today’s latest news updates in Odia

‘୧୦୮ରେ ମିଶିବ ୧୦୨’: ଉଭୟ ଆମ୍ବୁଲାନ୍ସ ପାଇଁ ଗୋଟିଏ କଲସେଣ୍ଟର

Odisha News
Reading Time: < 1 minute

👉ଭୁବନେଶ୍ୱର, ୨୪ା୧: ରାଜ୍ୟରେ ଦୁଇ ପ୍ରକାରର ଆମ୍ବୁଲାନ୍ସ ସେବା ଜାରି ରହିଥିବାବେଳେ ଗର୍ଭବତୀଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ଓ ଅନ୍ୟ ରୋଗୀଙ୍କ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ। ଉଭୟ ଆମ୍ବୁଲାନ୍ସ ସେବା ପାଇଁ ଅଲଗା କଲସେଣ୍ଟର ରହିଛି। ଆଗାମୀ ଦିନରେ ଦୁଇଟି ଯାକ ଆମ୍ବୁଲାନ୍ସ ପାଇଁ ଗୋଟିଏ ସହାୟତା ନମ୍ବର ରହିବ। ୧୦୮ରେ ମିଶିବ ୧୦୨ ସହାୟତା ନମ୍ବର। ୧୦୨ ଆମ୍ବୁଲାନ୍ସ ପାଇଁ ଆଗକୁ ୧୦୮ ନମ୍ବରରେ କଲ କରିବାକୁ ପଡ଼ିବ। ଆମ୍ବୁଲାନ୍ସ ସେବାକୁ ଅଧିକ ସରଳୀକରଣ କରିବାକୁ ଏପରି ପଦକ୍ଷେପ ନିଆଯାଇଛି। ୧୦୮ ସହାୟତା ନମ୍ବରକୁ ଫୋନ କଲେ ଉଭୟ ଗର୍ଭବତୀ ଓ ଅନ୍ୟ ରୋଗୀଙ୍କୁ ସେବା ମିଳିପାରିବ। ଦୁଇରୁ ତିନି ମାସ ମଧ୍ୟରେ ମିଶ୍ରଣ କରାଯିବାର ସମ୍ଭାବନା ରହିଛି। ମିଶ୍ରଣ ପରେ ରୋଗୀ ଏବଂ ଗର୍ଭବତୀ ୧୦୮ ସହାୟତା ନମ୍ବରକୁ ଫୋନ କଲେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ପହଞ୍ଚି ପାରିବ। ସରକାର ୧୦୮ ଆମ୍ବୁଲାନ୍ସ ସେବାକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପର୍ୟ୍ୟାୟକ୍ରମେ ୧୦୮ ଆମ୍ବୁଲାନ୍ସ ଗାଡି ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ଆଉ ୨୮ଟି ୧୦୮ ଆମ୍ବୁଲାନ୍ସ କ୍ରୟ କରିବାକୁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଏବେ ରାଜ୍ୟରେ ୫୯୬ଟି ୧୦୮ ଏବଂ ୫୦୦ଟି ୧୦୨ ଆମ୍ବୁଲାନ୍ସ ସେବା ପ୍ରଦାନ କରୁଛି।

୧୦୮ ଆମ୍ବୁଲାନ୍ସ ସେବାକୁ ୮ବର୍ଷ ପୂରିଛି। ୧୦୨କୁ ମଧ୍ୟ ୭ବର୍ଷ ବିତିଛି। ପୂର୍ବରୁ ୧୦୨ ଜନନୀ ଏକ୍ସପ୍ରେସ ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିୟନ୍ତ୍ରଣରେ ଚାଲୁଥିଲା। ହେଲେ ଗର୍ଭବତୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସେବା ପ୍ରଦାନ ପାଇଁ ରାଜ୍ୟସ୍ତରରେ ୧୦୨ କଲସେଣ୍ଟର କରାଯାଇଛି। ଏ ସଂକ୍ରାନ୍ତରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ରାଜ୍ୟ ମୁଖ୍ୟ ଡ. ସବ୍ୟସାଚୀ ବିଶ୍ବାଳ କହିଛନ୍ତି, ୧୦୨ ଏବଂ ୧୦୮ ଆମ୍ବୁଲାନ୍ସ ସେବା ରୋଗୀ ଓ ଗର୍ଭବତୀଙ୍କୁ ସେବା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। କରୋନା ସମୟରେ ଉଭୟ ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚି ଡାକ୍ତରଖାନା ଆଣିଛି। ବର୍ଷକୁ ବର୍ଷ ଅଧିକ ରୋଗୀ ଏବଂ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ସେବା ଦିଆଯାଇ ପାରୁଛି।

 

ପୃଥ୍ବୀ-୨ କ୍ଷେପଣାସ୍ତ୍ର ରାତ୍ରି ପରୀକ୍ଷା; ଗୋଟିଏ ଲକ୍ଷ୍ୟଭେଦ, ଅନ୍ୟଟି ଲକ୍ଷ୍ୟଭ୍ରଷ୍ଟ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x