
ନୂଆଦିଲ୍ଲୀ : କେନ୍ଦ୍ର ସରକାର ସଂସଦରେ ସୂଚନା ଦେଇଛନ୍ତି କି ସରକାର ନାଗରିକଙ୍କ ଭୋଟର ପରିଚୟ ପତ୍ରକୁ ଆଧାର ନମ୍ବର ସହିତ ଲିଙ୍କ୍ କରିବାକୁ ବିଚାର କରୁଛନ୍ତି ।
କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଜନପ୍ରତିନିଧିତ୍ୱ ଆଇନରେ ସଂଶୋଧନ କରିବାକୁ ପଡ଼ିବ । ନିର୍ବାଚନ କମିଶନ ମନେ କରୁଛନ୍ତି ଯେ ଏପରି ପଦକ୍ଷେପ ନିଆଗଲେ ମତଦାତା ସୂଚୀକୁ ତ୍ରୁଟିଶୂନ୍ୟ କରାଯାଇପାରିବ ।
ତା’ଛଡା ଜଣେ ଲୋକ ବିଭିନ୍ନ ସ୍ଥାନରେ ଭୋଟର ଭାବେ ନିଜକୁ ପଞ୍ଜୀକୃତ କରାଇବା ଘଟଣାକୁ ବି ରୋକାଯାଇପାରିବ ।