
ଭାରତୀୟ ସନାତନ ଶାସ୍ତ୍ର ମାନଙ୍କ ମଧ୍ୟରେ ଶ୍ରୀମଦ୍ଭାଗବତ ଗ୍ରନ୍ଥ ଅନନ୍ୟ ଓ ଅନନ୍ତ କଥାବସ୍ତୁ ର ସମାହିତ ଲହୁଣୀ ତୁଲ୍ୟ ଅଟନ୍ତି।ନିଜେ ମହାପ୍ରଭୁ ଏହି ଗ୍ରନ୍ଥର ତତ୍ବ ବର୍ଣ୍ଣନା ଓ ଗ୍ରହଣ ଉପରେ ସୁନ୍ଦର କଥା କହିଛନ୍ତି।
ଅହଂ ବେତ୍ତି ଶୁକମ୍ ବେତ୍ତି ବ୍ଯାସଂ ବେତ୍ତି ନ ବେତ୍ତି ବା।
ଶ୍ରୀଧର ସମ୍ଯକଂ ବେତ୍ତି ଶ୍ରୀ ନୃସିଂହ ପ୍ରସାଦତଃ।।
ଭଗବାନ କହୁଛନ୍ତି ମୁଁ କିଛି ଅନୁଭବ କରିଛି ଶୁକଦେବ କିଛି ଅନୁଭବ କରିଛନ୍ତି କିନ୍ତୁ ବ୍ୟାସଦେବଙ୍କ ରଚିତ ହେଲେବି ଅନୁଭବ ହୋଇଛି କି ନାହିଁ କୁହାଯାଇ ପାରିବନାହିଁ। ମାତ୍ର ଶ୍ରୀଧରଙ୍କ ଯଥେଷ୍ଟ ଅନୁଭବ ହୋଇଛି ଏହା କେବଳ ଶ୍ରୀ ନୃସିଂହ ଙ୍କ କରୁଣାରୁ । ଭାରତୀୟ ସନାତନ ସମାଜ ରେ ଶ୍ରୀମଦ୍ଭାଗବତ ଙ୍କ ଭାବ କୁ ଅନେକ ନିଜର ଶକ୍ତି ,ଭକ୍ତି, ସାଧନା ଅନୁସାରେ ବୁଝିଥାନ୍ତି। ଛୋଟିଆ ପିଲାଟିର ଲେଖାଟିଏ ଛୋଟ ପିଲାଟିର ସାଗର ଉପରେ କିଞ୍ଚିତ୍ ଅନୁଭବ ମାତ୍ର। ମୋର ବନ୍ଧୁ ମାନଙ୍କ ମଧ୍ୟରେ ଅନେକ ବିଦ୍ୱାନ ଓ ଅନୁଭବ ବ୍ୟକ୍ତିତ୍ଵ ଅଛନ୍ତି। ମୋର ନିବେଦନ ମୋର ଲେଖା ଭାଗବତର ପୂର୍ଣ୍ଣ ଅନୁବାଦ ନୁହେଁ। ଯେତିକି ବୁଝିଛି ତା ମଧ୍ୟରୁ ଯାହା ଲେଖିପାରୁଛି ପିଲାଟି ଉପସ୍ଥାପନା କରୁଛି।ତୃଟି ରହିବା ସ୍ବାଭାବିକ। ଉଦାରତା ପୂର୍ବକ ପଠନ କରିବେ। ମତାମତ ଆଦରରେ ସଦା ମସ୍ତକରେ ଗ୍ରହଣ କରାଯିବ। ବ୍ରହ୍ମଦେବ ଙ୍କ ଛାୟାରୁ କର୍ଦ୍ଦମ ପ୍ରଜାପତି ସୃଷ୍ଟି ହୋଇ ଭଗବତ୍ ସାଧନା ରେ ନିୟୋଜିତ ହେଲେ। ପିତାଙ୍କ ଆଦେଶରେ ସନ୍ତାନ ପ୍ରାପ୍ତି ନିମନ୍ତେ ଆଦେଶ ଗ୍ରହଣ କରି ଭଗବାନ ଙ୍କ ଆଶିର୍ବାଦ ପାଇଁ ତପଃ କରିଚାଲିଲେ। ଦଶହଜାର ବର୍ଷ ବିତିଗଲା। ପରିଶେଷରେ ॐ ସ୍ବରୂପ ନିର୍ଗୁଣ ବ୍ରହ୍ମ ସଗୁଣ ଚତୂର୍ଭୁଜ ଧାରଣ ପୂର୍ବକ ତାଙ୍କର ସନ୍ମୁଖରେ ପ୍ରକଟିତ ହେଲେ।
କିରୀଟିନଂ କୁଣ୍ଡଳିନଂ ଶଙ୍ଖଚକ୍ରଗଦାଧରମ୍।
ଶ୍ବେତତ୍ପଳକ୍ରୀଡନକଂ ମନଃସ୍ପର୍ଶସ୍ମିତେକ୍ଷଣମ୍।
ଅନେକ ସୂର୍ଯ୍ୟଙ୍କ ପ୍ରଭା ସହ କିରୀଟ କୁଣ୍ଡଳ ଦିବ୍ୟ ଆଭୂଷଣ ରେ ଭୂଷିତ ଶଙ୍ଖ ଚକ୍ର ଗଦା ଓ ଅପୂର୍ବ ଶ୍ବେତପଦ୍ମ ଧାରଣ କରିଥାନ୍ତି। ଅପୂର୍ବ ମନୋହର କାନ୍ତି ବିସ୍ତାରିତ କପାଳରେ ଦିବ୍ୟ ଚିତା,ଗଳାରେ ବନମାଳ ସହ କୌସ୍ତୁଭ ମଣି, ହୃଦୟ ରେ ଶ୍ରୀବତ୍ସ ଲାଞ୍ଛନ ଚିହ୍ନ ସହ ମହାଲକ୍ଷ୍ମୀ ,ଆକର୍ଣ ଭରି ଢଳଢଳ ଚକାନୟନ,ଆଜାନୁଲମ୍ବିତ ବାହୁଯୁଗଳ,ସର୍ବଜନ ଶରଣରକ୍ଷଣ ପବିତ୍ର ପଦ୍ମପାଦ କୁ ଦର୍ଶନ କରି ତନ ମନ ପୁଲକିତ ଶରୀର ରୋମାଞ୍ଚିତ ହୃଦୟ ପ୍ରେମାନନ୍ଦ ରେ ମଗ୍ନ ହୋଇଗଲା କର୍ଦ୍ଦମ ପ୍ରଜାପତି ଙ୍କ ର,,,,।
ସହସା ପରମାନନ୍ଦ ରୁ ବିଗଳିତ ହେଲା ସ୍ତୁତି,
ଯେ ମାୟୟା ତେ ହତମେଧସସ୍ତ୍ବତ
ପାଦାରବିନ୍ଦଂ ଭବସିନ୍ଧୁପୋତମ୍।
ଉପାସତେ କାମଲ ବାୟ ତେଷାଂ
ରାଶୀଶ କାମାନ୍ନିରୟେଽପି ଯେ ସ୍ଯୁଃ।।
ଭବସାଗରକୁ ଅକ୍ଳେଶରେ ନିର୍ବିଘ୍ନରେ ପାର ହେବାପାଇଁ ଆପଣଙ୍କ ପଦାରବିନ୍ଦରେ ଶରଣାଗତ ହେବା ହିଁ ବୋଇତ ସଦୃଶ ଅଟନ୍ତି। ଆପଣଙ୍କ ଦର୍ଶନ ଦିବ୍ୟ ଓ ମହନୀୟ ଯାହା ଫଳରେ ମୋ ଜନ୍ମ ସଫଳ ହୋଇଛି।ହେ ଅନ୍ତର୍ଯ୍ୟାମୀ ନାଥ ଆପଣ ଦର୍ଶନ ପରେ କାମନା ରହିବା ଜୀବ ର ହତଭାଗ୍ୟ ଓ ଦୁର୍ଦ୍ଦଶା କୁ ସୂଚାଉଛି। ପ୍ରଭୁ ବ୍ରହ୍ମଦେବ ଙ୍କ ଆଦେଶ ପରେ ମୋତେ ଆପଣ ଆପଣଙ୍କର ସେବକ ଓ ଶରଣାଗତ ବିଚାର କରି ମୋତେ ଆଦେଶ ଓ ମାର୍ଗ ଦର୍ଶନ କରାନ୍ତୁ ଯେପରି ମୋର ଆପଣଙ୍କ ପବିତ୍ର ସମ୍ପର୍କରେ ବାଧା ଆସିବନାହିଁ। ଆପଣ ହିଁ ସର୍ବମୟ କର୍ତ୍ତା ମୁଁ ମୋର ସମସ୍ତ କଥା ଆପଣଙ୍କ ଶ୍ରୀ ଚରଣେ ସମର୍ପଣ କରିଦେଲି।ମହାମହିମ ଭଗବାନ କର୍ଦ୍ଦମ ଙ୍କ ସ୍ତୁତି ରେ ଆନନ୍ଦିତ ହୋଇଗଲେ। ହସିଦେଇ କହିଲେ ହେ ମୁନୀ ମୁଁ ତୁମର ସାଧନା ,ତପସ୍ୟା ଓ ଭକ୍ତି ରେ ପ୍ରସନ୍ନ ହୋଇଅଛି।
ତୁମ୍ଭେ ମୋ ଆଦେଶ ଅନୁଯାୟୀ ଦେବହୁତୀ ଙ୍କ ସହ ବିବାହ କର।ନିଜେ ମନୁ ମହାରାଜା ଆପଣଙ୍କ ଆଶ୍ରମ ନିକଟରେ ପହଞ୍ଚି ଆପଣଙ୍କ ସହାୟତା ଜାଚନା କରିବେ। ଗୃହସ୍ଥ ଆଶ୍ରମ ରେ ଧର୍ମ ପାଳନରେ ତୁମେ ମୋ ସ୍ମରଣ କରି ସହଜରେ ସଫଳତା ପାଇ କନ୍ୟା ସନ୍ତାନ ପ୍ରାପ୍ତି କରିବ।ନବ କନ୍ଯା ଙ୍କୁ ସୃଷ୍ଟି ର ବିସ୍ତାର ନିମନ୍ତେ ଋଷି ମାନଙ୍କୁ ପ୍ରଦାନ କରିବ।ତା ପରେ ମୁଁ ସ୍ବୟଂ ସାଂଖ୍ୟ ବିଦ୍ୟା ର ବିସ୍ତାର ପାଇଁ ତୁମ୍ଭ ପୁତ୍ର ରୁପେ ଜନ୍ମ ଗ୍ରହଣ କରିବି।ତୁମେ ତା ପରେ ସନ୍ଯାସ ଧର୍ମ ଗ୍ରହଣ କରି ସ୍ବ ଲୋକ ପ୍ରାପ୍ତ ହେବ।ତୁମ ନିକଟରେ ମୋ ଅନୁକମ୍ପା ରୁ ସକଳ ସିଦ୍ଧି ସୁଲଭ ହୋଇଯିବ।
ଶ୍ରୀମୁଖ ବଚନ କୁ ଶିରୋଧାର୍ଯ୍ଯ କରି ଭଗବାନ ଙ୍କ ଶ୍ରୀ ଚରଣେ ବିନମ୍ର ପ୍ରଣତି କରି ନିଜକୁ କୃତ୍ୟ କୃତ୍ୟ ମନେ କଲେ। ଭଗବାନ ଗରୁଡ ଙ୍କୁ ନେଇ ସ୍ବ ଧାମ ପ୍ରତ୍ୟାବର୍ତ୍ତନ କଲାବେଳେ ଗରୁଡ ଙ୍କ ପକ୍ଷ ମଧ୍ୟ ରୁ ସାମବେଦ ର ମଧୁର ରୁଚା ଶ୍ରବଣ କରି ଆଶ୍ଚର୍ଯ୍ୟ ହୋଇଗଲେ।
ଭଗବାନ ଙ୍କ ପ୍ରତି ପ୍ରେମ ଭକ୍ତି ଓ କୃତଜ୍ଞତା ରେ ଗଦଗଦ ମୁନି ନିଜର ସୌଭାଗ୍ୟ କୁ ଭଗବାନ ଙ୍କ ଚିନ୍ତନରେ ସମର୍ପିତ ହୋଇ ପ୍ରଶାନ୍ତ ଭାବରେ ପହଁଞ୍ଚିବା ସମୟରେ ଦେଖିଲେ ମନୁମହାରାଜ ମହାରାଣୀ ଶତରୂପା ଓ କନ୍ୟା ଦେବହୂତୀ ଙ୍କ ସହ ଆଶ୍ରମକୁ ପ୍ରବେଶ କରୁଅଛନ୍ତି।