Know some health tips for Diseases

🕉️🙏ଗୀତା ଜ୍ଞାନ🙏🕉️ରୋଗ ବିଷୟରେ କେତେକ ଜାଣିବା ତଥ୍ୟ

Know some tips on Diseases
Reading Time: < 1 minute

ପ୍ରଶ୍ନ- ଆମେ କିପରି ଚିହ୍ନିବା ଯେ ରୋଗ ପ୍ରାରବ୍ଧଜନ୍ୟ ବା କୁପଥ୍ୟଜନିତ ?

ଉତ୍ତର- ପଥ୍ୟ ସେବନ କଲେ, ସଂଯମତା ରକ୍ଷା କଲେ ଓ ଔଷଧ ବ୍ୟବହାର କଲେ ମଧ୍ୟ ଯେଉଁ ରୋଗ ଛାଡେ ନାହିଁ , ତାହାକୁ “ପ୍ରାରବ୍ଧଜନ୍ୟ” ରୋଗ ବୋଲି ଜାଣିବା ଉଚିତ । ଔଷଧ ଏବଂ ପଥ୍ୟ ସେବନ କଲେ ଯେଉଁ ରୋଗ ଭଲ ହୋଇଯାଏ , ତାହା “କୁପଥ୍ୟଜନିତ” ରୋଗ ।

“କୁପଥ୍ୟଜନିତ” ରୋଗ ଚାରି ପ୍ରକାରର — ସାଧ୍ୟ , କୃଚ୍ଛ୍ରସାଧ୍ୟ , ଯାପ୍ୟ ଓ ଅସାଧ୍ୟ ।

ଯେଉଁ ରୋଗ ଔଷଧ ଖାଇଲେ ଭଲ ହୋଇଯାଏ , ତାହା “ସାଧ୍ୟ ରୋଗ”। ଯେଉଁ ରୋଗ ଅନେକ ଦିନ ଧରି ଔଷଧ ଓ ପଥ୍ୟ ଇତ୍ୟାଦି ଅତ୍ୟଧିକ ସେବନ କଲାପରେ ଭଲ ହୁଏ , ତାହା ହେଲା “କୃଚ୍ଛ୍ରସାଧ୍ୟ ରୋଗ”। ଯେଉଁ ରୋଗ ପଥ୍ୟ ଆଦି ସେବନ କରିବା ଦ୍ଵାରା ଦବି ରହିଯାଏ , କିନ୍ତୁ ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ , ତାହା ତାହା ହେଲା “ଯାପ୍ୟ ରୋଗ” ଯେଉଁ ରୋଗ ଔଷଧ ସେବନ ପରେ ମଧ୍ୟ ଭଲ ହୁଏ ନାହିଁ , ତାହା ହେଲା ଅସାଧ୍ୟ ରୋଗ । ପ୍ରାରବ୍ଧରୁ ଜାତ ରୋଗ ତ ନିଶ୍ଚୟ ଅସାଧ୍ୟ , ଏପରିକି କୁପଥ୍ୟଜନିତ ରୋଗ ମଧ୍ୟ ବେଳେବେଳେ ଅସାଧ୍ୟ ହୋଇଥାଏ । ଏପରି ଅସାଧ୍ୟ ରୋଗ ପ୍ରାୟ ଔଷଧ ଦ୍ବାରା ଭଲ ହୁଏ ନାହିଁ । କୌଣସି ସନ୍ଥଙ୍କର ଆଶୀର୍ବାଦ ଦ୍ବାରା , ମନ୍ତ୍ରର ପ୍ରବଳ ଅନୁଷ୍ଠାନ ଦ୍ବାରା ଭଗବତ୍ କୃପା ଦ୍ବାରା ଏପରି ରୋଗ ଭଲ ହୋଇପାରେ ।

ଦ୍ରଷ୍ଟବ୍ୟ : — କାହାକୁ ଡରାଇବା ନିମନ୍ତେ କିମ୍ବା ଅଧୌର୍ଯ୍ୟ ହେବାପାଇଁ ଶାସ୍ତ୍ରରେ ଏଭଳି ସନ୍ଦେଶମାନ ଦିଆଯାଇ ନଥାଏ ପରନ୍ତୁ ସାବଧାନ ରହିବା ନିମନ୍ତେ ହିଁ କୁହାଯାଇଛି ।

☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️

 

💐ରକ୍ତଦାନ ର ଉପକାରିତ💐

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x