ରେଡ଼୍‌ କାର୍ପେଟର ରାଣୀ: ନୁସରତ୍ ଭାରୁଚା - Utkal Odisha

ରେଡ଼୍‌ କାର୍ପେଟର ରାଣୀ: ନୁସରତ୍ ଭାରୁଚା

nst
Reading Time: < 1 minute

ଏଇ ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପୋଷାକକୁ ନେଇ ଚର୍ଚ୍ଚା ଥମିନାହିଁ। ଏବେ ନୁସରତ ଭାରୁଚାଙ୍କୁ ନେଇ ପୁଣି ସରଗରମ ଆଲୋଚନା। କୁହାଯାଉଛି ସେ କୁଆଡ଼େ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପଥ ଆପଣାଇଛନ୍ତି। ବମ୍ବେରେ ଆୟୋଜିତ ଫିଲ୍ମ ଫେୟାର ପୁରସ୍କାରର କର୍ଟନ ରେଜର୍‌ ସମାବେଶରେ ଯୋଗ ଦେଇ ନୁସରତ ଭାରୁଚା ଏକ ରେକର୍ଡ କରିଛନ୍ତି। ଏହି ସମାବେଶରେ ସେ ପରିଧାନ କରିଥିବା ପୋଷାକର ଚର୍ଚ୍ଚା କାହିଁ ରେ କଣ ହେଉଛି। ସୋସିଆଲ ମେଡ଼ିଆରୁ ଗଣ ମାଧ୍ୟମ ସବୁଠି ଆଜି ତାଙ୍କର ନାଁ ଛାଇ ଯାଇଛି।

Image result for nushrat bharucha

ମୁଖ୍ୟ କଥାଟି ହେଲା, ଫିଲ୍ମ ଫେୟାର ପୁରସ୍କାରର କର୍ଟନ ରେଜର୍‌ ସମାବେଶରେ ନୁସରତ ଗୋଟିଏ ପାଇନ ଗ୍ରୀନ ରଙ୍ଗର ହାଇ ସ୍ଲୀଟ୍ ଗାଉନ ପରିଧାନ କରିଥିଲେ ଏବଂ ଏହା ୱାନ ସୋଲଜର ଗାଉନ ଥିଲା। ଯାହାକି ତାଙ୍କର ୱେଷ୍ଟ ଲାଇନକୁ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରୁଥିଲା। ଏହି ହାଇ ସ୍ଲୀଟ୍ ମାଧ୍ୟମରେ ସେ ତାଙ୍କର ଶରୀରର ଟାଟୁ ଦେଖାଇଥିଲେ। ଏହି ହାଇ ସ୍ଲୀଟ୍ ପୋଷାକରେ ଦୁଇଟି ଛୋଟ ଧୂସର ରଙ୍ଗର ବେଲ୍ଟ ଲାଗିରହିଥିଲା। ନୁସରତଙ୍କର କାନର ଗୋଲଡେନ ଇୟର କଫ ସହିତ ହାତରେ ଫ୍ଲୋରାଲ ଡିଜାଇନର ବ୍ରେସଲେଟ ଏବଂ ପାଦରେ ହାଇ ହିଲ ତାଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଥିଲା। ତାହା ହିଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଏହି ପରିଧାନ ସହିତ ନୁସରତ ନ୍ୟୁଡ ମେକଅପ ନେଇଥିଲେ। ସେ ନିଜେ ସ୍ୱୀକାର କରନ୍ତି ଯେ, ଏହି ବେଶ ପରିପାଟୀ ପାଇଁ ସେ ୩ ଘଣ୍ଟା ସମୟ ନେଇଥିଲେ। ଏମିତି ପୋଷାକରେ ନୁସରତଙ୍କୁ ଦେଖିବା ପରେ ନିନ୍ଦୁକ ଆଉ ସମାଲୋଚକ ମାନଙ୍କର ଟୀକା ଟିପ୍ପଣୀର ଅଭାବ ନାହିଁ। କେହି କେହି ସମାଲୋଚନା କରି କହିଛନ୍ତି ଯେ, ନିଜର ଟାଟୁ ପାଇଁ ନୁସରତ ଲଜ୍ଜାର ସୀମା ପାର କରିଦେଲେ।

Recommended For You

About the Author: Sugyan Nayak

Sugyan Nayak is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x