
ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ଆଜି ୭୫ ଟଙ୍କା ମୂଲ୍ୟର ଏକ ସ୍ମରଣୀୟ ମୁଦ୍ରା ଲଞ୍ଚ କରିଛନ୍ତି।
ମିଳିତ ଜାତିସଂଘ ଖାଦ୍ୟ ଏବଂ କୃଷି ସଂଗଠନ [FAO] ର ୭୫ ତମ ବାର୍ଷିକୀ ପାଳନ ଅବସରରେ ଏହି ମୁଦ୍ରା ଲଞ୍ଚ କରାଯାଇଛି।
ପ୍ରଧାନମନ୍ତ୍ରୀ ଏକ ୱେବ୍ ଟେଲିକାଷ୍ଟ ମାଧ୍ୟମରେ 17 ଟି ନୂତନ ବାୟୋଫୋର୍ଟିଫାଇଡ୍ ଫସଲ କିସମ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସର୍ବନିମ୍ନ ସହାୟତା ମୂଲ୍ୟ [MSP] ରେ କୃଷି ଫସଲ କ୍ରୟ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।