‘ମୋତେ ଟ୍ରୋଲ୍ କରିବା ବଦଳରେ କାହାକୁ ସାହାଯ୍ୟ କର’ – ସୋନୁ ସୁଦ୍

Sonu Sood replies to trolls
Reading Time: < 1 minute

ସୋନୁ ସୁଦ୍ଙ୍କୁ ‘ଫ୍ରଡ୍’ କହି ଆକ୍ଷେପ କରିବାରୁ ଜବାବରେ ସୋନୁ କହିଲେ-‘ମୋତେ ଟ୍ରୋଲ୍ କରିବା ବଦଳରେ କାହାକୁ ସାହାଯ୍ୟ କର

💦💦💦💦💦💦💦💦💦💦

👉 : କରୋନା ମହାମାରୀ ଓ ଲକଡାଉନ୍ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ହଜାର ହଜାର ପ୍ରବାସୀ ଶ୍ରମିକ ଓ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ତାଙ୍କର ଏହି ମହାନତା ପାଇଁ ସାରା ଦେଶ ତାଙ୍କୁ ପ୍ରଶଂସା କରୁଛି । ଏବେ ସୁଦ୍ଧା ସେ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଚାଲିଛନ୍ତି । ଏସବୁ ସତ୍ତ୍ୱେ କିଛି ଲୋକ ତାଙ୍କୁ ଆକ୍ଷେପ କରିଛନ୍ତି । କିଛି ସୋନୁଙ୍କ ପରୋପକାରୀ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କିଛି ଟ୍ରୋଲର୍ସ ସୋନୁ ସୁଦଙ୍କୁ ଫ୍ରଡ କହିଛନ୍ତି । ଏନେଇ ସୋନୁ ସୁଦ୍ ପ୍ରତିକ୍ରିୟା ରଖିଛନ୍ତି ।

👉 ନିକଟରେ ଗଣମାଧ୍ୟମ ପ୍ରତିନିଧି ବରଖା ଦତ୍ତଙ୍କ ସହ କଥାବାର୍ତ୍ତା ହେବା ସମୟରେ ସୋନୁ ନିଜେ ଟ୍ରୋଲ୍ ହୋଇଥିବାରୁ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ‘ବୋଧହୁଏ ସେମାନେ ଏମିତି ଏଇଥିପାଇଁ କହିଛନ୍ତି କାରଣ ତାହା ତାଙ୍କର ପେସା ହୋଇଥିବ ଏବଂ ଏଇଥିପାଇଁ ତାଙ୍କୁ ପେମେଣ୍ଟ କରାଯାଉଥିବ । କିନ୍ତୁ ଏହା ମୋତେ ପ୍ରଭାବିତ କରିବନି । ମୁଁ ଯାହା କରୁଛି ତାହା କରିବି ।’ ସୋନୁ ଏକ କାହାଣୀ ଜରିଆରେ ଲୋକଙ୍କୁ ନିଜ କଥା କହିଛନ୍ତି ।

👉 ସୋନୁ ସୁଦ କହିଛନ୍ତି, “ଯେଉଁମାନେ ଦାବି କରୁଛନ୍ତି ଯେ ମୁଁ କିଛି କରୁନି, ସେମାନଙ୍କ ପାଇଁ ମୋ ପାଖରେ ଜବାବ ଅଛି । ମୋ ପାଖରେ ୭ ଲକ୍ଷ ୩ ହଜାର ୨୪୬ ଲୋକଙ୍କ ଡାଟାବେସ ଅଛି । ମୁଁ ଯେଉଁମାନଙ୍କୁ ସାହାଯ୍ୟ କରିଛି, ସେମାନଙ୍କ ଫୋନ ନମ୍ବର, ଠିକଣା, ଆଧାର କାର୍ଡ ନମ୍ବର ମୋ ପାଖରେ ଅଛି । ବିଦେଶରୁ ଆସିବାକୁ ଯେଉଁ ଛାତ୍ରମାନଙ୍କୁ ମୁଁ ସାହାଯ୍ୟ କରିଥିଲି ମୋ ପାଖରେ ସେମାନଙ୍କ ସମ୍ପୂର୍ଣ ବିବରଣୀ ଅଛି । ମୁଁ ସ୍ପଷ୍ଟ କରିବାକୁ ଚାହୁଁନି କିନ୍ତୁ ମୋ ପାଖରେ ପୁରା ଡାଟା ଅଛି । ମୋତେ ଟ୍ରୋଲ ବଦଳରେ ବାହାରକୁ ଯାଇ କାହାର ସାହାଯ୍ୟ କର ।”

 

ଶ୍ରଦ୍ଧା କପୁରଙ୍କ ବ୍ୟକ୍ତିଗତ କଥା, ଆପଣ ଜାଣନ୍ତି କି ?

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.