ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍

Maharashtra Bus Accident
Reading Time: < 1 minute

ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍ : ୫ ଜଣଙ୍କ ମୃତ୍ୟୁ, ୩୫ ଆହତ

ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍ । ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ମହାରାଷ୍ଟ୍ର ନନ୍ଦୁରବାର ସ୍ଥିତ ଖାମଚୁନ୍ଦର ଗାଁ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ଗୁଜୁରାଟ ସୁରଟରୁ ମଲ୍କାପୁର ଯାଉଥିବା ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ମଙ୍ଗଳବାର ବିଳମ୍ବିର ରାତି ପ୍ରାୟ ସାଢେ ୩ଟା ବେଳେ ଦୁର୍ଘଟଣା ହୋଇଛି । ୩୦ ଫୁଟ ଗଭୀର ଖାଇକୁ ଖସିପଡିଛି ବସ୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ନନ୍ଦୁରବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ପୋଲିସର ସୂଚନା ଅନୁସାରେ ରାତିରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍ ଟି ଭାରସାମ୍ୟ ହରାଇଥିଲା । ଫଳରେ ୩୦ ଫୁଟ ଖାଇକୁ ବସ୍ ଟି ଖସିପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 

ମାର୍କେଟ୍ କମ୍ପ୍ଲେକ୍ସ‌ରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ପ୍ରାୟ କୋଟିଏ ଟଙ୍କାର ସାମଗ୍ରୀ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.