
ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଗୃହ ରୁଣ କିମ୍ବା ଅନ୍ୟାନ୍ୟ ରୁଣ ନେଇଥିବା ଗ୍ରାହକ ସେମାନଙ୍କ ଇଏମଆଇ ପରିଷୋଧ ପାଇଁ ଏଣିକିି ଅତିରିକ୍ତ ୨ ବର୍ଷ ସମୟ ପାଇବେ ।
କରୋନା ମହାମାରୀ ଦ୍ୱାରା ରୋଜଗାର ପ୍ରଭାବିତ ହୋଇଥିଲେ ଏହି ରିହାତି ପାଇପାରିବେ ଏସବିଆଇ ଉପଭୋକ୍ତା । ଏଥିପାଇଁ ୨୪ ମାସର ମୋରାଟରିୟମ ଦିଆଯାଇଛି, ଅର୍ଥାତ ରୁଣ ପରିଷୋଧର ସମୟ ସୀମାକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇଛି ।
ତେଣୁ ଆପଣ ନେଇଥିବା ରୁଣର ପରିଷୋଧ ଅବଧି ଯାହା ଥିବ, ଏଥିରେ ଆଉ ଦୁଇବର୍ଷ ସମୟ କୋହଳ କରାଯିବ । ଯଦି ମାର୍ଚ୍ଚ ୧ ପୂର୍ବରୁ ଆପଣ ରୁଣ କରିଥିବେ ଏବଂ ୫ ବର୍ଷ ଭିତରେ ଆପଣଙ୍କୁ ଏହି ରୁଣ ସୁଝିବାର ଥିବ ତେବେ ଆପଣ ଚାହିଁଲେ ଏହାକୁ ୭ବର୍ଷରେ ଶୁଝି ପାରିବେ!