ଖବର ଆଜିର ତାରିଖ ୧୪-୧୧-୨୦ ଶନିବାର

lifeRIver
Reading Time: < 1 minute

୧-ସୀମାରେ ମୁତୟନ ଥିବା ଯବାନଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ।

୨-ଧନ୍ ତେରସ୍ ରେ ସୁନାଦୋକାନରେ ପ୍ରବଳ ଭିଡ,କରୋନା କଟକଣାକୁ ଫୁ,ଭୁଲିଗଲେ ସାମାଜିକ ଦୂରତା ଓ ମାସ୍କପିନ୍ଧା।

୩–ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’ । ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ ।

୪-ଦୂରଦର୍ଶନ ଓଡ଼ିଆ ଚ୍ୟାନେଲ୍‌ରେ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ‘ଶିକ୍ଷା ଦର୍ପଣ’ ନଭେମ୍ବର ୧୬ରୁ ଆରମ୍ଭ ହୋଇ ନଭେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ।

୫-‘ଅମ୍ଫନ’ ପାଇଁ ଓଡିଶା କୁ ୧୨୮.୨୩ କୋଟି ଟଙ୍କା ର ଅତିରକ୍ତ କେନ୍ଦ୍ରୀୟ ସହାୟତା ।

୬-୮ ମାସର କ୍ଷତି ୮ ଦିନରେ ଭରଣା: ୪୩୪୪୩ରେ ବନ୍ଦ ହେଲା ସେନସେକ୍ସ, ନିଫ୍ଟି ୧୨୭୧୯ ।

୭-ବିଜେପିର ସାଙ୍ଗଠନିକ ପୁନର୍ଗଠନ, ନିଯୁକ୍ତ ହେଲେ ୩୬ ପ୍ରଭାରୀ ଓ ୨୭ ସହ-ପ୍ରଭାରୀ ।

୮-ଡି ପୁରନ୍ଦେଶ୍ୱରୀ ହେଲେ ବିଜେପିର ନୂଆ ଓଡ଼ିଶା ପ୍ରଭାରୀ, ବିଜୟପାଲ ସିଂହ ତୋମାର ସହ-ପ୍ରଭାରୀ ।

୯-ବିଜେପି ମୁଖପାତ୍ର ଡା.ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ପଦ ମିଳିଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ଓ ଦିଲ୍ଲୀର ପ୍ରଭାରୀ ଦାୟିତ୍ୱ ମିଳିଛି।

୧୦-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷକ ଓଡିଶା ଓ ବିଭିନ୍ନ ଅନ୍‌ଲାଇନ ସେବାର ଶୁଭାରମ୍ଭ , ରାଜ୍ୟର ୭୬ ଲକ୍ଷ ଚାଷୀ ‘କୃଷକ ଡାଟାବେସ୍‌’ର ଅନ୍ତର୍ଭୁକ୍ତ , କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା : ମୁଖ୍ୟମନ୍ତ୍ରୀ ।

୧୧-ପେନ୍‌ସନ୍‌ ଉପଭୋକ୍ତା ଆଇଏଫ୍‌ଏମ୍‌ଏସ୍‌ େପାର୍ଟାଲରୁ ଫର୍ମ ୧୬ ଅନ୍‌ଲାଇନ୍‌ ଡାଉନ୍‌ଲୋଡ୍‌ କରିପାରିବେ

୧୨-ଆଜି ଅପରାହ୍ନ ୨ଟା ଯାଏଁ ଗଡିବ ମୋ-ବସ୍‌

୧୩-ପୁଣି ଘୁଞ୍ଚିଲା ଏକକ ପିଜି ପ୍ରବେଶିକା ପରୀକ୍ଷାଫଳ ତାରିଖ, ନଭେମ୍ବର ୨୧ରେ ପ୍ରକାଶ ପାଇବ ମେରିଟ ଲିଷ୍ଟ ।

୧୪-ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ବାଣିଜ୍ୟିକ କୋର୍ଟ ।

୧୫-ଉତ୍କର୍ଷ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ହେବ ଡିଜିଟାଲ୍‌ ଶିକ୍ଷାଦାନ ।

୧୬-ବିହାର ଷୋଡ଼ଶ ବିଧାନସଭା ଭଙ୍ଗ, ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ନିତିଶ ।

୧୭-ଆସନ୍ତା ମାସ ସୁଦ୍ଧା ଭାରତକୁ ଆଷ୍ଟ୍ରାଜେନେକା କୋଭିଡ୍ ଟିକାର ୧୦ କୋଟି ଖୋରାକ ଭାରତକୁ ମିଳିପାରିବ ।

୧୮-ଝଲସିବ ଅଯୋଧ୍ୟା ନଗରୀ : ଦୀପାବଳି ଦିନ ୫ଲକ୍ଷ ୫୦ ହଜାର ଦୀପରେ ହେବ ଆଲୋକିତ ।

୧୯-ଶିଶୁଙ୍କ ଲାଗି ଏକ ନିରାପଦ ପୃଥିବୀ ତିଆରି ପାଇଁ କାମ କରୁଛି ୟୁନିସେଫ୍ – ମୋନିକା ନେଲ୍‌ସନ୍ ।

୨୦-ନଭେମ୍ବର ୧୫ରେ ବସିବ ଏନ୍‌ଡିଏ ବିଧାୟକ ଦଳର ବୈଠକ: ନୀତୀଶ ।

୨୧-ଫଳ ପ୍ରକାଶର ୬ଦିନ ପରେ ରାଷ୍ଟ୍ରପତି ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଶୁଭେଚ୍ଛା ଜଣାଇଲା ଚୀନ ।

 

ସକାଳର ଖବର ତାରିଖ ୦୩/୧୧/୨୦, ମଙ୍ଗଳବାର

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.