ସୁନା ବଜାରରେ ନିଆଁ : ୫୦ ହଜାର ଯାଏଁ ବଢିପାରେ ସୁନା, ୨ ମାସରେ ପ୍ରତି ୧୦ ଗ୍ରାମକୁ ବୃଦ୍ଧି ପାଇଛି ୭ ହଜାର

UO 7
Reading Time: 2 minutes

କରୋନା ସଙ୍କଟ ପରିସ୍ଥିତିରେ ଆମେରିକା ଚୀନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଧୀରେ ଧୀରେ ଖରାପ ହେବାକୁ ଲାଗିଛି | ଫଳରେ ସୁନା ଦର ଆହୁରି ଅଧିକ ବଢିବାର ଆଶଙ୍କା ରହିଛି | ସୁନା ପ୍ରତି ୧୦ ଗ୍ରାମକୁ ୫୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି | ସୋମବାର ଦିନ ଅନ୍ତରାଷ୍ଟ୍ରୀୟ ବଜାରରୁ ମିଳିଥିବା ସଂକେତ ଅନୁଯାୟୀ ଭାରତୀୟ ବଜାର ଏମସିଏକ୍ସ ରେ ୨୪ କ୍ୟାରେଟ ସୁନା ଦର ଜୁନ ମାସ ସୁଦ୍ଧା ୧୦ ଗ୍ରାମକୁ ୪୭ ହଜାର ୮୦୮ ଟଙ୍କା ହୋଇପାରେ | ଅନ୍ତରାଷ୍ଟ୍ରୀୟ ହାଜି ବଜାରରେ ମଧ୍ୟ ସୁନା ଦର ପାଖାପାଖି ସାଢେ ୭ ବର୍ଷ ଉପରକୁ ପହଞ୍ଚି ଯାଇଛି | ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ପ୍ରକୋପ ଯୋଗୁଁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଦେଖାଦେଇଛି | ଆମେରିକା ଓ ଚୀନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ କ୍ଷୁର୍ଣ୍ଣ ହେବାକୁ ଲାଗିଛି | ଯାହାଫଳରେ ସୁନା ଦର ବଢ଼ିବାରେ ଲାଗିଛି |

କେଡ଼ିଆ ଆଡ଼ଭାଇଜାରୀର ନିର୍ଦେଶକ ଅଜୟ କେଡ଼ିଆ କହିଛନ୍ତି ଯେ, କରୋନା ଭାଇରସ ପ୍ରକୋପ ଯୋଗୁଁ ବିଶ୍ୱ ଅର୍ଥ ବ୍ୟବସ୍ଥା ଦୋହଲି ଯାଇଛି | ଏପଟେ ପୁଣି ଆମେରିକା ଓ ଚୀନ ମଧ୍ୟରେ ବ୍ୟବସାୟିକ ସମ୍ପର୍କରେ ଚାପ ବଢି ଚାଲିଛି | ଯାହାଫଳରେ ସବୁଠାରୁ ସୁରକ୍ଷିତ ସୁନା ପ୍ରତି ନିବେଶକଙ୍କ ଧାରା ସୁନା ପ୍ରତି ବଢି ଚାଲିଛି | ଏଞ୍ଜେଲ ବ୍ରେକିଙ୍ଗର ଡେପୁଟି ଭାଇସ ପ୍ରେସିଡେଣ୍ଟ ଅନୁଜ ଗୁପ୍ତା କହିଛନ୍ତି ଯେ, ସୁନା ବର୍ତ୍ତମାନ ନିବେଶକଙ୍କ ସବୁଠାରୁ ପସନ୍ଦ ନିବେଶକ ଉପକରଣ କାରଣ ସୁନା ସଙ୍କଟ ସମୟର ସାଥି ହୋଇଥାଏ |

ଦରିବା ଜ୍ୱେଲର୍ସ ଆସୋସିଏସନ ଅଧ୍ୟକ୍ଷ ତରୁଣ ଗୁପ୍ତା କହିଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କିଛି କିଛି ନିୟମ କୋହଳ କରାଯାଇଛି | ଆଗାମୀ ସମୟରେ ସୁନା ବ୍ୟବସାୟୀ ସେହି ଗାଇଡଲାଇନ କୁ ଅନୁସରଣ କରି ଦିକଂ ଖୋଲିବେ | ସୁନା ଦର ଲଗାତାର ବୃଦ୍ଧି ପାଇବା ଉପରେ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା କୌଣସି ଚିନ୍ତାର କାରଣ ନୁହେଁ | ସୁନା ଦର ସବୁବେଳେ ବୃଦ୍ଧି ପାଇଥାଏ | ଏବେ କରୋନା ଯୋଗୁଁ ବିବାହ ବ୍ରତ ଆଦିରେ କମ ଖର୍ଚ୍ଚ ହେବ | ସେଥିପାଇଁ ଲୋକେ ଅଧିକ ମାତ୍ରାରେ ସୁନା କିଣିବେ | ତେବେ ଲକଡାଉନ ପରେ ସୁନାର ଚାହିଦା ବଢିପାରେ ବୋଲି ସେ ଅନୁମାନ କରିଛନ୍ତି | ବିଶ୍ୱ ବଜାରରେ ସୁନା ମୂଲ୍ୟ ଅନ୍ତର୍ଜାତୀୟ କମେକ୍ସରେ ସାତ ବର୍ଷରୁ ଅଧିକ ଉଚ୍ଚ ସ୍ଥରରେ ରହିଛି | କମେକ୍ସରେ ଜୁନ ମାସ ଚୁକ୍ତି ହିସାବରେ ସୁନା ଦର ୧୨.୮୦ ଡଲାର ଅର୍ଥାତ ୦.୭୩ ପ୍ରତିଶତ ବୃଦ୍ଧି ସହ ୧୭୬୯.୧୦ ଡଲାର ପ୍ରତି ଆଉନ୍ସରେ ବ୍ୟବସାୟ ଚାଲିଥିଲା | ପୂର୍ବରୁ ଆଉନ୍ସ ପ୍ରତି ୧୭୭୪.୯୫ ଡଲାର ବୃଦ୍ଧି ପାଇଥିଲା | ଜୁଲାଇ ଚୁକ୍ତିନାମା ହିସାବରେ ରୁପା ୨.୯୮ ପ୍ରତିଶତ ବୃଦ୍ଧି ଆଉନ୍ସ ପ୍ରତି ସହ ୧୭.୫୭ ଡଲାରରେ ବ୍ୟବସାୟ ଚାଲିଥି

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.