
➡️୧. ଭୁବନେଶ୍ବର: ରାଜ୍ୟର ତିନିଟି ପ୍ରମୁଖ କ୍ଷେତ୍ର କୃଷି, ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)କୁ ଆବଶ୍ୟକ ଋଣ ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କଗୁଡ଼ିକୁ କହିଛନ୍ତି ।
➡️୨. ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି, ଭାରତ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବ ।
➡️୩. ଭୁବନେଶ୍ବର: ସାରା ଭାରତରେ ଇଣ୍ଡିଆନ ଅଏଲର ଇଣ୍ଡେନ ଗ୍ୟାସ ବୁକିଂ ଗୋଟିଏ ମୋବାଇଲ ନମ୍ବରରେ ହେବ। ସେହି ନମ୍ବରଟି ହେଉଛି ୭୭୧୮୯୫୫୫୫୫ । ଆସନ୍ତା ୩୧ ତାରିଖ ଅର୍ଦ୍ଧରାତ୍ରିରୁ ଉପଭୋକ୍ତାଙ୍କ ପାଇଁ ଏହି ନମ୍ବର ଦିନରାତି ୨୪ ଘଣ୍ଟା ଉପଲବ୍ଧ ହେବ ।
➡️୪. ଭୁବନେଶ୍ୱର : ସମ୍ରେ ସଫଳ ଅସ୍ତ୍ରୋପଚାର : ପ୍ଲାଷ୍ଟିକ ସର୍ଜରିରେ ଯୋଡ଼ା ହେଲା ୯ବର୍ଷ ବାଳକର କଟା ଅଙ୍ଗୁଳି ।
➡️୫. କେକେଆର୍କୁ କାଟିଲେ ଜାଦେଜା, ଶେଷ ୨ ବଲ୍ ଛକା, ଚେନ୍ନାଇର ଚମକପ୍ରଦ ବିଜୟ ।
➡️୬. ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ସମସ୍ତ କାର୍ଯ୍ୟ ବିନା କାଗଜରେ ସମ୍ପାଦନ ହେବ । ଏହି ଇ-ବିଧାନସଭା ପ୍ରକଳ୍ପ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି ।
➡️୭. ମେଲବର୍ନ: ଆସନ୍ତା ମାସରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଲାଗି ଅଷ୍ଟ୍ରେଲିଆ ଦଳ ଗୁରୁବାର ଘୋଷିତ ହୋଇଛି ।
➡️୮. ସୂର୍ଯ୍ୟକୁମାରଙ୍କ ପ୍ରତି କୋହଲିଙ୍କ ଆଚରଣକୁ ନେଇ ଟ୍ବିଟର୍ ଝଡ଼, ସାହସ ଓ ଧୈର୍ଯ୍ୟ ରଖିବାକୁ ସୂର୍ଯ୍ୟଙ୍କୁ ଶାସ୍ତ୍ରୀଙ୍କ ପରାମର୍ଶ ।
➡️୯. ୭ ବର୍ଷ ପରେ ଶୁକ୍ରବାର ଓ ଶରତ ପୂର୍ଣ୍ଣିମା ଯୋଗ: ପୁଣି ୨୦୩୩ରେ ଘଟିବ ଏହି ବିରଳ ସଂଯୋଗ ।
➡️୧୦. ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଲେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ।
➡️୧୧. ପୁଞ୍ଜିନିବେଶ ବୃଦ୍ଧି ପାଇଁ ଭାଗିଦାରୀ ସଂପର୍କରେ ଉନ୍ନତି ଆଣିବାକୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଆହ୍ୱାନ ।
➡️୧୨. ମହାତିର ମହମ୍ମଦ ଫ୍ରାନ୍ସରେ ଆତଙ୍କୀ ହମଲାକୁ ସଠିକ ଦର୍ଶାଇଲେ, କହିଲେ- ମୁସଲିମଙ୍କୁ ଫ୍ରାନ୍ସ ଲୋକଙ୍କୁ ମାରିବାର ଅଧିକାର ରହିଛି ।
➡️୧୩. ଆଗାମୀ ୩ ମାସ ପର୍ଯ୍ୟନ୍ତି ବଦଳିବନି ଘରୋଇ ବିମାନ ଯାତ୍ରୀ ଭଡ଼ା, ଲାଗୁ ହେବ ଅପର ଓ ଲୋଅର ଲିମିଟ୍ ।
➡️୧୪. ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’ ।
➡️୧୫. ଭୁବନେଶ୍ୱର : ଆସନ୍ତାକାଲିଠୁ ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ କ୍ରମାଗତ ୩ଦିନ ଧରି ସରକାରୀ ଛୁଟି ରହୁଥିଲେ ମଧ୍ୟ ରାଜ୍ୟର ସମସ୍ତ ଆଂଚଳିକ ପରିବହନ
କାର୍ଯ୍ୟାଳୟ(ଆରଟିଓ) ଖୋଲା ରହିବ ।
➡️୧୬. କାଶ୍ମୀରରେ ଆତଙ୍କବାଦୀଙ୍କ ବଡ ଆକ୍ରମଣ, ତିନି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ।
➡️୧୭. ଭୁବନେଶ୍ୱର : କୋଭିଡ-୧୯ ଚିକିତ୍ସା ପାଇଁ ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲଗୁଡ଼ିକ ସହ କରିଥିବା ଏମଓୟୁର ଅବଧିକୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
➡️୧୮. ମାନଚିତ୍ରରେ ଜମ୍ମୁ-କାଶ୍ମୀରକୁ ପୃଥକ ଦର୍ଶାଯିବା ମାମଲା: ରିୟାଦକୁ ଆପତ୍ତି ଜଣାଇଲା ଭାରତ ।
➡️୧୯. ସରକାରୀ ସ୍କୁଲ ଛାତ୍ରଙ୍କ ପାଇଁ ଡ଼ାକ୍ତରୀ ଶିକ୍ଷାରେ ୭.୫% ସଂରକ୍ଷଣ: ତାମିଲନାଡ଼ୁ ସରକାରଙ୍କ ନୂଆ ନିଷ୍ପତ୍ତି।
➡️୨୦. ଫ୍ରାନ୍ସ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ଆତଙ୍କବାଦ ବିରୁଦ୍ଧ ଲଢେଇରେ ଭାରତ ପ୍ୟାରିସ୍ ସହିତ ରହିଛି ।
➡️୨୧. ଭୁବନେଶ୍ୱର: ରାଜ୍ୟରେ ଆଜି ୧୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୭୨୦୩୮କୁ ବୃଦ୍ଧି ପାଇଛି ।
➡️୨୨. ନୂଆଦିଲ୍ଲୀ : ଗତବର୍ଷ ଜମ୍ମୁ-କାଶ୍ମୀରର ପୁଲ୍ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ଥିଲା ବୋଲି ପାକିସ୍ତାନର ଜଣେ ମନ୍ତ୍ରୀ ଫୱାଦ ଚୌଧୁରୀ ପାକ୍ ସଂସଦରେ ସ୍ବୀକାର କରିଛନ୍ତି ।
➡️୨୩. ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ୧୩ଶହ ନିକଟତର ହୋଇଛି । ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି ।
➡️୨୪. ଉଦ୍ୟାନ ନିର୍ଦେଶାଳୟରୁ ଧ୍ବଂସ ପାଇବ ୫୦ ବର୍ଷର ଗଛ, ୨୦ ଏକର ବନାଞ୍ଚଳରେ ଅଟ୍ଟାଳିକା ଛିଡ଼ା କରିବାକୁ ମସୁଧା ।
କରୋନା ଟିପ୍ସ୍ : ବିଶେଷଜ୍ଞମାନଙ୍କ ମତ କରୋନାକୁ ଜିତିବା ପାଇଁ ଅଛି ଆମ ପାଖେ ମୁଖ୍ୟତଃ ୩ଟି ଅସ୍ତ୍ର ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।