ବଜେଟ୍ ୨୦୨୦: ଆସିବ ନୂତନ ଇଲେକ୍ଟ୍ରୋନିକ୍ସ ପ୍ରସ୍ତୁତି ସ୍କିମ୍

Budget odisha
Reading Time: < 1 minute

ମୋବାଇଲ ଫୋନ୍‌, ସେମିକଣ୍ଡକ୍ଟର ଗୁଡ଼ିକର ପ୍ୟାକେଜିଙ୍ଗ, ଏବଂ ଇଲେକ୍ଟ୍ରୋନିକ ସରଞ୍ଜାମ ପ୍ରଭୃତିର ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଗୋଟିଏ ନୂତନ ସ୍କିମ୍ ଆଗକୁ ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଶନିବାର ଦିନ କହିଲେ। ବଜେଟ୍ ଅଭିଭାଷଣରେ ସେ ଘୋଷଣା କରିଲେ ଯେ: “ବ୍ୟୟ ଦୃଷ୍ଟିରୁ ଭାରତରେ ଇଲେକ୍ଟ୍ରୋନିକ୍ସ ପ୍ରସ୍ତୁତି ଏକ ଲାଭଜନକ ସ୍ଥିତିରେ ଅଛି।”

ସେ ପୁଣି କହିଲେ ଯେ ଏଥିପାଇଁ ବହୁତ ନିବେଶର ଆବଶ୍ୟକତା ରହିଛି। “ଫୋନ୍‌, ସେମିକଣ୍ଡକ୍ଟର ଗୁଡ଼ିକର ପ୍ୟାକେଜିଙ୍ଗ, ଏବଂ ଇଲେକ୍ଟ୍ରୋନିକ ସରଞ୍ଜାମ ପ୍ରଭୃତିର ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ମୁଁ ଗୋଟିଏ ସ୍କିମ୍ ପ୍ରସ୍ତାବ ଦେଉଛି”, ସେ କହିଲେ, ଏହି ସ୍କିମକୁ ମେଡିକାଲ୍‌ ଯନ୍ତ୍ରାଂଶଗୁଡ଼ିକର ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଅର୍ଥମନ୍ତ୍ରୀ କହିଲେ ସ୍କିମ୍ ର ସବିଶେଷ ବିବରଣୀ ଖୁବ ଶୀଘ୍ର ପ୍ରକାଶିତ ହେବ।

ଦେଶରେ ୨୦ଟି ଉପକରଣ ପ୍ରସ୍ତୁତକାରୀ କ୍ଷେତ୍ରକୁ ବିଶେଷଭାବରେ ପ୍ରୋତ୍ସାହନ ଯୋଗାଇଦେବା ନିମନ୍ତେ ଏକ ସଂଶୋଧିତ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ ସ୍କିମ୍ (MSIPS) ଆଗକୁ ଆସୁଛି, ଯାହାକି କେବଳ ମୋବାଇଲ ଫୋନ୍‌ ପ୍ରସ୍ତୁତି ନୁହେଁ ତାହା ଠାରୁ ବହୁତ କିଛି ଅଧିକ ଅଟେ। ଆହୁରି ମଧ୍ୟ ଏହା ବ୍ୟାପକ ପଲିସୀ ହେବ, ଯେହେତୁ ମନ୍ତ୍ରଣାଳୟର ଭୂମିକା ଏକ ପଲିସୀ ମେକର ଭାବରେ ରହିଛି ତେଣୁ ଅନ୍ୟ ଗୋଟିଏ ବିଭାଗ/ଆର୍ମ ଦ୍ୱାରା ଇଲେକ୍ଟ୍ରୋନିକସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ପରିସରର ବାହାରେ ମଧ୍ୟ ଏହା ରହିବ।

ଇଲେକ୍ଟ୍ରୋନିକସ ପ୍ରସ୍ତୁତିକୁ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ପ୍ରଥମେ M-SIPSକୁ ପ୍ରଚଳନ କରାଗଲା ଏବଂ ଏହା ୨୦୧୨ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଚାଲିଆସିଲା। ଦଶ ବର୍ଷ ନିମନ୍ତେ ଏହା ଅନେକଗୁଡ଼ିଏ ପ୍ରୋତ୍ସାହନର କଥା ରଖିଥିଲା, ଯେମିତି କି ସ୍ୱତନ୍ତ୍ର ଅର୍ଥନୈତିକ କେନ୍ଦ୍ରଗୁଡ଼ିକରେ (SEZ) ୨୦ ପ୍ରତିଶତ ପୁଞ୍ଜି ଛାଡ଼ ଏବଂ ଅଣ-ସ୍ୱତନ୍ତ୍ର ଅର୍ଥନୈତିକ କେନ୍ଦ୍ରଗୁଡ଼ିକରେ (SEZ) ୨୫ ପ୍ରତିଶତ ପୁଞ୍ଜି ଛାଡ଼ ଏବଂ ଅଣ-ସ୍ୱତନ୍ତ୍ର ଅର୍ଥନୈତିକ କେନ୍ଦ୍ରଗୁଡ଼ିକରେ ପୁଞ୍ଜି ସାମଗ୍ରୀ ଉପରେ ଟିକସ ଛାଡ଼ ପ୍ରଭୃତି।

କେତେକ ଅଧିକ-ପୁଞ୍ଜି ବିଶିଷ୍ଟ ପ୍ରକଳ୍ପ ଗୁଡ଼ିକ ନିମନ୍ତେ, କେନ୍ଦ୍ରୀୟ ଟିକସଗୁଡ଼ିକର ସଂବିତରଣ କରିଲା। ପ୍ରୋତ୍ସାହନ ରାଶିଗୁଡ଼ିକ ୨୯ ପ୍ରକାରର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିମନ୍ତେ ଉପଲବ୍ଧ ହେଲା। ଏହା ବନ୍ଦ ହେବା ପରେ ବେନିଫିଟ ପିରିୟଡ଼କୁ ୧୦ ବର୍ଷରୁ ୫ ବର୍ଷକୁ କମାଇଦିଆଗଲା।

ଇଲେକ୍ଟ୍ରୋନିକ୍ସ ପ୍ରସ୍ତୁତି କ୍ଷେତ୍ରରେ ଇଲେକ୍ଟ୍ରୋନିକ୍ସ ପ୍ରସ୍ତୁତି କେନ୍ଦ୍ର ଗୁଡ଼ିକର ବ୍ୟୟ ଭାରକୁ ଲାଘବ କରି ପ୍ରୋତ୍ସାହନ ରାଶି ପ୍ରଦାନ କରିବା ନିମନ୍ତେ M-SIPS ସୃଷ୍ଟି କରାଗଲା।

ବିଶ୍ୱ ମୋବାଇଲ ହ୍ୟାଣ୍ଡସେଟ୍ ବଜାରରେ ଭାରତ ଏବେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି, ୩୦୨ ମିଲିୟନ୍‌ ୟୁନିଟସରେ ପହଞ୍ଚିବାକୁ ଲକ୍ଷ୍ୟ ରହିଛି ।

Recommended For You

About the Author: Sugyan Nayak

He is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.