
ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଉପରେ କେନ୍ଦ୍ର ସରକାର କଠୋର ମନୋଭାବ ପୋଷଣ କରି ନୂତନ ନିର୍ଦ୍ଦେଶନାମା ଜାରି କରିଛି।
ହାଥରସ ମାମଲା ପରେ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାର ଗୁଡ଼ିଙ୍କୁ ଏକ ନୂତନ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଯାହା ପରେ ମହିଳା ସୁରକ୍ଷାକୁ ନେଇ ଏକ ନୂତନ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡ଼ିବ।
ଦେଶରେ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ବିରୋଧରେ କଠୋରତା ଦର୍ଶାଇ ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏଣିକି ପୋଲିସର ଅବହେଳା ପାଇଁ ଅଧିକାରୀମାନେ ମଧ୍ୟ ପଦକ୍ଷେପ ନେବେ। ସାଧାରଣତଃ କୌଣସି ଘଟଣା ପରେ ପୀଡ଼ିତାଙ୍କୁ ପୋଲିସ୍ ଷ୍ଟେସନର ଚକର କାଟିବାକୁ ପଡ଼େ। ସେମାନଙ୍କ କଥା ଶୁଣାଯାଏ ନାହିଁ।
ଏହା ଉପରେ ଗୃହ ମନ୍ତ୍ରାଳୟ ସ୍ପଷ୍ଟ ଭାବେ କହିଛି ଯେ ଏଫ୍ଆଇଆର୍ ଦାଖଲ କରିବାରେ କୌଣସି ଆପତ୍ତି ହେବା ଉଚିତ୍ ନୁହେଁ। ଗୃହ ମନ୍ତ୍ରଣାଳୟ କହିଛି ଯେ ଏଫଆଇଆର ଦାଖଲ କରିବା ବାଧ୍ୟତାମୂଳକ। ଆଇପିସି ଏବଂ ସିଆରପିସିର ବ୍ୟବସ୍ଥାକୁ ନେଇ ମନ୍ତ୍ରଣାଳୟ କହିଛି ଯେ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ଏହି ଆଡ଼ଭାଇଜରି ନିଶ୍ଚିତ ପାଳନ କରିବା କରିବା ଉଚିତ୍। ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ଚେତାବନୀ ଦେଇଛି।