ଜେନେରେସନ୍ ଗ୍ୟାପ୍ – GENERATION GAP

odia 3
Reading Time: 2 minutes

ଗୋଟିଏ ସାନ ପିଲାଟିଏ ତା’ ବାପାଙ୍କୁ ପଚାରୁଛି, ” କୌଣସି ପ୍ରଯୁକ୍ତି ବିଦ୍ୟା (technology) ବିନା ତୁମେମାନେ ସେତେବେଳେ କେମିତି ସବୁ ଦିନ କଟାଉଥିଲ ?

ନା ଉଡାଜାହାଜ
ନା ଇଣ୍ଟରନେଟ୍
ନା କମ୍ପ୍ୟୁଟର୍
ନା ଟେଲିଭିଜନ୍
ନା ଏୟାର୍ କଣ୍ଡିସନର୍
ନା କାର୍
ନା ମୋବାଇଲ ଫୋନ୍
ନା ପାର୍ଟି ଫାର୍ଟି? ”

ତା’ ବାପା ଉତ୍ତର ଦେଲେ, – ଠିକ୍ ଯେମିତି ତୁମେମାନେ ଏବେକା ଯୁଗର ପିଲାମାନେ ଦିନ କଟାଉଛ ।

ନା ପ୍ରାର୍ଥନା
ନା ସମବେଦନା
ନା ସମ୍ମାନ
ନା ଆତ୍ମସମ୍ମାନ
ନା ବ୍ୟକ୍ତିତ୍ବ
ନା ଲଜ୍ଜା
ନା ନମ୍ରତା
ନା ଶାଳୀନତା
ନା ସମୟାନୁବର୍ତ୍ତିତା
ନା ଖେଳ
ନା ପଢା

” ଆମେ, ଯେଉଁମାନେ ୧୯୪୦ ଓ ୧୯୮୫ ଭିତରେ ଜନ୍ମହୋଇଥିଲୁ, ସତରେ ଆଶିର୍ବାଦ ପ୍ରାପ୍ତ ହେଇଥିଲୁ । ଆମ ଜୀବନ ହେଉଛି ତା’ର ଜୀବନ୍ତ ଉଦାହରଣ ।

👉ଖେଳିବା ବେଳେ କି ସାଇକେଲ ଚଲାଇବା ବେଳେ ଆମେ କେବେ ବି ହେଲମେଟ୍ ପିନ୍ଧୁ ନଥିଲୁ ।
👉ସ୍କୁଲ୍ ଛୁଟି ପରେ ସନ୍ଧ୍ଯା ଯାଏ ଆମେ ସବୁ ନିର୍ଦ୍ଧୂମ୍ ଖେଳୁଥିଲୁ । ଆମେ କେବେ ବି ଟିଭି ଦେଖୁନଥିଲୁ ।
👉ଆମେ ସବୁ ସତସତିକା ସାଙ୍ଗମାନଙ୍କ ସହ ଖେଳୁଥିଲୁ , ଇଣ୍ଟରନେଟ୍ ସାଙ୍ଗ ନୁହେଁ ।
👉ଯଦି ଆମକୁ ଶୋଷ ଲାଗୁଥିଲା, ତେବେ କୂଅ, ନଳ କୂଅ କିମ୍ବା ଟ୍ୟାପ୍ ରୁ ପାଣି ପିଉଥିଲୁ , କିନ୍ତୁ ବୋତଲରୁ ନୁହେଁ ।
👉ଯଦିଓ ଆମେ ଗୋଟିଏ ଗ୍ଲାସ୍ ରୁ ପାଞ୍ଚଜଣ ସାଙ୍ଗ ମିଶି ସର୍ବତ ପିଉଥିଲୁ, କେହି କେବେ ବି କିନ୍ତୁ ଅସୁସ୍ଥ ହୋଇନାହୁଁ ।
👉ଯଦିଓ ଆମେମାନେ ବହୁତ ଭାତ ଖାଉଥିଲୁ, କିନ୍ତୁ ଆମ ଶରୀରର ଓଜନ କେବେ ବି ଅତ୍ୟଧିକ ବଢୁନଥିଲା ।
👉ଖାଲି ପାଦରେ ବୁଲାବୁଲି କରୁଥିଲେ ବି ଆମ ପାଦ ଅକ୍ଷତ ଥିଲା ।
👉ଆମ ବାପାମାଆମାନେ ଆମମାନଙ୍କୁ ସୁସ୍ଥ ରହିବା ପାଇଁ କେବେ ବି ଅନୁପୂରକ ଖାଦ୍ୟ (supplementary food) ଦେଉନଥିଲେ ।
👉ଆମେମାନେ ନିଜ ପାଇଁ ନିଜେ ଖେଳଣା ତିଆରି କରି, ତା’ ସହ ଖେଳୁଥିଲୁ ।
👉ଆମ ବାପାମାଆ ଏତେ ଧନୀ ନଥିଲେ । ସେ ଆମମାନଙ୍କୁ କେବଳ ନିଜର ନିରୁତା ଭଲପାଇବା ଛଡା ଅନ୍ୟ କୌଣସି ପାର୍ଥିବ ପଦାର୍ଥ (worldlymaterials) ଦେଇପାରି ନଥିଲେ ।
👉ଆମେ କେବେ ବି ସେଲ୍ ଫୋନ୍, ଡିଭିଡି, ପ୍ଲେ ଷ୍ଟେସନ୍, ଏକ୍ସ-ବକ୍ସ, ଭିଡିଓ ଗେମ୍, ପର୍ସନାଲ୍ କମ୍ପ୍ୟୁଟର୍, ଇଣ୍ଟରନେଟ୍ ଚାଟ୍ ଇତ୍ୟାଦିର ସୁବିଧା ପାଇନଥିଲୁ – କିନ୍ତୁ ଆମର ସବୁ ସତସତିକା ସାଙ୍ଗମାନେ ଥିଲେ ।
👉ବିନା କୌଣସି ନିମନ୍ତ୍ରଣରେ ସାଙ୍ଗମାନଙ୍କ ଘରକୁ ବୁଲିବାକୁ ଚାଲିଯାଉଥିଲୁ ଏବଂ ତାଙ୍କ ଘରେ ଯାହା କିଛି ମିଳିଲା, ସାଙ୍ଗମାନଙ୍କ ସହ ଖାଇପିଇ ଆନନ୍ଦିତ ହେଉଥିଲୁ ।
👉ଆମମାନଙ୍କ ବନ୍ଧୁବାନ୍ଧବମାନେ ଆମ ସହ ବେଶ୍ ଭଲ ସମ୍ପର୍କ ରଖିଥିଲେ ଏବଂ ଏହି ସମ୍ପର୍କ ଦୁଇପଟର ସଦସ୍ୟମାନଙ୍କୁ ଖୁବ୍ ଆନନ୍ଦ ପ୍ରଦାନ କରୁଥିଲା ।
👉ଯଦିଓ ଆମମାନଙ୍କର କେବଳ କଳାଧଳା ଫଟୋମାନ ଥିଲା, କିନ୍ତୁ ତା’ ଭିତରେ ତୁମେ ଅନେକ ରଙ୍ଗିନ୍ ସ୍ମୃତି ନିଶ୍ଚୟ ପାଇପାରିବ ।

ଆମେମାନେ ସତରେ ଗୋଟିଏ ଅଦ୍ଵିତୀୟ ପିଢି ଥିଲୁ, ଏବଂ ସମଝଦାର୍ ବି ଥିଲୁ, କାରଣ ଆମେମାନେ ଥିଲୁ ଶେଷ ପିଢି, ଯେଉଁମାନେ କି ନିଜ ବାପାମାଆମାନଙ୍କ କଥା ମାନୁଥିଲୁ । ତାହାଛଡା, ପ୍ରଥମ ପିଢି ଯେଉଁମାନଙ୍କୁ ସେମାନଙ୍କ ପିଲାମାନଙ୍କ କଥାକୁ ବି ମାନିବାକୁ ପଡୁଛି । ଏବଂ ତାହା ସହ କୁଶଳୀ ମଧ୍ୟ ଥିଲୁ , କାରଣ ତୁମ ବୟସରେ ଆମେମାନେ ଦେଖି ନଥିବା ଶୁଣି ନଥିବା ପ୍ରଯୁକ୍ତି ବିଦ୍ୟା ବିଷୟରେ ମଧ୍ୟ ତୁମମାନଙ୍କୁ ସାହାଯ୍ୟ କରିପାରୁଛୁ I

ଆମେମାନେ ହେଲୁ ଗୋଟିଏ ସୀମିତ ସଂସ୍କରଣ ! ତେଣୁ ଭଲ ହେବ, ଆମମାନଙ୍କ ସାନ୍ନିଧ୍ୟକୁ ଉପଭୋଗ କର । ଆମଠାରୁ କିଛି ଶିଖ । ଏହି ପୃଥିବୀରୁ ତଥା ତୁମ ଜୀବନରୁ ଅନ୍ତର୍ଦ୍ଧାନ ହୋଇଯିବା ପୂର୍ବରୁ ଆମମାନଙ୍କୁ ଯତ୍ନ ସହକାରେ ସାଇତି ରଖ I”
😀😀😀

 

ଜିତୁ-ମିତୁ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.