
🔲 ଯାଜପୁର : ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ତଦନ୍ତକାରୀ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ମୃତ୍ୟୁର କାରଣ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ତେବେ ପୁଲିସ ଏ ସମ୍ପର୍କରେ ମୁହଁ ଖୋଲିନାହିଁ। ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ହିଁ ଝରାଫୁଲଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍ ଗେଷ୍ଟହାଉସରେ ହିଁ ଝରାଫୁଲଙ୍କ ଜୀବନ ଯାଇଛି !!
🔲 କେନ୍ଦୁଝର : ରାସ୍ତା କଡରୁ କ୍ଷତବିକ୍ଷତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପଙ୍ଗା ଗାଁ ନିକଟ ରାସ୍ତା କଡରେ କ୍ଷତବିକ୍ଷତ ଅବସ୍ଥାରେ ଯୁବକ ପଡିରହିଥିଲେ । ମୁମୂର୍ଷୁ ଅବସ୍ଥାରେ ରାସ୍ତା କଡରେ ପଡିରହିଥିବା ବେଳେ କିଛି ଲୋକ କେଥି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ପଠାଇଥିଲେ !!
🔲 ଭୁବନେଶ୍ୱର : ବାଟବଣା କଲା କୁହୁଡ଼ି ! କାଳିଜାଈ ଦର୍ଶନ କରିବାକୁ ଯାଇ ଚିଲିକାରେ ଫସିଲେ ୨୫ ଜଣ ପର୍ଯ୍ୟଟକ l ଖବର ପାଇ ବାଲୁଗାଁ, ଗଙ୍ଗାଧରପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ୨ଟି ବୋଟ୍ ନେଇ ନଳବଣ ମଧ୍ୟରେ ଫସିରହିଥିବା ପର୍ଯ୍ୟଟକମାନଙ୍କ ପାଖରେ ପହଁଚିଲେ !!
🔲 ସୁନ୍ଦରଗଡ଼ : ସୁନ୍ଦରଗଡରେ ବାର୍ହାକୁ ଧକ୍କା ଦେଇ ପିକ୍-ଅପ୍ ଓଲଟିଲା; ବାରହା ମୃତ, ୧୬ ଶ୍ରମିକ ଆହତ, ୪ ଜଣ ଗୁରୁତର ଅଛନ୍ତି !!
🔲 ଭୁବନେଶ୍ୱର : ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଆଜି କ୍ରାଇମବ୍ରାଂଚର ୩ ଜଣିଆ ଟିମ ମୃତ ପିଏଙ୍କ ସରକାରୀ ବାସଭବନ ଠାରେ ପିଏଙ୍କ ପରିବାରଙ୍କୁ ପଚରାଉଚରା କରିଛନ୍ତି !!
🔲 ଜୟପୁର : ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ପଞ୍ଚାୟତ ପାତ୍ରପୁଟରେ ରହୁଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ହୋଇ ପଡିଛନ୍ତି । ଶରୀର ସହ ଅଣ୍ଟା ବ୍ୟଥା ଓ ଦୁର୍ବଳ ଅନୁଭବ କରୁଛନ୍ତି କମଳା । ଅଧିକ ଚଲାବୁଲା କରିପାରୁନାହାନ୍ତି । ତେବେ ଚିକିତ୍ସା ନହୋଇ ସେ ଘରେ ପଡିରହିଥିବା ଜଣାପଡିଛି !!
🔲 ସମ୍ବଲପୁର : ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ସବ୍-ଇନ୍ସପେକ୍ଟର, ଏକକାଳୀନ ୪ଟି ସ୍ଥାନରେ ଚଢାଉ !!
🔲 ବରଗଡ଼ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ପରିବାର । ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିଜାମାଲ ଗାଁରେ ଘଟିଛି ଏଭଳି ଅଘଟଣ !!
🔲 କନ୍ଧମାଳ : ରାସ୍ତା କଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଫୁଲବାଣୀ କେନ୍ଦୁପଦର ସେବାଶ୍ରମ ରାସ୍ତା କଡରୁ ଶିଶୁଟିକୁ ଉଦ୍ଧାର କରାଯାଇଛି । ଶିଶୁପୁତ୍ରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି !!
🔲 ଅନୁଗୁଳ : ଡ୍ୟାମ୍ରେ ଲାଗିଛି ନିଆଁ । ଅନୁଗୁଳ ଆଠମଲ୍ଲିକ ମାନଜୋର ଡ୍ୟାମ୍ ସାଇଟରେ ଲାଗିଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ମାନଜୋର ଡ୍ୟାମ୍ ସାଇଟ୍ରେ କେହି ଦୁର୍ବୃତ୍ତ ଭୋଜି କରିବାକୁ ଆସି କେନାଲ ହୁଡ଼ାରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ରାତିରେ ନିଆଁ ଅଧିକ ମାତ୍ରାରେ ଡ୍ୟାମ୍ ଚାରିପଟେ ବ୍ୟାପିଯାଇଥିଲା !!
🔲 ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ନୂଆଅନନ୍ତେଇ ଗାଁରେ ଅଭାବନୀୟ ଘଟଣା । ଘରେ ପଶି ଯୁବକଙ୍କ ହତ୍ୟା କଲେ ଦୁର୍ବୃତ୍ତ । ମୃତକ ଦୁଷ୍ମନ୍ତ ଚୌଧୁରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି !!
🔲 କାମାକ୍ଷାନଗର : ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ । ମୃତକ ସରାଙ୍ଗ ଗାଁରେ ମାନଗୋବିନ୍ଦ ବେହେରା ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ସରାଙ୍ଗ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଦୁର୍ଘଟଣା ଘଟିଛି !!
🔲 ଭୁବନେଶ୍ୱର : ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ଲହରୀ ଜାରି ରହିବ। ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ଶୀତ ପ୍ରକୋପ ଅନୁଭୂତ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି !!
🔲 ମାଲକାନଗିରି : ଅସହାୟଙ୍କୁ ଆହାର ଦେଉଛି ପଥର! କାମ ମିଳୁନି, ପଥର ଭାଙ୍ଗି ଗୁଜୁରାଣ ମେଣ୍ଟାଉଛନ୍ତି ଚାଳିଶରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର !!
🔲 ଝାରସୁଗୁଡା : ସଫଳତାର ଆଉ ଏକ ପାହଚ ଚଢିଲା ସମ୍ବଲପୁରୀ କୋଶଳୀ ସାହିତ୍ୟ ପତ୍ରିକା ‘ଜୁଗାର’ l ଝାରସୁଗୁଡାରେ ଉନ୍ମୋଚିତ ହେଲା ବାର୍ଷିକ ବିଶେଷାଙ୍କ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଜାରି ରହୁ ଜୁଗାରର ସଫଳ ଯାତ୍ରା !!
🔲 ବ୍ରହ୍ମପୁର: ଜାତୀୟ ରାଜପଥ ୧୬ କନିସି ଛକରେ ସୋମବାର ଏକ ଟ୍ରକ ଓ ପିକଅପ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ସହ ୩ ଜଣ ଆହତ ହୋଇଛନ୍ତି । ଟ୍ରକ ଧକ୍କାରେ ପିକଅପଟି ରାସ୍ତା ମଝିରେ ଓଲଟି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି !!
🔲 କାଲିମେଳା: “ମଦ୍ୟପ ସ୍ୱାମୀ ର ବର୍ବର କାଣ୍ଡ” ସ୍ତ୍ରୀକୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ୟା କଲା ସ୍ୱାମୀ l ଏହି ଭଳି ଲୋମଟାଙ୍କୁରା କାରୀ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍:ଭି-୭୨ ଗ୍ରାମରେ !!
🔲 ଗଞ୍ଜାମ : ଜଙ୍ଗଲରୁ ଆସି ସହର ନିକଟ ଜନବସତିରେ ପଶିଲା ବଣୁଆ ସମ୍ବର, ଗଂଜାମ ଜିଲ୍ଲା ପୋଲସରା ବନାଞ୍ଚଳ ଅନ୍ତର୍ଗତ ରାଣୀପଡା, ବଡ଼ସାହି ନିକଟ ଏକ ଘରେ ସମ୍ବରଟି ପଶିଯାଇଥିଲା । ପୋଲସରା ବନବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ହେଲା ସମ୍ବର !!
🔲 ଯାଜପୁର : ଯାଜପୁରରୁ ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର, ପେଟରେ ରହିଛି କଟା ଦାଗ l ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି ପୋଲିସ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚାଇନିପୁର ପଞ୍ଚାୟତ ବିଦ୍ୟାଧରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା !!
🔲 ଲମତାପୁଟ : ଅଟୋରୁ ୧୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଅଟକ, କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାଡୁଆ ଅଞ୍ଚଳରୁ କଳାହାଣ୍ଡିକୁ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରାପଡିଛି ବିପୁଳ ପରିମାଣର ଗଞ୍ଜେଇ !!
🔲 ବାଲିପାଟଣା : ଲୁଟେରାଙ୍କ ଚାର୍ଗେଟରେ ପୁଣି ବରିଷ୍ଠ ନାଗରିକ । ବୃଦ୍ଧାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍ । ବାଲିଅନ୍ତା ଥାନା ବାଳକାଟିରେ ଘଟିଛି ଏହି ଘଟଣା । ବାଳକାଟି ଥାନାରେ ଲୁଟ୍ ଘଟଣା ନେଇ ମାମଲା ଅଭିଯୋଗ ହୋଇଛି !!
🔲 କଟକ : କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସନ୍ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ତେବେ ତଦନ୍ତରୁ ଏହାର ଫାୟାର ଲାଇସେନ୍ସ ନ ଥିବା ଜଣାପଡ଼ିଛି। ବିନା ଫାୟାର ଲାଇସେନ୍ସରେ ହସ୍ପିଟାଲ ଚାଲିଥିବା ନେଇ ଖୋଦ୍ ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି !!
🔲 ଯାଜପୁର : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ !!
🔲 ସମ୍ବଲପୁର : ଜଣାଶୁଣା ଗୀତିକାର ତଥା ବାଦ୍ୟଶିଳ୍ପୀ କୃପାସିନ୍ଧୁ ଗୁରୁଙ୍କ ପରଲୋକ । ସମ୍ବଲପୁର କଳାପରିଷଦ ସହ ଜଡିତ ଥିଲେ କୃପାସିନ୍ଧୁ । ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ଗୀତିକାର ଥିଲେ । ସେ ଅନେକ ଜଣାଶୁଣା ସମ୍ବଲପୁରୀ ଗୀତ ରଚନା କରିଥିଲେ !!
🔲 ଭଦ୍ରକ : ଟଙ୍କା ଜମା କରିଥିଲେ , ଏବେ ମାଚ୍ୟୁରିଟି ମଧ୍ୟ ହୋଇସାରିଲାଣି । କିନ୍ତୁ ମାଚ୍ୟୁରିଟି ଟଙ୍କା ଫେରାଉ ନାହିଁ କମ୍ପାନୀ । ଅଫିସକୁ ଦୌଡି ଦୌଡି ନୟାନ୍ତ ହେଲେଣି ଜମାକାରୀ ।ଏମିତି ଅଭିଯୋଗରେ ଏଜେଣ୍ଟ ଓ କମାକାରୀମାନେ ଅଫିସ ଘେରାଉ କରିଛନ୍ତି । ଭଦ୍ରକ ସହରରେ ବାଇପାସ ସ୍ଥିତ ସାହାରା ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି !!
🔲 ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଉଁଶିଆ ଗାଁରେ ରବିବାର ମଧ୍ୟରାତ୍ରିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପୋଲସରା ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ସୁଶାନ୍ତ ବିଶ୍ଵାଳ ବୋଲି ଜଣାପଡିଛି !!
🔲 ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଚଳନ୍ତା ଅଟୋରୁ ଡେଇଁ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି !!
🔲 ବରଗଡ଼ : ମଣ୍ଡିରୁ ଉଠୁନି ଧାନ, ଅନଶନରେ ବସିଲେ ଜିଲା ପରିଷଦ ଅଧ୍ୟକ୍ଷା !!
🔲 କଟକ : ବସ୍ ଟର୍ମିନାଲ ନିର୍ମାଣ ପୂର୍ବରୁ ସକ୍ରିୟ ହେଲେଣି ଜମି ଦଲାଲ..! କ୍ୟାବିନ୍, ବାଲି ଓ ବଜୁରି ପକାଇ ମାଡ଼ି ବସୁଛନ୍ତି ସରକାରୀ ଜାଗା !!
🔲 ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୧୫୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୩୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି !!
🔲 ମୁନିଗୁଡା : ଘରୋଇ କଳହକୁ ନେଇ ବାପାକୁ ହତ୍ୟା କଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡଙ୍ଗର ରାଣିବନ୍ଦ ଗାଁରେ।ସୂଚନାଯୋଗ୍ୟ ଯେ, ରବିବାର ରାତିରେ ବାପା ଓ ପୁଅଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ପୁଅ ଲାକୁ ଓ୍ବାଡାକା ରାଗିଯାଇ ଏକ ଟାଙ୍ଗିଆରେ ବାପା ବୁଦ୍ରୁ ଓ୍ବାଡାକାଙ୍କୁ ହତ୍ୟା କରିଥିବା ଜଣାପଡିଛି !!
🔲 ବଲାଙ୍ଗୀର : କାର ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ !!
🔲 ଭୁବନେଶ୍ବର : ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବ। ଏଥିସହିତ ଫେବ୍ରୁଆରୀ ୨୨ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ ବୋଲି ସୂଚନା ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ।ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଅଭିଭାଷଣ ରଖିବେ। ମୋଟ ୩୧ ଦିନ ଚାଲିବ ଚଳିତ ଅଧିବେଶନ !!
🔲 ନବରଙ୍ଗପୁର : କୋରାପୁଟ ମୂର୍ତ୍ତାହାଣ୍ଡି ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ପ୍ରାଣ ହରାଇଥିବା ୯ ଜଣଙ୍କ ପରିଚୟ ମିଳିଛି । ମୃତକମାନେ ହେଲେ ଫୁଲ ଭତରା, ଲକ୍ଷ୍ମୀ କଶ୍ୟପ, ପାର୍ବତୀ କଶ୍ୟପ, ନୀଲl ଭାଗେଲ, ଲକ୍ଷ୍ମୀ କଶ୍ୟପ, ନୀଲl ଭାଗେଲ୍, ଜୁଙ୍କି ଭାଗେଲ, ପଦ୍ମା ଭତରା ଏବଂ ଆସ୍ମତି ଭତରା । ସମସ୍ତ ମୃତକ ଛତିଶଗଡ ବସ୍ତର ଜିଲ୍ଲା କଲଚା ଗ୍ରାମର । ଏହାଛଡା ୧୭ ଜଣ ଆହତବ୍ୟକ୍ତିଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ପଠାଯାଇଛି !!
🔲 ବଲାଙ୍ଗୀର : ଭୀମ ଭୋଇ ହସ୍ପିଟାଲରେ ମାଆ ସହ ନବଜାତ ଶିଶୁର ମୃତ୍ୟୁ। ଏ ନେଇ ହସ୍ପିଟାଲ ପରିସରରେ ମୃତକଙ୍କ ସଂପର୍କୀୟମାନେ ହୋହାଲ୍ଲା କରିଛନ୍ତି। ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ପୁରୁଣାପାଣି ଗାଁର ଭକ୍ତ ସୁନାଙ୍କ ସ୍ତ୍ରୀ ପଙ୍କଜିନୀ ସୁନାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଅସ୍ତ୍ରୋପଚାର ପରେ ଏକ ମୃତ ଶିଶୁକନ୍ୟା ଜନ୍ମ ହୋଇଥିଲା। ଅସ୍ତ୍ରୋପଚାର ପରେ ଗଭୀର ରକ୍ତସ୍ରାବ ହୋଇଥିଲା। ମହିଳାଙ୍କ ଚିକିତ୍ସା କରିବା ବଦଳରେ ତାଙ୍କୁ ବୁର୍ଲା ପଠାଇ ଦେଇଥିଲେ। ସେତେବେଳକୁ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି !!
🔲 ପରଜଂଗ: ଗାଁରେ ନଳକୂପ ବସାଇବାକୁ ନେଇ ଗ୍ରାମବ।ସୀଙ୍କ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ ଅବରୋଧ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ପଂଚାୟତ ପୂର୍ବ ପାଟଣାସାହି ଲୋକେ ରାସ୍ତାରୋକ କରିଛନ୍ତି। ସେମାନେ ଗାଁରେ ଏକ ନଳକୂପ ବସାଇବାକୁ ଜିଦ ଧରିଛନ୍ତି !!
🔲 ଭୁବନେଶ୍ୱର : ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର। ପ୍ରାୟ ୧୦ ମାସ ବନ୍ଦ ରହିବା ପରେ ଆଜିଠୁ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲା। ଅନେକ ଦିନର ବ୍ୟବଧାନ ପରେ ଶିଶୁଙ୍କୁ ପାଇ ଉଠୁଛି ପଡ଼ୁଛି ଅଙ୍ଗନୱାଡ଼ିର ଚାରି କାନ୍ଥ। ଆଉ ପୁଣି ଥରେ କୁନି କୁନି ପିଲାଙ୍କୁ ପାଖରେ ପାଇଁ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ଅଙ୍ଗନବାଡ଼ି ଦିଦି ଓ ସହାୟିକା । ତେବେ ସମସ୍ତ କଟକଣା ମାନି ଅଙ୍ଗନୱାଡ଼ି କେନ୍ଦ୍ରକୁ ପ୍ରବେଶ କରିଛନ୍ତି କୁନି କୁନି ଶିଶୁ !!
🔲 ବ୍ରହ୍ମପୁର : ବ୍ରହ୍ମପୁରରେ ଓଡିଶା ସରକାର ଦକ୍ଷତା ଓ ବିକାଶ ପ୍ରାଧିକରଣ ବିଭାଗ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂହ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଶିକ୍ଷା ଅନୁଷ୍ଠାନର ନୂତନ ଛାତ୍ରୀ ନିବାସ ଉଦ୍ଘାଟନ କରିଛନ୍ତି !!
🔲 ବଲାଙ୍ଗୀର : କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ରୋକ କଲେ ସ୍ଥାନୀୟ ଲୋକେ। ସଇଁତଳା ବଙ୍ଗଳା ଚକର ୨୬ ନମ୍ବର ଜାତୀୟ ପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରାଯାଇଛି। ସୋମବାର ସକାଳେ ଦେଉଳଗୁଡି ଛକରେ କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି !!
🔲 କେନ୍ଦୁଝର : ଭାଲୁ ଆକ୍ରମଣରେ ଗୁରୁତର ଯୁବକଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ କେତାଙ୍ଗ ଗ୍ରାମର ଭକ୍ତବନ୍ଧୁ ନାଏକ। ଗାଧୋଇବାକୁ ଯାଇଥିବା ବେଳେ ବୁଦା ତଳେ ଶୋଇଥିବା ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭକ୍ତବନ୍ଧୁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ତାଙ୍କ ବାମ ଗୋଡ ଏବଂ ହାତକୁ ଭାଲୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ l ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି !!