୍ଷିଣ-ଏସୀୟ ଦେଶ ଯେପରିକି ଶ୍ରୀଲଙ୍କା, ନେପାଳ, ଭୁଟାନ, ବର୍ମା, ଲାଓସ, କାମ୍ବୋଡ଼ିଆ, ଥାଇଲାଣ୍ଡ,ଇଣ୍ଡୋନେସିଆରେ ମଧ୍ୟ ନମସ୍କାରର ପ୍ରଚଳନ ରହିଛି l

ହିନ୍ଦୁ ଗ୍ରନ୍ଥ ଏବଂ ସାହିତ୍ୟରେ ନମସ୍କାରର ବର୍ଣ୍ଣନା ବହୁଳ ଭାବରେ କରାଯାଇଛି l ଯୋଗ ଶାସ୍ତ୍ରରେ ନମସ୍କାରକୁ “ଅଞ୍ଜଳୀମୁଦ୍ରା ବା ପ୍ରଣାମାସନ” ଭାବରେ ବର୍ଣ୍ଣନା କରାଯାଇଛି l ଅଞ୍ଜଳୀ ମୁଦ୍ରାରେ ଦୁଇ ହାତକୁ ଏକାଠି କରି ପାପୁଲିକୁ ଯୋଡିକରି ରଖାଯାଏ, ଆଙ୍ଗୁଳି ଗୁଡ଼ିକୁ ଉପରକୁ ରଖାଯାଏ ଏବଂ ବୃଦ୍ଧାଙ୍ଗୁଳୀକୁ ଛାତି ନିକଟରେ ରଖାଯାଏ l ଅଞ୍ଜଳୀ ମୁଦ୍ରାକୁ ମସ୍ତକର ମଧ୍ୟ ଭାଗରେ ଦୁଇ ଆଖି ଏବଂ ନାକର ସଂଯୋଗ ସ୍ଥାନରେ ହାତର ପାପୁଲିକୁ ଏକାଠି କରି ମଧ୍ୟ କରାଯାଇପାରେ l ଅଳ୍ପ ଟିକେ ଝୁଙ୍କି ନମସ୍ତେ ବା ନମସ୍କାର ବୋଲି ଉଚ୍ଚାରଣ କରାଯାଏ l ଅନେକ ଯୋଗ ମୁଦ୍ରାରେ ନମସ୍ତେ ବା ଅଞ୍ଜଳୀ ମୁଦ୍ରାର ପ୍ରଚଳନ ରହିଛି l ହିନ୍ଦୁ ଶାସ୍ତ୍ରରେ ଏହି ନମସ୍ତେର ଅର୍ଥ ହେଉଛି “ଆପଣଙ୍କ ମଧ୍ୟରେ ଥିବା ଦିବ୍ୟତ୍ୱ ପ୍ରତି ମୁଁ ସମ୍ମାନ ପ୍ରଦର୍ଶନ କରେ” l ସିନ୍ଧୁ ସଭ୍ୟତାର ଖନନରୁ ନମସ୍କାର ମୁଦ୍ରାରେ ଥିବା ଅନେକ ପୁରୁଷ ଏବଂ ମହିଳା ମୂର୍ତ୍ତିଗୁଡିକ ମିଳିଛି l ଏହା ପ୍ରମାଣ କରୁଛି ଯେ ଖ୍ରୀ.ପୂ. ୨୦୦୦ ରୁ ୩୦୦୦ ବର୍ଷ ପୂର୍ବେ ମଧ୍ୟ ମଣିଷ ସମାଜରେ ନମସ୍କାରର ପ୍ରଚଳନ ଥିଲା l

ଯୋଗ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ, ନମସ୍କାର ମୁଦ୍ରା ଦ୍ୱାରା ଚିନ୍ତାଗ୍ରସ୍ତତା ଏବଂ ଉଦବିଗ୍ନତାରୁ ଆରାମ ମିଳେ l ଏହା କରିବା ଦ୍ୱାରା ବାହୁ, ହାତ, ଆଙ୍ଗୁଳି ଏବଂ ମଣିବନ୍ଧର ଅବସ୍ଥା ଠିକ ରୁହେ l ନମସ୍କାର ମୁଦ୍ରାକୁ ବସିକରି କିମ୍ବା ଠିଆ ହୋଇକରି କରାଯାଇପାରେ l ନମସ୍କାର ମୁଦ୍ରାକୁ ବିଭିନ୍ନ ପରିପ୍ରେକ୍ଷୀରେ ବ୍ୟବହାର କରାଯାଇପାରେ ଯେମିତିକି ଅଭିବାଦନ ଜଣାଇବା, ସମ୍ମାନ ଜଣାଇବା, ବିଦାୟ ଜଣାଇବା, ଆତିଥ୍ୟ ପ୍ରଦାନ କରିବା, କୃତଜ୍ଞତା ଜଣାଇବା ଇତ୍ୟାଦି l

ବର୍ତ୍ତମାନର ସ୍ଥିତିରେ ସାରା ବିଶ୍ୱରେ କରୋନା ଭୂତାଣୁ ଲାଗି କୋକୁଆ ଭୟ ସୃଷ୍ଟି ହୋଇଯାଇଛି l ଏହି ବିପଦଜନକ ଭୂତାଣୁ ହ୍ୟାଣ୍ଡସେକ୍‌ ଦ୍ୱାରା ବ୍ୟାପିବାର ସମ୍ଭାବନା ରହିଛି ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି l ତେଣୁ ଆପଣ ସତର୍କ ରୁହନ୍ତୁ l ତେବେ ଆସନ୍ତୁ ପୁଣି ଫେରିବା ନମସ୍ତେ ବା ନମସ୍କାର ଆଡ଼କୁ l

Recommended For You

About the Author: Sugyan Nayak

He is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.