ସୁପର୍ ମଡେଲ୍ ସଙ୍ଗୀତା ଘାରୁ: କାଳୀ ଝିଅ ଟା !!

thequint 2018 12 e0c1d8b1 51af 42da 80ba 079f17e24910 tudio 2
Reading Time: 3 minutes

ଗୋରା ହିଁ ସୁନ୍ଦର l ଆମର ଭାରତୀୟମାନଙ୍କ ମନରେ ଦେହର ବର୍ଣ୍ଣକୁ ନେଇ ଗୋଟିଏ କଥା ବସା ବାନ୍ଧି ଏବେ ବି ରହିଛି l ପ୍ରତିଦିନ ଖବର କାଗଜର ପୃଷ୍ଠା ଲେଉଟାଇଲେ ଆଖିରେ ପଡ଼େ ସମାଜର ତଥାକଥିତ ଶିକ୍ଷିତ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କର ବୈବାହିକ ବିଜ୍ଞପ୍ତିଗୁଡ଼ିକ l ଯେଉଁ ଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥାଏ ଯେ ସେମାନେ ଗୋରୀ କନ୍ୟା ଖୋଜୁଛନ୍ତି ବୋଲି l ଗାଁ ସାହିରେ କାଳୀ ଝିଅ ଜନ୍ମ ହେଲେ ଆହୁରି ବଡ଼ ସମସ୍ୟା l ଏହା ଆଜିର କଥା, ଆଜ୍ଞା l ଆମେ ସବୁ ଆଧୁନିକ ଆଉ ଆମର ଚାହିଦା ବି ସେପରି l ଏହାର ଫାଇଦା ଉଠାଉଛନ୍ତି ବହୁଦେଶୀୟ କମ୍ପାନୀମାନେ l ରାତାରାତି ଗୋରା କରିଦେବାର କଥା ଦେଇ ବଜାରରୁ ଲାଭ ଉଠାଉଛନ୍ତି ସେମାନେ l ପ୍ରସାଧନ ସାମଗ୍ରୀ ବ୍ୟବସାୟରେ କୋଟି କୋଟି ଟଙ୍କା ସେମାନଙ୍କର ନିବେଶ l

Sangeeta Gharu 🧿 (@sangeetagharuofficial.quebec) Instagram ...

ଏହି କଳା-ଗୋରାର ଚୌହଦୀକୁ ଗୋଡ଼ରେ ଠେଲିଦେଇ ଆଗକୁ ବଢ଼ିଛନ୍ତି ୨୩-ବର୍ଷୀୟା ରାଜସ୍ଥାନୀ ଲଳନା ସଙ୍ଗୀତା ଘାରୁ l ତାଙ୍କର ରଙ୍ଗ କଳା l ସେ ଏବେ ଜଣେ ଆଗଧାଡ଼ିର ସଫଳ ମଡେଲ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି l ତାଙ୍କର ବନ୍ଧୁ ବାନ୍ଧବ, ସହପାଠୀମାନଙ୍କ ଠାରୁ ସେ ତ କେବେ ପ୍ରେରଣା କିମ୍ବା ଉତ୍ସାହ ପାଇନାହାଁନ୍ତି l

ଏହା ପରିବର୍ତ୍ତେ ତାଙ୍କ ଉପରେ ମାଡ଼ି ପଡ଼ିଛି ଟୀକା, ଟିପ୍ପଣୀ, ସମାଲୋଚନାର ବିରାଟ ପାହାଡ଼ l ଆଖିରେ ଆଖିଏ ସ୍ବପ୍ନ ଆଉ ସଫଳ ହେବାର ନିଶାରେ ସେ ନିଜର ପ୍ରଚେଷ୍ଟା ଜାରି ରଖିଲେ l ସେ ନିଜର ଦୃଢ଼ ମନୋବଳରେ ନିଜର ଲକ୍ଷ୍ୟ ଉପରେ ଦୃଷ୍ଟି ନିବଦ୍ଧ କରି ମଡେଲ ଜଗତରେ ପାଦ ଦେଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି l

ମଡେଲ ଜଗତରେ ତାଙ୍କର ସଂଘର୍ଷ ସମୟର କଥା ମନେ ପକାଇ ସଙ୍ଗୀତା କୁହନ୍ତି, ତାଙ୍କୁ ତାଙ୍କର ସମ୍ପର୍କୀୟମାନେ କୁହନ୍ତି ଏ କାଳୀକୁ କିଏ ବାହାହେବ !! ଏ କେମିତି ମଡେଲିଂ କରିବ !! ସୁଟ ପିନ୍ଧିଲେ ତ ହିଞ୍ଜିଡା ପରି ଦିଶିବ ଏମିତି ଆହୁରି କେତେ ପ୍ରକାରର ବ୍ୟଙ୍ଗ ବିଦ୍ରୁପ l କିନ୍ତୁ ଶେଷରେ ଏ ସବୁ ମିଛ ହୋଇଛି କେବଳ ତାଙ୍କର ଦୃଢ଼ ମନୋବଳ ଯୋଗୁଁ l ସେ ନିଜେ କଣ ତାହା ସେ ପ୍ରମାଣିତ କରି ଦେଖାଇ ପାରିଛନ୍ତି l

Complexion Has Nothing To Do With Beauty: Model Sangeeta Gharu

ବିଗତ ଦିନର କଥାକୁ ମନେ ପକାଇ ସେ କୁହନ୍ତି ଯେ, ଡିଜାଇନରମାନେ ପ୍ରଥମେ ତାଙ୍କୁ ଦେଖିବା ପରେ ବହୁତ ନକାରାତ୍ମକ ମନ୍ତବ୍ୟ ଦେଉଥିଲେ l ସମୟକ୍ରମେ ସେ ବିଭିନ୍ନ ତାଲିମ ଗ୍ରହଣ କରି ନିଜକୁ ବହୁତ ପରିମାର୍ଜିତ କରିପାରିଥିଲେ l ସଙ୍ଗୀତା କୁହନ୍ତି ଯେ, ସେ ହାଇସ୍କୁଲରେ ପଢିବା ସମୟରେ “ଫ୍ୟାସନ” ଚଳଚ୍ଚିତ୍ର ଦେଖିଥିଲେ ଏବଂ ସେ ଏଥିରୁ ବହୁତ ପ୍ରେରଣା ପାଇଥିଲେ l ସେହି ଚଳଚ୍ଚିତ୍ରରୁ ସେ ଜାଣି ପାରିଲେ ଯେ, କଳା ରଙ୍ଗର ଝିଅମାନେ ମଧ୍ୟ ଫ୍ୟାସନ ଦୁନିଆଁରେ ନିଜକୁ ପ୍ରତିଷ୍ଠିତ କରିପାରିବେ l ପରବର୍ତ୍ତୀ ସମୟରେ ସେ ଖେଳକୁଦ ପ୍ରତି ଧ୍ୟାନ ଦେଇଥିଲେ ମଧ୍ୟ ଜଣେ ମଡେଲ୍ ହେବାର ସ୍ବପ୍ନ ତାଙ୍କର ମନର କେଉଁ ଏକ ନିଭୃତ କୋଣରେ ସବୁବେଳେ ତାଙ୍କୁ ଉସୁକାଉଥିଲା l ଏହା ପରେ ସେ ଯୋଧପୁର ହେଉଥିବା ରାଜ୍ୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ନିମନ୍ତେ ବଛା ଗଲେ l

ତାଙ୍କର ବାପା ଜଣେ ସେନା ଅଫିସର ଥିଲେ l ସଙ୍ଗୀତା ମଡେଲିଂ କୁ ପେସା ଭାବରେ ଗ୍ରହଣ କରନ୍ତୁ ଏହା ତାଙ୍କର ମା ମଧ୍ୟ ଚାହୁଁନଥିଲେ l ଏ ସବୁ ବିଷୟରେ ତାଙ୍କର ପରିବାରର ସମର୍ଥନ ମିଳିନଥିଲା l ତାଙ୍କର ପରିବାର ଲୋକେ ସ୍ପଷ୍ଟ ଭାବରେ ତାଙ୍କୁ ଶୁଣାଇ ଦେଲେ ଯେ ସେମାନେ ତାଙ୍କୁ ସମର୍ଥନ କରୁନାହାଁନ୍ତି ଏବଂ କରିବେ ନାହିଁ l ସେ ତାଙ୍କର ବାପାଙ୍କୁ କୌଣସି ପ୍ରକାରେ ପ୍ରବର୍ତ୍ତାଇ ସେ ନିଜର ଲକ୍ଷ୍ୟ ପଥରେ ଆଗକୁ ବଢ଼ିଲେ l ପ୍ରଥମେ ପ୍ରଥମେ ଲୋକମାନେ ତାଙ୍କର ପରିବାର ଲୋକଙ୍କୁ ବହୁତ ଖରାପ କଥା କହୁଥିଲେ l ପ୍ରଥମେ ପ୍ରଥମେ ସବୁକିଛି ଅସହଜ ଥିଲା ଏବେ କିନ୍ତୁ ସେମାନେ ଖୁସି ବୋଲି ସଙ୍ଗୀତା କୁହନ୍ତି l

Sangeeta Gharu Became famous model breaking all barriers | कभी ...

ସେ ଏବେ ଦେଶର ବିଭିନ୍ନ ସ୍ଥାନରେ ଫ୍ୟାସନ ସୋ ଗୁଡିକରେ ଅଂଶ ଗ୍ରହଣ କରୁଛନ୍ତି l ତାଙ୍କର ରଙ୍ଗ କଳା ହେଲେ ବି ସେ ଜଣେ ସଫଳ ପେସାଦାର ମଡେଲ ଭାବରେ ନିଜର ସ୍ଥିତି ବଜାୟ ରଖିଛନ୍ତି l ତାଙ୍କ ପଛରେ ଏବେ ଡିଜାଇନର ଆଉ ସୋ ମେକର ମାନଙ୍କର ଲମ୍ବା ଲାଇନ l ଜଣେ କାଳୀ ଝିଅ କଣ କରିପାରେ ସେ ଆଜି ତାହା ପ୍ରମାଣ କରିସାରିଛନ୍ତି l ଫ୍ୟାସନ ସୋ ବ୍ୟତୀତ ସେ ବାଇକ ଚଲେଇବା ଏବଂ ମ୍ୟୁଜିକ ଶୁଣିବାରେ ନିଜର ରୁଚି ରଖନ୍ତି l

ସଙ୍ଗୀତା କୁହନ୍ତି ଯେ, ସୌନ୍ଦର୍ଯ୍ୟ ସହିତ ଦେହର ରଙ୍ଗର କିଛି କଥା ନାହିଁ, ଯଦି ଆପଣ ଅନ୍ତରରୁ ସୁନ୍ଦର ତେବେ ଆପଣ ଜଣେ ସୁନ୍ଦର ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବେ l ଭକ୍ତ ଆଉ ଭଗବାନଙ୍କର ସମ୍ପର୍କ ଯେପରି ନିବିଡ଼, ଠିକ ସେହିପରି ତାଙ୍କର ଫ୍ୟାସନ ସହିତ ଅବିଚ୍ଛିନ୍ନ ସମ୍ପର୍କ ବୋଲି ସଙ୍ଗୀତା କୁହନ୍ତି l ବର୍ତ୍ତମାନ ଗୋଟିଏ ଛୋଟ ସହରରୁ ଆସିଥିବା ଜଣେ ବଡ଼ ସୁପର ମଡେଲ ହେଉଛନ୍ତି ସଙ୍ଗୀତା ଘାରୁ l ସେ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଭାବରେ ଠିଆ ହୋଇଛନ୍ତି l

Recommended For You

About the Author: Sugyan Nayak

He is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.