ସକାଳର ଖବର ତାରିଖ ୦୩/୧୧/୨୦, ମଙ୍ଗଳବାର

Top news today
Reading Time: < 1 minute

➡️୧-ଆଜି ବହୁ ଚର୍ଚ୍ଚିତ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ, ନେତା ବାଛିବେ ତିର୍ତ୍ତୋଲ ଜନତା,ଭୋଟ ଦେବେ ୩୭୩ ବୁଥ୍‌ରେ ୨ ଲକ୍ଷ ୩୯ ହଜାର ୧୫୩ ଭୋଟର ।

➡️୨-ସେହିପରି ଆଜି ବାଲେଶ୍ୱର ବିଧାନସଭା ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

➡️୩-ଆଜି ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ବିରୋଧରେ ଥିବା ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କ ମଧ୍ୟରୁ ଜଣେ ବନିବେ ଆମେରିକାରର ୪୬ତମ ରାଷ୍ଟ୍ରପତି ।

➡️୪-ଭିଜିଲାନ୍ସ ସଚେତନତା ସପ୍ତାହ ଉଦ୍‌ଯାପିତ : ଭୁବନେଶ୍ୱର ଡିଭିଜନ୍ ଶ୍ରେଷ୍ଠ ।

➡️୫-ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ଯୋଡି ହେଲା ଆଉ ୩ ଫର୍ଦ୍ଦ, ହିଞ୍ଜିଳିକାଟୁ, ଛତ୍ରପୁରେ ଇନଡୋର ଷ୍ଟାଡିୟମକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

➡️୬-ପ୍ରିୟଙ୍କା ରାଧାକୃଷ୍ଣନ ରଚିଲେ ଇତିହାସ, ହେଲେ ନ୍ୟୁଜିଲ୍ୟାଣ୍ଡ ମନ୍ତ୍ରୀ, କୌଣସି ମୂଳ ଭାରତୀୟ ମହିଳା ନ୍ୟୁଜିଲ୍ୟାଣ୍ଡ କ୍ୟାବିନେଟ୍‌ରେ ଅବସ୍ଥାପିତ ହେବାରେ ପ୍ରିୟଙ୍କା ହେଲେ ପ୍ରଥମ ।

➡️୭-ପଞ୍ଚଭୂତରେ ବିଲୀନ ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର, ସାନ ପୁଅ ଦେଲେ ମୁଖାଗ୍ନି ।

➡️୮-ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁପକ୍ଷୀଙ୍କୁ ଘରେ ବସି ଅନ୍‌ଲାଇନ୍‌ରେ ସର୍ବନିମ୍ନ ୫୦୦ଟଙ୍କା ଦେଇ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ପଶୁପ୍ରେମୀ। ଏଥିପାଇଁ ସ୍ବତନ୍ତ୍ର ୱେବ୍‌ସାଇଟ୍‌ ବ୍ୟବସ୍ଥା ହୋଇଛି।

➡️୯-ରିଲାଏନ୍ସ ହରାଇଲା ୧ ଲକ୍ଷ କୋଟି, ଧନୀ ତାଲିକାରେ ନବମକୁ ଖସିଲେ ଅମ୍ବାନୀ ।

➡️୧୦-ଆଫଗାନିସ୍ତାନର କାବୁଲ୍ ବିଶ୍ୱବିଦ୍ୟାଳୟରେ ଆତଙ୍କି ଆକ୍ରମଣ, ୨୫ଜଣ ଛାତ୍ରଛାତ୍ରୀ ମୃତ।

➡️୧୧-ଖସିଲା ରିଲାଏନ୍ସ ସେୟାର ମୂଲ୍ୟ ୭ପ୍ରତିଶତ,ବର୍ଷରୁ ଦ୍ୱିତୀୟ ତ୍ରୈମାସିକରେ କମ୍ପାନୀର ଆୟ ଅନୁନ୍ୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।

➡️୧୨-ଆଇପିଏଲ୍‌-୧୩: ୫୫ତମ ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ ।

➡️୧୩-ଅଷ୍ଟ୍ରେଲିଆ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗସ୍ ଦୁର୍ଦ୍ଦଶ ଖେଳାଳି ସେନ ୱାଟସନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ । ସେ ଟ୍ୱିଟ କରି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।

 

ଖବର ଆଜିର ତାରିଖ ୨୫/୧୦/୨୦ ରବିବାର।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.