
କିଛିଦିନ ପୁର୍ବେ ସହର ଉପକଣ୍ଠ ଟାଟା କୋଭିଡ ହସ୍ପିଟାଲ ବନ୍ଦ କରିବା ପାଇଁ ହୋଇଥିବା ନିର୍ଦେଶକୁ ପ୍ରଶାସନ କରୋନାର ଦ୍ୱିତୀୟ ଲହରିକୁ ଆଖି ଆଗରେ ରଖି ପୁଣି ବଦଳାଇ ଦେଇଛି ।
ଫଳରେ ସିତଳପଲ୍ଲୀ ଟାଟା କୋଭିଡ ହସ୍ପିଟାଲ ଏବଂ କନିସି ଅଶ୍ୱିନୀ ହସ୍ପିଟାଲ ପୁଣି ଚାଲିବ ବୋଲି ପ୍ରଶାସନ ପକ୍ଷରୁ ଉପରୋକ୍ତ ଚିଠି ମାଧ୍ୟମରେ ନିର୍ଦେଶ ଆସିଛି । ତେବେ ଅଶ୍ୱିନୀ କୋଭିଡ ହସ୍ପିଟାଲ 30 ICU ବେଡ଼ ଏବଂ ଟାଟା କୋଭିଡ ହସ୍ପିଟାଲର 55 ICU ବେଡ଼ ରହି କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିବ ।
MKCG କୋଭିଡ ହସ୍ପିଟାଲରେ ସାଧାରଣ ଏବଂ ICU ବେଡ଼ ପୂର୍ବ ଭଳି ଚାଲୁ ରହି କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିବ । ତେବେ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ କମ ରହିଛି । ଏହା ନିହାତି ଭାବେ ଏକ ଶୁଭ ସଂକେତ ।
