
ଉତ୍ତରପ୍ରଦେଶରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ବାପା ନିଜ ପୁଅକୁ ପବଜୀ ଖେଳିବାକୁ ରୋକିବାରୁ ପୁଅ ବାପାଙ୍କୁ ଛୁରୀରେ ତଣ୍ଟି କାଟି ଦେଇଥିଲା ଏବଂ ନିଜକୁ ଛୁରୀରେ ଆହତ କରି ଦେଇଥିଲା। ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ମିରଠ ଜିଲ୍ଲାର।
ଯୁବକଙ୍କୁ ମୋବାଇଲରେ ଗେମିଂର ନିଶା ଘାରିଥିଲା ଏଥିପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ଥିଲା। ମିରଠରେ ଏପରି ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ଏଠାରେ ବାପା ନିଜ ପୁଅକୁ ମୋବାଇଲରେ ପବଜୀ ଖେଳିବାରୁ ରୋକିବାରୁ ଉନ୍ମତ୍ତ ପୁଅ ନିଜ ବାପାଙ୍କ ତଣ୍ଟିକୁ ଛୁରୀରେ କାଟି ଦେଇଛି।
କେବଳ ଏତିକି ନୁହେଁ ଏହା ପରେ ସେ ନିଜକୁ ମଧ୍ୟ ଛୁରୀରେ ଅନେକ ଥର ଆକ୍ରମଣ କରିଥିଲା ଯାହା ପରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଉଭୟଙ୍କୁ ତୁରନ୍ତ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା।
ପୋଲିସର କହିବା ଅନୁସାରେ ମିରଠର ଖରଖୌଦା ଅଞ୍ଚଳର ଏଭନ କଲୋନୀରେ ଆମୀର ନାମକ ଜଣେ ଯୁବକ ମୋବାଇଲରେ ପବଜୀ ଗେମ୍ ଖେଳୁଥିଲା। ବାପା ଇରଫାନ୍ ପୁଅକୁ ରୋକିବାରୁ ଏଥିରେ ପୁଅ ରାଗି ଲାଲ ହୋଇଯାଇଥିଲା। ଏହା ପରେ ସେ ବାପାଙ୍କ ସହ ମାଡ଼ପିଟ କରି ଘରେ ରଖିଥିବା ଛୁରୀରେ ନିଜ ବାପାଙ୍କ ତଣ୍ଟି କାଟି ଦେଇଥିଲା।
ବର୍ତ୍ତମାନ ଆମୀରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛି। କୁହାଯାଉଛି ଯେ ଆମୀର ମାନସିକ ରୋଗୀ ଏବଂ ତାର ମାନସିକ ଚିକିତ୍ସା ଚାଲିଛି।