ଟାଲକମ୍ ପାଉଡର କେତେ ନିରାପଦ ? - Utkal Odisha

ଟାଲକମ୍ ପାଉଡର କେତେ ନିରାପଦ ?

does talc powder cause ovarian cancer
Reading Time: 2 minutes

ପ୍ରସାଧନ ସାମଗ୍ରୀ ସବୁର ବ୍ୟବହାର ଆମର ଚଳଣିରେ ବହୁତ ପୁରାତନ। ମନୁଷ୍ୟ ଜୀବନରେ ପ୍ରସାଧନ ସାମଗ୍ରୀର ବ୍ୟବହାରର ଇତିହାସକୁ ଯଦି ଖୋଜିବା ତେବେ ଆମେ ହରପ୍ପା ଓ ମହେଞ୍ଜୋଦାରୋ ସଭ୍ୟତାରେ ପ୍ରସାଧନ ସାମଗ୍ରୀର ବ୍ୟବହାର ବିଷୟରେ ମଧ୍ୟ ପ୍ରମାଣ ପାଇବା। ହରପ୍ପା ଓ ମହେଞ୍ଜୋଦାରୋର ଉତଖନନରୁ ଐତିହାସିକ ମାନେ ଏହାର ପ୍ରମାଣ ପାଇଛନ୍ତି। ଅର୍ଥାତ, ସେବେଠାରୁ ପ୍ରସାଧନ ସାମଗ୍ରୀଗୁଡ଼ିକ ମନୁଷ୍ୟ ସଭ୍ୟତା ସହିତ ଜଡ଼ିତ ରହିଆସିଛନ୍ତି। ସମୟର ସାଥିରେ ଆମେ ବହୁତ ବାଟ ଆଗକୁ ଚାଲିଆସିଛେ ଏବଂ ନୂଆ ନୂଆ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଛେ। ଏବେ ତ କହିବାକୁ ଗଲେ ମୋ ପାଇଁ, ଆପଣଙ୍କ ପାଇଁ, ଆମ ସମସ୍ତଙ୍କ ପାଇଁ ପ୍ରସାଧନ ସାମଗ୍ରୀଗୁଡ଼ିକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହୋଇଯାଇଛି। ସତରେ ସେୟା ନୁହେଁ କି ? ଟିକେ ସୁବାସ ଏବଂ ସତେଜ ଅନୁଭବ କରିବା ପାଇଁ ଆମେ ସମସ୍ତେ ଟାଲକମ୍ ପାଉଡରର ବ୍ୟବହାର କରୁ। ଆମର ମନରେ କେବେ ବି ଟିକେ ପ୍ରଶ୍ନ ଆସିନାହିଁ ଏହାର ବ୍ୟବହାର ଆମ ପାଇଁ କେତେ ଭଲ କେତେ ଖରାପ। କେତେ ଗୁଡ଼ିଏ ନିର୍ଦ୍ଧିଷ୍ଟ କମ୍ପାନୀର ପାଉଡରରେ ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଏହା ଗଣମାଧ୍ୟମର ନଜରକୁ ଆସିଛି। ସେଥି ପ୍ରତି ଜନସାଧାରଣ ସଚେତନ ରହିବ ଉଚିତ। ତେଣୁକରି ଟାଲକମ୍ ପାଉଡରର ଭଲ ଏବଂ ମନ୍ଦ ଦିଗଗୁଡିକ ବିଷୟରେ ଦୁଇ ଧାଡ଼ି ଆଲୋଚନା କରିଦେଲେ ସମସ୍ତେ ଉପକୃତ ହୋଇପାରିବେ।

ଟାଲକମ୍ ପାଉଡର ବ୍ୟବହାର କରିବା ସମୟରେ କେତେକ ଛୋଟ ଛୋଟ କଥାକୁ ଧ୍ୟାନରେ ରଖିଲେ ଏହା ଆମ ପାଇଁ ଆରାମପ୍ରଦ ହୋଇପାରିବ ଏବଂ ଆମେ ଭବିଷ୍ୟତରେ କୌଣସି ଅସୁବିଧାରେ ପଡ଼ିବା ନାହିଁ। ଆମେ ଟାଲକମ୍ ପାଉଡରର ଚକଚକିଆ ବିଜ୍ଞାପନ ପ୍ରଚାରରେ ଭାସି ନ ଯାଇ ଏହାକୁ ସାବଧାନତାର ସହିତ ବ୍ୟବହାର କରିବା ଉଚିତ। ଘରୋଇ ଭାବରେ ମହିଳା, ପୁରୁଷ, ଏବଂ ଛୋଟ ପିଲା ମାନଙ୍କ ପାଇଁ ଟାଲକମ୍ ପାଉଡର ବ୍ୟବହାର କରାଯାଏ। ଝାଳରୁ ଆରାମ ପାଇବା ପାଇଁ, ଶରୀରର ସୁବାସ ଏବଂ ଶୀତଳତା ପାଇଁ କିମ୍ବା କୌଣସି ପ୍ରଭାବିତ ଅଙ୍ଗରୁ ଘର୍ଷଣ କମ କରିବା ପାଇଁ ଟାଲକମ୍ ପାଉଡରର ବ୍ୟବହାର କରାଯାଏ। ମୂଖ୍ୟତଃ ଛୋଟ ପିଲାମାନଙ୍କୁ ପାଉଡର ଲଗାଇଲା ସମୟରେ ଧ୍ୟାନ ରଖିବା ଉଚିତ ଯେ, ପାଉଡର ପିଲାର ପାଟି, ନାକ, ଆଖି କିମ୍ବା କାନରେ ଯେମିତି ପଶି ନଯାଏ। ଯଦି କେବେ କୌଣସି ଟାଲକମ୍ ପାଉଡର ଶରୀରରେ କୌଣସି ପ୍ରତିକ୍ରିୟା ସୃଷ୍ଟି କରୁଛି ତେବେ ତାକୁ କେବେ ବି ବ୍ୟବହାର କରନ୍ତୁ ନାହିଁ। ସାଧାରଣତଃ ଆମେ ପାଉଡରକୁ ତରବରରେ ଦେହରେ ସିଞ୍ଚନ କରିଥାଉ, କିନ୍ତୁ ଏପରି କରିବା ଠିକ ନୁହେଁ। ଆମେ ଏହିପରି ସିଞ୍ଚନ କରିବାରୁ ବିରତ ରହିବା ଉଚିତ l ପାଉଡରକୁ ହାତରେ ନେଇ ଦେହରେ ଲଗାଇବା ଉଚିତ। ହାତରେ ପାଉଡରକୁ ରଖି ଆସ୍ତରଣ ଲଗାଇଲା ପରି ଶରୀରରେ ଲଗାଇବେ। ଏହାଦ୍ୱାରା ବାୟୁରେ ପାଉଡରର ସୁକ୍ଷ୍ମ କଣିକା ଗୁଡ଼ିକ ଭାସେ ନାହିଁ। କୌଣସି ପ୍ରକାରେ ଟାଲକମ୍ ପାଉଡରକୁ ଆଘ୍ରାଣ କରନ୍ତୁ ନାହିଁ। ଏହା ବହୁତ ଶ୍ଵାସଜନିତ ସମସ୍ୟାର କାରଣ ହୋଇପାରେ। ଆପଣ କେବଳ ପାଉଡର ଲଗେଇବାର ଶୈଳୀ ପରିବର୍ତ୍ତନ କରି ଦେଲେ ଏସବୁ ସମସ୍ୟାରୁ ମୁକ୍ତି ମିଳିଯିବ। ଟାଲକମ୍ ପାଉଡର ଦେହ ଝାଳକୁ ନିୟନ୍ତ୍ରଣ କରି ଆମକୁ ସଂକ୍ରମଣରୁ ରକ୍ଷା କରିଥାଏ। ଆପଣ ଯେବେ ବି ଟାଲକମ୍ ପାଉଡର କିଣୁଛନ୍ତି, ସେତେବେଳେ ଧ୍ୟାନ ଦିଅନ୍ତୁ ଯେ ଏହା ଆଜବେଷ୍ଟସ ଉପାଦାନରୁ ମୁକ୍ତ ହୋଇଥିବା ଆବଶ୍ୟକ। ଯଦି ଆପଣ ଆଜବେଷ୍ଟସ ଉପାଦାନ ଥିବା ଟାଲକମ୍ ପାଉଡରକୁ ଦୀର୍ଘ ସମୟ ଧରି ବ୍ୟବହାର କରିଲେ ତା ହେଲେ ଏହା ବହୁତ ସାଙ୍ଘାତିକ ରୋଗକୁ ଆମନ୍ତ୍ରଣ କରିଥାଏ, ଯେ ପରିକି ଫୁସଫୁସ କର୍କଟ ରୋଗ। କେତେକ କ୍ଷେତ୍ରରେ ଦେଖାଯାଏ ଯେ, ଟାଲକମ୍ ପାଉଡର ଚର୍ମରେ ସଂକ୍ରମଣ ସୃଷ୍ଟିକରିଥାଏ ସେଥିପ୍ରତି ସଜାଗ ରହିବା ଉଚିତ।
ବୟସ୍କ ବ୍ୟକ୍ତି ମାନେ ସାଧାରଣ ଟାଲକମ୍ ପାଉଡର ଅପେକ୍ଷା ଆଣ୍ଟିବ୍ୟାକ୍ଟେରିଆଲ ପାଉଡର ବ୍ୟବହାର କରିବା ଆବଶ୍ୟକ। ଏହାଦ୍ୱାରା ବ୍ୟାକ୍ଟେରିଆଲ ସଂକ୍ରମଣରୁ ମୁକ୍ତି ମିଳେ। ଏହି ଆଣ୍ଟିବ୍ୟାକ୍ଟେରିଆଲ ପାଉଡର ଠିକ ଭାବରେ ଆପଣଙ୍କୁ ଶୀତଳତା ପ୍ରଦାନ କରିବା ସହିତ ଆପଣଙ୍କୁ ଝାଳ ସମସ୍ୟାରୁ ମଧ୍ୟ ମୁକ୍ତି ଦେବ।

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x