
ଭୁବନେଶ୍ବର ୩୦।୯: ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ନକଲି ମୋବିଲ କାରଖାନା ଠାବ କରିଛି କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ ଟିମ୍ ।
ପୋଡା ମୋବିଲକୁ କିରୋସିନିରେ ମିଶାଇ ଏଠାରେ ବିଭିନ୍ନ ବ୍ରାଣ୍ଡର ମୋବିଲ ତିଆରି କରାଯାଉଥିଲା ।
ଚଢାଉ ବେଳେ ୧୩ହଜାର ଲିଟର ମୋବିଲ, ୧୬ ହଜାର ଲିଟର ପୋଡା ମୋବିଲ ଜବତ କରିଛି । ଏହାସହ ମୋବିଲ ତିଆରି କରୁଥିବା କଣ୍ଟେନର ମେସିନ ଓ ଡବା ମଧ୍ୟ ଜବତ କରିଛି । ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।