
୧-କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ । ଆଜି ସାରାଦେଶର ହେବ ମେଗା ଟିକାକରଣ, ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨-ଭାରତର କୋଭିଡ ପରିଚାଳନାରେ ମୋଦୀ ନୀତିକୁ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ପ୍ରଶଂସା । ଆଇଏମଏଫ ମୁଖ୍ୟ କହିଲେ, ଅର୍ଥନୀତିକୁ ଦ୍ରୁତ ବିକାଶ ପଥରେ ଆଗେଇ ନେବାକୁ ଜାରି ରହୁ ପ୍ରୟାସ
୩–ରାଜ୍ୟରେ ସକ୍ରିୟ ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ । ଫୋନ ପେ’, ଗୁଗୁଲ ପେ’ ସଂସ୍ଥାର ଅଧିକାରୀ କହି କରୁଛନ୍ତି ଫୋନ୍ । ଆବଶ୍ୟକ ତଥ୍ୟ ନେବାପରେ ମୁହୂର୍ତକରେ ଲୁଟି ନେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ ।
୪-ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହେଲା ପ୍ରୟାସ । ୪୪ଟି ସ୍ଥାନରୁ ନିଧି ସମର୍ପଣ ଅଭିଯାନର ଶୁଭାରମ୍ଭ । ରାମ ଜନ୍ମଭୂମି ନ୍ୟାସକୁ ୫ଲକ୍ଷ ଟଙ୍କା ଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
୫-ହାଭାର୍ଡ ୟୁନିଭର୍ସିଟିର ଅଫର ପାଇଁ ଛାଡିଲେ ୨୧ ବର୍ଷର ପୁରୁଣା ଚାକିରି, ଏମିତି ସାଇବର ଠକେଇର ଶିକାର ହେଲେ NDTVର ପୂର୍ବତନ ଆଙ୍କର ।
୬-କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସବୁଠୁ ବେଶୀ ଖୁସି ଓଡିଶାବାସୀ, ଅସନ୍ତୁଷ୍ଟ ପଞ୍ଜାବର ଜନତା…
୭-ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜର ଦେଶ୍-କା-ମୁଡ୍ ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହେଲେ ନବୀନ ପଟ୍ଟନାୟକ ।
୮-ଋଣ ସୁଝି ନ ପାରିବାରୁ ପାକିସ୍ତାନଠାରୁ ବିମାନ ଛଡ଼ାଇ ନେଲା ମାଲେସିଆ ।
୯-ଶପଥପାଠ ପୂର୍ବରୁ ପ୍ରତିଶ୍ରୁତି ପାଳନ କଲେ ଜୋ ବାଇଡେନ୍, ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା ।
୧୦-୯ମ ରାଉଣ୍ଡ ବୈଠକରେ ବି ବାହାରିଲାନି ସମାଧାନର ରାସ୍ତା । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ, ୧୯ରେ ପରବର୍ତ୍ତୀ ବୈଠକ ।
୧୧-ସୁଧୁରିଲେନିରେ ଅଷ୍ଟ୍ରେଲିଆ ଦର୍ଶକ – ଗାବା ଟେଷ୍ଟରେ ସିରାଜ ଏବଂ ୱାସିଂଟନଙ୍କୁ ଗାଳିଗୁଲଜ ।
୧୨-ନକଲି କାରବାରରେ ସୀମା ଲଙ୍ଘିଲା କଟକ, ପୁଣି ବିପୁଳ ପରିମାଣରେ ନକଲି ଓ ଅପମିଶ୍ରିତ ଗୁଣ୍ଡି-ଜରଦା ଜବତ ।
୧୩-ସେନା ଦିବସରେ ଯବାନଙ୍କ ସହ ଭଲିବଲ୍ ଖେଳିଲେ ଖିଲାଡି ଷ୍ଟାର ଅକ୍ଷୟ।
୧୪-ଜମିବାଡ଼ି ବେପାରକୁ ନେଇ ରାଜଧାନୀରେ ବଢ଼ୁଛି ଅପରାଧ : ଗୋଟିଏ ବର୍ଷରେ ୩୮୦ ଅଭିଯୋଗ ।
୧୫-ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍ । ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ଅର୍ଜୁନ ।
୧୬-ଭାରତ ଚୀନ୍ ବିବାଦ ମଧ୍ୟରେ ବେଜିଂକୁ ସେନା ମୁଖ୍ୟଙ୍କ କଡା ଚେତାବନୀ । ୭୩ତମ ସେନା ପ୍ରତିଷ୍ଠା ଦିବସରେ କହିଲେ, ଧୈର୍ଯ୍ୟର ପରୀକ୍ଷା ନନେଉ ଚୀନ୍ ।