୨୪ ଘଣ୍ଟାରେ ଦେଶରେ ୩୬୫୯୫ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ

Odia News on Corona
Reading Time: < 1 minute

👇୨୪ ଘଣ୍ଟାରେ ଦେଶରେ ୩୬୫୯୫ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୪୨ ହଜାରରୁ ଅଧିକ ସଂକ୍ରମିତ👇

ଭାରତ ସହ ସାରାବିଶ୍ୱରେ କରୋନା ଭାଇରସର ସଂକ୍ରମଣର ଗ୍ରାଫ୍ ହ୍ରାସ ପାଇବାରେ ଲାଗିଛି । ଭାରତରେ ମଧ୍ୟ କରୋନା ସଂକ୍ରମଣ କେତେବେଳେ ବଢୁଛି ତ କେବେଳେ କମୁଥିବା ରେକର୍ଡ କରାଯାଉଛି ।

ଗତ ୨୪ ଘଣ୍ଟାରେ ୩୬ହଜାର ୫୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୫୪୦ ଜଣ ଜୀବନ ହାରିଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୭୧ ହଜାର ୫୫୯ରେ ପହଁଚିଛି । ସବୁଠାରୁ ଭଲ କଥା ଯେ ୪୨ ହଜାର ୯୧୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏବେସୁଦ୍ଧା ଦେଶରେ ମୋଟ ୧ ଲକ୍ଷ ୩୯ ହଜାର ୧୮୮ଜଣ ପ୍ରାଣ ହରାଇଛନ୍ତି ।

ଏତତ ବ୍ୟତୀତ ଏଯାବତ ୯୦ ଲକ୍ଷ ୧୬ ହଜାର ଜଣ ଆରୋଗ୍ୟଲାଭ କରିଛନ୍ତି । ଏବେ ଦେଶରେ ୪ ଲକ୍ଷ ୧୬ ହଜାର ୮୨ ଆକ୍ଟିଭ୍ କେସ୍ ରହିଛି ।

ସବୁଠାରୁ ଅଧିକ ସକ୍ରିୟ କେସ ମହାରାଷ୍ଟ୍ରରେ ରହିଛି । ଆକ୍ଟିଭ୍ କେସ ମାମଲାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଆଦାରରେ ଏବେ ଭାରତ ବିଶ୍ୱର ଦ୍ୱିତୀୟ ସବୁଠାରୁ ଅଦିକ ପ୍ରଭାବିତ ଦେଶ । ସୁସ୍ଥହାର ଭାରତରେ ଅଧିକ ରହିଛି । ମୃତ୍ୟୁ ମାମଲାରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟରେ ରହିଛି ।

 

ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x