Corona's new variant, the N440K in South India

ଦକ୍ଷିଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଏଣ୍ଟ N440K

N440K
Reading Time: < 1 minute

ଦକ୍ଷିଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଏଣ୍ଟ N440K , ଗବେଷକ ଦେଲେ ତଥ୍ୟ

* ଦେଶରେ କରୋନା ଆତଙ୍କ ଥମିବାରେ ଲାଗିଛି । କିନ୍ତୁ ଭାଇରସର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇ ଦେଇଛି । ହାଇଦ୍ରାବାଦ ସ୍ଥିତ ବୈଜ୍ଞାନିକ ଏବଂ ଔଦଗ୍ୟିକ ଅନୁସନ୍ଧାନ ପରିଷଦର ସେଣ୍ଟର ଫର୍ ସେଲ୍ୟୁଲର ଆଣ୍ଡ ମାଲିକ୍ୟୁଲର ବାୟୋଲୋଜି ବା ସିସିଏମବି ଏକ ବଡ ତଥ୍ୟ ସାମ୍ନାରେ ରଖିଛି । କରୋନା ଭାଇରସର ନୂଆ ଭାରିଏଣ୍ଟ୍ ଦେଶର କିଛି ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହା ଉପରେ ସ୍ୱତନ୍ତ୍ର ନଜର ରଖିବା ଆବଶ୍ୟକ ବୋଲି ସିସିଏମବି କହିଛି ।*

☯️ସିସିଏମବିର ରିପୋର୍ଟ ଅନୁସାରେ, ସାରା ବିଶ୍ୱରେ ଭାଇରସର ଯେଉଁ ନୂଆ ଭାରିଏଣ୍ଟ ଦେଖିବାକୁ ମିଳିଛି ତାହାର ପ୍ରଭାବ କିନ୍ତୁ ଭାରତରେ କମ୍ ରହିଛି । ଭାଇରସର ନୂଆ ରୂପକୁ ଅଧିକରୁ ଅଧିକ ଅଧ୍ୟୟନ କରାଯାଉଛି । ସିସିଏମବିର ନିର୍ଦ୍ଦେଶକ ରାକେଶ ମିଶ୍ରା କହିଛନ୍ତି ଯେ, କରୋନା ଭାଇରସର ଏନ୪୪୦କେ ଭାରିଏଣ୍ଟ ଦକ୍ଷିଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି । ଏହାକୁ ରୋକିବା ଆବଶ୍ୟକ । ସଠିକ ସମୟରେ ନୂଆ ଭାରିଏଣ୍ଟକୁ ଚିହ୍ନଟ କରିବା ଜରୁରୀ । ଏହି ଭାଇରସ ବିରୋଧରେ ଭାକସିନ୍ ଜରୁରୀ । ସାମାଜିକ ଦୂରତା ରକ୍ଷା କରିବା କରିବା ସହ ମାସ୍କ ପିନ୍ଧିବା ଜରୁରୀ । ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ୫ ହଜାରରୁ ଅଧିକ କରୋନା ଭାଇରସର ଭାରିଏଣ୍ଟର ବିଶ୍ଲେଷଣ କରିଥିଲେ ।

☯️ଅନ୍ୟ ଦିଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶନିବାର କହିଛି ଯେ, ଦେଶରେ ଏବେସୁଦ୍ଧା ୩୬ ଲକ୍ଷ ୧୧ ହଜାର ୬୭୦ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଭାକସିନ୍ ଦିଆଯାଇଛି । ଫେବ୍ରୁଆରୀ ୨୦ ସନ୍ଧ୍ୟା ୬ଟା ସୁଦ୍ଧା ୧ କୋଟି ୩୮ ଲକ୍ଷ ୩୨୩ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଏହାମଧ୍ୟରୁ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୭୨ ଲକ୍ଷ ୨୬ ହଜାର ୬୫୩ । ଭାକସିନର ପ୍ରଥମ ଡୋଜ୍ ଏବେସୁଦ୍ଧା ୬୩ ଲକ୍ଷ ୫୨ ହଜାର ୭୧୩ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ୮ ଲକ୍ଷ ୭୧ ହଜାର ୯୪୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି ।

 

‘୧୦୮ରେ ମିଶିବ ୧୦୨’: ଉଭୟ ଆମ୍ବୁଲାନ୍ସ ପାଇଁ ଗୋଟିଏ କଲସେଣ୍ଟର

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x