
ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ
ମୁମ୍ୱାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ସଂଧ୍ୟାରେ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଅମିତାଭ ଟୁଇଟ୍ କରି ସୂଚନା ଦେଇଛନ୍ତି।
୭୭ ବର୍ଷୀୟ ଏହି ବରିଷ୍ଠ କଳାକାରଙ୍କ ଆଗାମୀ ଫିଲ୍ମ ବ୍ରହ୍ମସ୍ତ୍ର ଫିଲ୍ମ ରହିଛି। ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ରହିଛନ୍ତି।