
ମୋର ଯେତେ ଦୂର ମନେ ପଡୁଛି କଲେଜ କୁ ଗଲା ପର୍ଯ୍ୟନ୍ତ ଗାଁ ଗହଳ ତେଜରାତି ଦୋକାନ ରେ ଦୁଇଟି ଜିନିଷ ଗ୍ରାହକ ଠାରୁ ପଇସା ନେଇ ତେଜରାତି ଦୋକାନୀ ଦେଉ ନ ଥିଲା- ଲୁଣ ଓ ତେଜପତ୍ର ।
ଲୁଣ ବସ୍ତା ଅର୍ଥାତ ଏକ କୁଇଣ୍ଟାଲ ଏକ ଟଙ୍କା ଥିଲା । ଗ୍ରାହକ ସଉଦା କରିବା ପରେ କିଛି ଲୁଣ କାଗଜ ଠୁଙ୍ଗା ରେ ପୁରେଇ ନେଇ ଯାଉଥିଲା । ଲୁଣ ବସ୍ତା ଟି ସର୍ବଦା ଦୋକାନ ବାରଣ୍ଡା ରେ ଡେରା ହୋଇ ରହୁଥିଲା । ତେଜପତ୍ର ମାଗିଲେ ବି ଦୋକାନୀ କିଛି ବଢ଼େଇ ଦେଉଥିଲା ।
ପ୍ରାୟ ନବେ ଦଶକ ବେଳକୁ ହଠାତ ଏକ ପ୍ରଚାର ହେଲା ଆଇଓଡ଼ିନ ଅଭାଵ ରୁ ଗଳ କଣ୍ଟକ ହେଉଛି । କଥା ଟି ଠିକ । କିନ୍ତୁ ଆମ ପାଣିରେ ଆଇଓଡିନ କମ ଯୋଗୁଁ ଏହା ହେଉଛି ପ୍ରଚାର ହେଲା । ଏଣୁ ଆଇଓଡିନଯୁକ୍ତ ଲୁଣ ଖାଇବାକୁ ପରାମର୍ଶ ଦିଆ ଗଲା ।
ଏହା ପଛରେ କର୍ପୋରେଟ ଦୁନିଆର ଏକ ବିଧିବଦ୍ଧ ଚକ୍ରାନ୍ତ ଥିଲା – ଲୋକେ ଗୋଡ଼ା ଲୁଣ ଛାଡି ପ୍ୟାକେଟ ଲୁଣ କିଣନ୍ତୁ । ବସ୍ତା ଏକ ଟଙ୍କାରୁ ପ୍ୟାକେଜ 50 ପଇସା ହେଇ ବଜାର କୁ ଆସିଲା ।
ବୋଧେ ଏହି ଷଡ଼ଯନ୍ତ୍ର ବିରୁଦ୍ଧରେ କିଛି ଗାନ୍ଧିବାଦୀ ସଂଗଠନ ବ୍ୟାପକ ପ୍ରଚାର ଅଭିଯାନ କଲେ । ବିଭିନ୍ନ ପ୍ରଚାର ସାମଗ୍ରୀ ଜରିଆରେ ଗବେଷଣା ମୂଳକ ତଥ୍ୟ ଦେଲେ ଯେ ଆମ ରାଜ୍ୟରେ ପାଣିରେ ଯଥେଷ୍ଟ ଆଇଓଡିନ ରହିଛି । ଏଣୁ ସାଧାରଣ ଲୁଣ ସେବନ ଯଥେଷ୍ଟ ।
କିନ୍ତୁ କିଏ ଶୁଣୁଛି , ଲୁଣ ଚାଷୀ ହାତରୁ ଲୁଣ କାରବାର କର୍ପୋରେଟ ହାତକୁ ନେବା ହିଁ ଲକ୍ଷ୍ୟ ଥିଲା । ଏଣୁ ଦିନ ଆସିଲା ମାଗଣା ଲୁଣ ଟାଟାର ସୁନ୍ଦରିଆ ପ୍ୟାକେଟ ରେ ପଶି କିଲୋ ₹ 20 ହେଇଗଲା।
ଚାଷ ରେ କର୍ପୋରେଟ ପଶିଲେ କଣ ହୁଏ ଲୁଣ ତାର ସାକ୍ଷୀ !