
ନୂଆ ଗାଇଡ୍ ଲାଇନ୍ ଅନୁସାରେ, ଦେଶରେ ମେଟ୍ରେସେବା, ସ୍କୁଲ, କଲେଜ ବନ୍ଦ ରହିବ ।
ଏହା ସହ ହୋଟେଲ, ରେଷ୍ଟୁରାଣ୍ଟ, ସିନେମାହଲ, ମଲ, ଜିମ, ସୁଇମିଂ ପୁଲ ଆଦି ବନ୍ଦ ରହିବ ।
ପାର୍କ, ଥିଏଟର ଓ ବାର୍ ଗୁଡିକୁ ବନ୍ଦ ରହିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ସେହିପରି ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ ।
ଅନ୍ୟପଟେ ରାଜ୍ୟ ରାଜ୍ୟ ଭିତରେ ବୁଝାମଣା ଅନୁସାରେ ବସ୍ ଚଳାଚଳ କରିପାରିବେ ।
ହର୍ଟସ୍ପଟ ଅଞ୍ଚଳରେ କଡା କଟକଣା ରହିବ ।
ରେଷ୍ଟୁରାଣ୍ଟରୁ ହୋମ୍ ଡେଲିଭରୀ ପାଇଁ ଅନୁମତି ରହିଛି
ରେଡ, ଗ୍ରୀନ୍ ଓ ଅରେଞ୍ଜ ଜୋନର ନିଷ୍ପତ୍ତି ରାଜ୍ୟ କରିବ ।
ଧାର୍ମିକ ସଂସ୍ଥାକୁ ଖୋଲିବାକୁ ଅନୁମତି ନାହିଁ ।
ସନ୍ଧ୍ୟା ୭ଟାରୁ ସକାଳ ୭ଯାଏଁ ଘରୁ ନବାହାରିବା ନିୟମ ଜାରି ରହିବ ।
ସବୁ ଧାର୍ମିକ, ରାଜନିତିକ, ସାମାଜିକ ଆୟୋଜନକୁ ଅନୁମତି ନାହିଁ ।