୨ଦିନିଆ କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Kuwait
Reading Time: < 1 minute

କୁଏତର ସମ୍ରାଟ ସେକ୍‌ ସବାହ୍‌ ଅଲ୍‌ ଅହମ୍ମଦ ଅଲ୍‌-ଜାବେର୍‌ ଅଲ୍‌-ସବାହ୍‌ଙ୍କ ବିୟୋଗରେ ଭାରତର ଶୋକ ସନ୍ଦେଶ ଦେବା ପାଇଁ ଦୁଇଦିନିଆ କୁଏତ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଶୋକ ସନ୍ଦେଶପତ୍ରକୁ କୁଏତର ନୂଆ ସମ୍ରାଟ ସେକ୍‌ ନୱାଫ୍‌ ଅଲ୍‌-ଅହମ୍ମଦ ଅଲ୍‌-ଜାବେର୍‌ ଅଲ୍‌-ସବାହ୍‌ଙ୍କୁ ପ୍ରଦାନ କରିବେ ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କୁଏତରେ ପହଞ୍ଚିବା ପରେ ବିମାନବନ୍ଦରରେ କୁଏତର ତୈଳମନ୍ତ୍ରୀ ଡ. ଖାଲିଦ ଅଲି ମହମ୍ମଦ ଅଲ୍‌-ଫାଦେଲ ତାଙ୍କୁ ସ୍ୱାଗତ କରିଥିଲେ । ଗସ୍ତ ଅବସରରେ କୁଏତରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡ଼ିଆ ଉଦ୍ୟୋଗପତିଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

କୁଏତର ନୂଆ ସମ୍ରାଟ ଓ କୁଏତର ତୈଳମନ୍ତ୍ରୀଙ୍କ ସହ ମଧ୍ୟ ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 

 

ଚାକିରୀ ଦେବ ଇ-କମର୍ସ କମ୍ପାନୀ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.