
➡️ ଯେଉଁ ସମ୍ପର୍କ ଆମକୁ କନ୍ଦେଇ ଦିଏ ତା ଠାରୁ ଗଭୀର ସମ୍ପର୍କ ଆଉ ଦୁନିଆରେ ନାହିଁ ।ଆଉ ଯେଉଁ ସମ୍ପର୍କ ଆମେ କାନ୍ଦୁଥିବା ବେଳେ ଛାଡି ଯାଏ ତା ଠାରୁ ଦୁର୍ବଳ ସମ୍ପର୍କ ଦୁନିଆରେ ନାହିଁ ।
➡️ ଏହି ଦୁନିଆରେ ସମସ୍ତଙ୍କୁ ନିଜର ଜ୍ଞାନ ଉପରେ ଗର୍ବ କିନ୍ତୁ କାହାରିକୁ ବି ନିଜର ଗର୍ବ ଉପରେ ଜ୍ଞାନ ନାହିଁ ।
➡️ ସହିବାର ବି ଗୋଟେ ସୀମା ଥାଏ ସହିବାର ସୀମା ଟପିଗଲେ ସହିବା ଲୋକ ବି କହିବାକୁ ବାଧ୍ୟ ହୁଏ ।
➡️ ଏ ଜୀବନଟା ଗୋଟେ ରଙ୍ଗମଞ୍ଚ ଏଠି ଦୁଃଖରେ ହସିବାକୁ ପଡେ,ଆଉ ସୁଖରେ କାନ୍ଦିବାକୁ ପଡେ ।
➡️ ଟିକିଏ ହସିକି କଥା କହି ଦେଖ ଅନେକ ବଡ ବଡ ସମସ୍ୟାର ସମାଧାନ ହୋଇଯିବ ।
➡️ ଫୁଲ ଯେତେବି ସୁନ୍ଦର ହେଉ ନା କାହିଁକି ପ୍ରଶଂସା କେବଳ ବାସ୍ନାର ହୋଇଥାଏ ସେହିପରି ମଣିଷ ଯେତେବି ବଡ଼ ହେଉ ନା କାହିଁକି ସମ୍ମାନ ତାଙ୍କ ଗୁଣ ପାଇଁ ହୋଇଥାଏ।
➡️ କେହି ମଧ୍ୟ ଆପଣଙ୍କ ସର୍ଜନା ( ସୃଷ୍ଟି )ଟିକୁ ଚୋରାଇ ନେଇପାରେ,କିନ୍ତୁ ଆପଣଙ୍କ ପ୍ରତିଭାକୁ ନୁହେଁ ।
☘️🌸🙏ଜୟ ଜଗନ୍ନାଥ🙏🌸☘️